ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯକ୍ରମ ରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଜେପିର ମଣ୍ଡଳ ସଭାନେତ୍ରୀ ଲକ୍ଷ୍ମୀ ଆଚାରୀଙ୍କ ନେତୃତ୍ବରେ ୧୦ ଜଣ ବିଜେପି କର୍ମୀ ବିଧିବଦ୍ଧ ଭାବେ କଂଗ୍ରେସ ରେ ଯୋଗ ଦେଇଛନ୍ତି। ଏହି ଅବସରରେ କଂଗ୍ରେସ ଦଳ ପକ୍ଷରୁ ଜାରୀ ହୋଇଥିବା ଗ୍ୟାରେଣ୍ଟି ଇସ୍ତାହାର ଉନ୍ମୋଚନ କରଯାଇଥିଲା। ଜିଲ୍ଳା ପଶ୍ଚିମ ଭାଗ କଂଗ୍ରେସ ସଭାପତି ରବିନ୍ଦ୍ରନାଥ ଶର୍ମା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମିଶ୍ରଣ ପର୍ବ ରେ ଭଞ୍ଜନଗର,ଆସିକା, ସୋରଡ଼ା,ହିଞ୍ଜିଳି, ସାନଖେମୁଣ୍ଡି, କବିସୂର୍ଯ୍ୟନଗର ଓ ପୋଲସରା ଅଞ୍ଚଳର ବହୁ ଦଳୀୟ କର୍ମକର୍ତ୍ତା ଓ କର୍ମୀ ମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଅଞ୍ଚଳର ବହୁ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀ ମାନେ ଯୋଗ ଦେଇଥିଲେ।