Search
Close this search box.

ଚମ୍ପୁଆ ଦେଖିବକି ନୂଆ ମୁହଁ

0
SHARES
32
VIEWS

ଆଉ ମାତ୍ର କେତେଟା ଦିନ ଭିତରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ନିର୍ବାଚନ ଯେତିକି ପାଖେଇ ଆସୁଛି ନେତା ମାନଙ୍କର ହୃତପିଣ୍ଡ ସ୍ପନ୍ଦନ ସେତିକି ବଢି ବଢି ଚାଲିଛି । ଓଡିଶା ରାଜନୀତିରେ ଏବେ ବେଶ ହଟଚମଟ ଦେଖିବାକୁ ମିଳୁଛି । ଓଡ଼ିଶାର ୩ ପ୍ରମୁଖ ଦଳ କଂଗ୍ରେସ,ବିଜେପି,ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିବା ପାଇଁ ଏବେଠାରୁ ଅଙ୍କକସା ଆରମ୍ଭ କରିଦେଇଛନ୍ତି ସତ ହେଲେ ପୁରୁଖା ନେତା ମାନଙ୍କ ମଧ୍ୟରେ ଛନକା ପସିଯାଇଛି । ଶାସକ ବିଜେଡି ଦଳର ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁବ ଓଡିଶା ,ନୂତନ ଓଡିଶା ସମସ୍ତଙ୍କ ମନରେ ଆତଙ୍କ ଖେଳାଇ ଦେଇଛି । ପୁରୁଖା ତଥା ଅଭିଜ୍ଞ ରାଜନେତା ମାନେ ଏବେ ଗଭୀର ଚିନ୍ତାରେ କାଳାତିପାତ କରୁଥିବା ଲକ୍ଷ କରାଯାଉଛି । ଯୁବ ଓଡିଶା ମୁତାବକ ନବୀନ ବାବୁ ଆଗାମୀ ସାଧାରଣ ନିର୍ବାଚନରେ ଯୁବ ଗୋଷ୍ଠୀକୁ ପ୍ରାଧାନ୍ୟ ଦେବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି । ରାଜନୈତିକ ସମୀକ୍ଷକ ମାନେ କହନ୍ତି ନବୀନ ବାବୁଙ୍କର ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆହୁରି ମଧ୍ୟ କହନ୍ତି ବିଜେଡ଼ି ଦଳର ପୁରୁଖା ନେତା କହିବାକୁ ଗଲେ ହାତ ଗଣତି ମାତ୍ର କେଇଜଣଙ୍କୁ ଛାଡିଦେଲେ ଅନ୍ୟମାନେ କ୍ଷମତା ଲୋଭରେ ବିଭିନ୍ନ ଦଳରୁ ଆସି ବିଜେଡି ଦଳରେ ଯୋଗ ଦେଇଥିଲେ । ଆଗାମୀ ୨୦୨୪ ମସିହା ସାଧାରଣ ନିର୍ବାଚନରେ ଯଦି ସେମାନଙ୍କୁ ସୁଯୋଗ ଦିଆ ନଯାଏ ତେବେ ସେମାନେ ଘର ବାହୁଡା ହେବା ଥୟ । ଏପଟେ କଂଗ୍ରେସ ଦଳ ପାଖରେ ସେଭଳି ନେତୃତ୍ୱ ଯୁକ୍ତ ନେତା ନଥିବା ବେଳେ କୌଣସି ପରିସ୍ଥିତିରେ ପୁରୁଖା ନେତା ଘର ବାହୁଡା ହୁଅନ୍ତି ତେବେ କଂଗ୍ରେସ ସେମାନଙ୍କୁ କୋଳେଇ ନେବା ସହିତ ଟିକେଟ ଦେବା ନିଶ୍ଚିତ । ରାଜ୍ୟରେ ଏଭଳି ପରିସ୍ଥିତି ଦେଖାଦେଲେ ଶାସକ ବିଜେଡି ଦଳକୁ ସଂଖ୍ୟା ଗରିଷ୍ଠତା ହାସଲ କରିବା କଷ୍ଟ ଦାୟକ ବୋଲି କହିଛନ୍ତି । ଏହାରି ଭିତରେ ଓଡ଼ିଶାର ଧନି ତଥା ପ୍ରଭାବଶାଳୀ ନିର୍ବାଚନ ମଣ୍ଡଳୀ କହିବାକୁ ଗଲେ ଚମ୍ପୁଆ ନିର୍ବାଚନ ମଣ୍ଡଳୀକୁ ବୁଝାଇ ଥାଏ । ଚମ୍ପୁଆର ଇତିହାସ କହେ ଯିଏ ଥରେ ବିଧାୟକ ପଦରେ ଉପନୀତ ହେଲା ଦ୍ୱିତୀୟ ଥର ସୁଯୋଗ ମିଳିବା ଅସମ୍ଭବ । ଏହି ନିର୍ବାଚନ ମଣ୍ଡଳୀ ଉପରେ ସମସ୍ତ ରାଜନୈତିକ ଦଳ ଗୁଡ଼ିକର ତୀକ୍ଷ୍ଣ ନଜର । ଏହାର ମୂଳ କାରଣ ଏଠାରେ ପ୍ରକୃତିର ଦାନ ସ୍ୱରୂପ ଗଛିତ ରହିଛି ଲୁହା ପଥର ଖଣି । ଯାହା ଦେଶ ତଥା ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିଥାଏ । ଏବେ ଏହି ନିର୍ବାଚନ ମଣ୍ଡଳୀ ହାତେବା ଓ ରାତାରାତି ଜିରୋ ରୁ ହିରୋ ବନିବା ପାଇଁ ୩ ପ୍ରମୁଖ ଦଳର ଆଶାୟୀ ପ୍ରାର୍ଥୀ ଶତାଧିକ । ଶାସକ ବିଜେଡି ଦଳର ଅନେକ ଆଶାୟୀ ପ୍ରାର୍ଥୀ ନିଜ ନିଜର କ୍ଷେତ୍ର ପ୍ରସ୍ତୁତି କରିବା ସହିତ ନିଜ ସପକ୍ଷରେ ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ । ଗତ ୨୦୦୯ ମସିହାରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ବିଧାୟକ ଭାବେ ଜିତୁ ପଟ୍ଟନାୟକ ନିର୍ବାଚିତ ହୋଇଥିଲେ । ଭୋଟର ମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ବଲିଉଡ ହିରୋ ସୁନୀଲ ସେଟ୍ଟୀ ଓ ହିରୋଇନ ରବିନା ଟଣ୍ଡନ ଉଭୟଙ୍କୁ ନିଜ ସପକ୍ଷରେ ପ୍ରଚାର କରିବା ନିମନ୍ତେ ଡାକିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ । ପରବର୍ତ୍ତୀ ସମୟରେ ଲୋକଙ୍କ ପାଇଁ ସେଭଳି କିଛି ଆଖି ଦୁର୍ଷିଆ କାମ କରି ନଥିବାରୁ ଲୋକେ ତାଙ୍କୁ ପ୍ରତ୍ୟାଖାନ କଲେ । ୨୦୧୪ ମସିହାରେ କଂଗ୍ରେସ ଦଳର ଆଗଧାଡ଼ିର ନେତା ସନାତନ ମହାକୁଡ଼ଙ୍କୁ ଟିକେଟ ନଦେବାରୁ ସନାତନ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତି ନେଲେ । ସ୍ନାତନଙ୍କୁ ପ୍ରତିହତ କରିବା ପାଇଁ ଶାସକ ବିଜେଡି ଓଡ଼ିଆ ସିନେ ଜଗତର ହାସ୍ୟ ଅଭିନେତା ପପୁ ପମ ପମଙ୍କୁ ଟିକେଟ ଦେଇ ନିର୍ବାଚନ ଲଢ଼ିବାର ସୁଯୋଗ ଦେଇଥିଲା । ସନାତନଙ୍କ ଲୋକ ପ୍ରିୟତା ତଥା ସମାଜ ସେବା ଆଗରେ ଶାସକ ବିଜେଡି ଦଳକୁ ହାର ମାନିବାକୁ ପଡିଥିଲା । ୨୦୧୪ ରୁ ୨୦୧୯ ମସିହା ୫ ବର୍ଷ ମଧ୍ୟରେ ସନାତନ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ଲୋକମାନଙ୍କର ମୌଳିକ ସମସ୍ୟା ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଇତ୍ୟାଦି ଯୋଗାଇବା , ଯୋଡ଼ା ସହର ମଧ୍ୟରେ ଫ୍ଲାଇ ଓଭର ବ୍ରିଜ ନିର୍ମାଣ,କେନ୍ଦୁଝର ମେଡ଼ିକାଲ କଲେଜ ଇତ୍ୟାଦିରେ ତାଙ୍କର ଅବଦାନ ଅତୁଳନୀୟ । ଯାହା ଶାସକ ଦଳ ପାଇଁ ଲଜ୍ୟାକର ସାବ୍ୟସ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ତାଙ୍କ ଉପରେ ଚାପ ପ୍ରୟୋଗ କରି ହଇରାଣ କରାଗଲା । କିନ୍ତୁ ଶାସକ ଦଳ ଭଲଭାବେ ଜାଣିଥିଲା ଲୋକମାନଙ୍କ ହୃଦୟ ଜିତିବାକୁ ହେଲେ ପ୍ରଥମେ ସନାତନଙ୍କୁ ହାତେଇବାକୁ ହେବ । ବିଜେଡି କଳେ ବଳେ କୌଶଳେ ସନାତନଙ୍କୁ ହତେଇବା ସହିତ ଗତ ୨୦୧୯ ମସିହାରେ ସନାତନଙ୍କ ଇଙ୍ଗିତରେ ବିଜେଡି ମିନାକ୍ଷୀ ମହାନ୍ତଙ୍କୁ ଟିକେଟ ଦେବା ସହିତ ପ୍ରଥମଥର ପାଇଁ ଦଳୀୟ ପ୍ରାର୍ଥୀ ପାଇବାର ସୁଯୋଗ ପାଇଥିଲା । କ୍ଷମତା ପାଇବା ପରେ ଶାସକ ବିଜେଡି ଦଳ ସନାତନଙ୍କୁ କଣ ଠେସା ଦେବାକୁ ଭୁଲିଲା ନାହିଁ । ଯାହା ସନାତନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା । ଏହି ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ଖଣିଜ ପାଣ୍ଠିରେ କୋଟି କୋଟି ଟଙ୍କା ଗଛିତ ଥାଇ ମଧ୍ୟ ବିଗତ ପାଞ୍ଚବର୍ଷ ମଧ୍ୟରେ ଲୋକମାନେ ତାହାର ସୁବିଧା ପାଇବାରୁ ବଞ୍ଚିତ ହେଲେ । ବିଭିନ୍ନ ଖଣି ଗୁଡିକରେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ କାର୍ଯ୍ୟକାରୀ ଜୀବିକା ନିର୍ବାହ କରୁଥିବା ଛୋଟବଡ଼ ବ୍ୟବସାୟୀ ମାନେ ଅନେକ କ୍ଷତିର ଶିକାର ହେଲେ । ଯାହା ଆଗାମୀ ନିର୍ବାଚନରେ ଲୋକେ ଉଚିତ ଜବାବ ଦେବେ ବୋଲି ଛକ ବଜାରରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଉଛି । ଆଗାମୀ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀକୁ ହାତେଇବାକୁ ହେଲେ ଶାସକ ବିଜେଡି ଦଳକୁ ବେଳ ଥାଉ ସାବଧାନ ହେବାକୁ ପଡ଼ିବ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି । ଏବେ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ନିମନ୍ତେ ଖଣି ମାଲିକ ଠାରୁ ଆରମ୍ଭ କରି ଅନେକ ଯୁବଗୋଷ୍ଠୀ ଆଶାବାଦୀ ଥିବାବେଳେ ବିଜେଡି ସୁପ୍ରିମୋ କାହା ମୁଣ୍ଡରେ ପାଗଡ଼ି ବାନ୍ଧୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଏପଟେ ବିଜେପି ଦଳ ରୁ ମୁରଲୀ ମନୋହର ଶର୍ମା ୨ଥର ବିଧାୟକ ଭାବେ ଅବତୀର୍ଣ୍ଣ ହୋଇ ପରାଜୟ ବରଣ କରିଥିବା ବେଳେ ଆଗାମୀ ନିର୍ବାଚନରେ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ମାନସ ମନ୍ଥନ ଚାଲିଥିବା ଜଣାପଡିଛି । ସେହିପରି ରାଜ୍ୟରେ କଂଗ୍ରେସ ଦଳର ପତିଆରା ନଥିବା ବେଳେ ଆଗାମୀ ନିର୍ବାଚନ କଂଗ୍ରେସ ପାଇଁ ଅଗ୍ନି ପରୀକ୍ଷା ସଦୃଶ । ଏଭଳି ଅଭାବନୀୟ ପରିସ୍ଥିତି ମଧ୍ୟରେ ୨୦୨୪ ସାଧାରଣ ନିର୍ବାଚନ ଚମ୍ପୁଆ କାହାର ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

    Related News

    Follow Us