ବ୍ରହ୍ମପୁର ତା 3.1.24
ପାରଳା ମହାରାଜା ଇଞ୍ଜିନିଅରିଂ କଲେଜ ପରିସରରେ ଗୋଟିଏ ବୁଲା କୁକୁରର ମୁଣ୍ଡ ପ୍ଲାଷ୍ଟିକ୍ ଡବା ଭିତରେ ଅଟକି ରହି ଥିବାରୁ ଛାତ୍ରମାନେ ଟୁଇଟରରେ ଜଣାଇଥିଲେ I ଦଶ ଦିନ ଖୋଜିବା ପରେ ଆଜି ଅଗ୍ନିଶମ କର୍ମଚାରୀମାନେ କୁକୁରକୁ ଆୟତ୍ତ କରିଥିଲେ I ପ୍ରାଣୀ ଚିକିତ୍ସା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଏକ ଡାକ୍ତରୀ ଦଳ ସହ ଆସି ଅସ୍ତ୍ରୋପଚାର କରି କୁକୁରଟିକୁ ଆଶ୍ୱସ୍ତି ପ୍ରଦାନ କରିଥିଲେ I ଏ ପରିପ୍ରେକ୍ଷୀରେ ଜୀବ ପ୍ରେମୀ ଛାତ୍ରମାନେ ପ୍ରାଣୀ ସେବା ଆମ୍ବୁଲାନ୍ସ ସେବା ପ୍ରଦାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟରରେ ଧନ୍ୟବାଦ ଅର୍ପଣ କରିଛନ୍ତି I ଜନ ସାଧାରଣ ବଳକା ଖାଦ୍ୟ ପ୍ଲାଷ୍ଟିକ ଡବା ଓ ଜରିରେ ପୂରେଇ ଫିଙ୍ଗିବା ଦ୍ଵାରା ଖାଦ୍ୟ ଆଶାରେ କୁକୁର ଓ ଗାଈ ମାନେ ଖାଇ ଏପରି ଦୁର୍ଦ୍ଦଶା ଭୋଗ କରୁଛନ୍ତି I ସେହିପରି ନଦୀ ଜଳରେ ପଲିଥିନ୍ ନିକ୍ଷେପ ସାମୁଦ୍ରିକ ପ୍ରାଣୀ ମାନଙ୍କ ଜୀବନ ବିପନ୍ନ ହେଉଅଛି I
ଜୀବ ପ୍ରେମୀ ଛାତ୍ରମାନେ ପ୍ରାଣୀ ଜଗତର ସୁରକ୍ଷା ନିମନ୍ତେ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ପରବର୍ତ୍ତୀ ବର୍ଜନ ସମୟରେ ଯଥୋଚିତ ପଦକ୍ଷେପମାନ ନେବାକୁ ନିବେଦନ କରିଅଛନ୍ତି I