ନିଆଁ ରେ ଚାଲିଲେ ଓ କଣ୍ଟା ଦୋଳିରେ ଝୁଲିଲେ ଭକ୍ତ
ଯୋଡ଼ା,୧୨/୧(ସଂଘର୍ଷ)କେନ୍ଦୁଝର ଜିଲ୍ଲା ଯୋଡା ଭୂୟାଁ ବସ୍ତିଁ ପାତ୍ର ସାହିରେ ଠାକୁରାଣୀ ଓଷା ପର୍ବ ପାଳିତ ହୋଇ ଯାଇଛି ।ପରମ୍ପରା ଅନୁଯାୟୀ ମା ଠାକୁରାଣୀ ଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା ।ଯୋଡା ପାତ୍ର ସାହିରେ ମା ଠାକୁରାଣୀ ଙ୍କ ଆବିର୍ଭାବ ସମ୍ପର୍କରେ ସୂଚନା ମିଳିଛି ଯେ,ଗୋଟିଏ ସ୍ଥାନରେ ପ।ରା ରହଣି ରୁ ଅୟମାରମ୍ଭ ହୋଇଥିଲା ମା ଙ୍କ ଆବିର୍ଭାବ ।ବର୍ତ୍ତମାନ କୋଠୀ ଶାଳ ସ୍ଥାପନ ହୋଇଥିବା ସ୍ଥାନରେ ବହୁ ବର୍ଷ ପୂର୍ବରୁ ଗୁରୁଚରଣ ପାତ୍ର ଓ ତାଙ୍କ ପତ୍ନୀ ବୁଧୁନି ରହୁଥିଲେ ।ସେମାନଙ୍କ ସନ୍ତାନ ଜନ୍ମ ହେବାର ମାତ୍ର ୧୦ବର୍ଷ ପରେ ଆର ପ।ରିକୁ ଚାଲି ଯାଇଥିଲେ ।ସନ୍ତାନ ହିନ ଏହି ଦମ୍ପତି ଭାଙ୍ଗି ପଡ଼ି ଭଗବାନ ଙ୍କ ଭରସାରେ ରହିଲେ । ଦିନେ ବୁଧୁନୀ ଘରେ ବସି ଚାଉଳ ବ।ଛୁଥିବ। ବେଳେ ଦୁଇଟି ପାର। ତାଙ୍କ ନିକଟକୁ ଆସି ବସିଲେ ।ଶେଷରେ ସେହି ପାରା ଦୁଇଟି ତାଙ୍କ ଘରେ ରହି ଗଲେ ।ଏମିତି ଘଟଣା ର କିଛି ଦିନ ପରେ ବୁଧୁ ନି କୁ ମା ଠାକୁରାଣୀ ଙ୍କ ଦ୍ଵାରା ସ୍ବପ୍ନାଦେଶ ହୋଇଥିଲା ଯେ, ଅସେଇଁ କଳା ଗ୍ରାମରେ ଏକ କୁମ୍ଭାର ପରିବାର ନିକଟରୁ ତାଙ୍କ ର ମୃଣ୍ମୟୀ ମୂର୍ତ୍ତି ଆଣି ଯୋଡା ସ୍ଥାପନ କରି ପୂଜା ଅର୍ଚ୍ଚନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଏହି ସ୍ବପ୍ନାଦେଶ ପାଇବ। ପରେ ବୁଧୁନି ଓ ଗ୍ରାମବାସୀ ଙ୍କ ସହାୟତାରେ ସେହି ବର୍ଷ ଠାରୁ ପୂଜା ଅର୍ଚ୍ଚନା କରିବା ର ଲୋକ କଥା ରହିଛି ।ଗତ ସାତ ଦିନ ଧରି ମା ଙ୍କ ମୂର୍ତ୍ତି ଆଣିବା ପରେ ପୂଜା ଅର୍ଚ୍ଚନା କରାଯାଇଥିଲା ।ଶୁକ୍ରବାର ଶେଷ ଦିନ ରେ ମା ଠାକୁରାଣୀ ଙ୍କ ପୂଜା ଦେଖିବା ପାଇଁ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ ହୋଇଥିଲା ।ଉପବାସ ବ୍ରତ ରଖିଥିବା ଭକ୍ତ ମାନେ ନିଆଁ ରେ ଖାଲି ପ।ଦରେ ଚାଲିବ। ସହ କଣ୍ଟା ଦୋଳି ରେ ଝୁଲିଥିଲେ ।ଏହି ପରମ୍ପରା ପ୍ରତି ବର୍ଷ ହୋଇଥାଏ ।ଯାହାକୁ ଶ୍ରଦ୍ଧାଳୁ ଙ୍କ ପାଇଁ ମୁଖ୍ୟ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ହୋଇଥାଏ ।ଏହି ଠାକୁରାଣୀ ଓଷାରେ ଭଣ୍ଡାର ଘରିଆ ସୁରେନ୍ଦ୍ର ପାତ୍ର,ଠାକୁରାଣୀ ପୂଜାରୀ ସୁଷମା ପାତ୍ର,ଈଶ୍ୱର ପାତ୍ର,ଗୋକୁଳ ପାତ୍ର,ସାରଦା ପାତ୍ର,ରାଜେଶ୍ ପାତ୍ର , ବ।ବଲୁ ପାତ୍ର,ଦେବାଶିଷ ପାତ୍ର,କ୍ରିଷ୍ଣା ପାତ୍ର ପ୍ରମୁଖ ଉପବାସ ବ୍ରତ ରଖି ପୂଜାର୍ଚ୍ଚନା କରିଥିଲେ ।