Search
Close this search box.

ତୃତୀୟ ଦିନରେ ଜାରି ରହିଛି କମ୍ବିଂ ଅପରେସନ,ଦୁଇ ଶିକାରୀ ଗିରଫ

0
SHARES
44
VIEWS

ନୀଳଗିରି,୨୩/୩(ଇମିସ): କୂଳଡିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ବର ବିଟ୍‌ ଅଧୀନ ଧାନଶୁଖା ପାହାଡ ନିକଟରେ ସୋମବାର ରାତିରେ ଶିକାରୀଙ୍କ ଗୁଳିରେ ଗୁରୁତର ଆହତ ହୋଇ ଦୁଇ ସବୁଜବାହିନୀ କର୍ମଚାରୀ ଡାକ୍ତରଖାନା ଚିକିତ୍ସିତ ହେଉଛନ୍ତି।ଅପରପକ୍ଷରେ ବନବିଭାଗ ,ନୀଳଗିରି ପୋଲିସ,ବରହମପୁର ପୋଲିସ ଓ ଶିମିଳିପାଳ ଏସଟିଏଫ ର ମିଳିତ ଚଢାଉରେ ପାଞ୍ଚ ଦିନରେ ୧୬ ଶିକାରୀ ଙ୍କ ସମେତ ୨୦ ଦେଶୀ ବନ୍ଧୁକ,ତିନୋଟି ହରିଣ ସିଂଘ,ହରିଣ ଚମଡା, ଅନେକ ବନ୍ଧୁକ ପ୍ରସ୍ତୁତ ସାରଞ୍ଜାମ ଜବତ କରାଯାଇଛି।ଗତକାଲି ରାତିରେ ମଧ୍ୟ ଏହି ଅପରେସନ ଜାରି ରହିଥିଲା ଯେଉଁଥିରେ କେସିପୁର ପଞ୍ଚାୟତ ଅଶୋକନାଳ ଗ୍ରାମର ଶିକାରୀ ବାବାଜୀ ମଢେଇଙ୍କୁ ଏକ ଦେଶୀ ବନ୍ଧୁକ ସହ ଗିରଫ କରାଯାଇଥିବା ବେଳେ ଉକ୍ତ ପଞ୍ଚାୟତ କଇମଡିହ ଗ୍ରାମର ବାବୁରାମ ଟୁଡ୍ଡୁଙ୍କୁ ଗିରଫ କରାଯିବା ସହିତ ତାଙ୍କ ନିକଟରୁ ତିନୋଟି ହରିଣ ସିଂଘ ଓ ହରିଣ ଚମଡା ଜବତ କରାଯାଇଛି। ନୀଳଗିରି ରୁ ବିସ୍ମୟ କୁମାର୍ ମଲ୍ଲିକ ଙ୍କ ରିପୋର୍ଟ୍ ସଂଘର୍ଷ ଟିଭି।

    Related News

    Follow Us