ଭୁବନେଶ୍ୱର : ନିର୍ବାଚନ ପାଇଁ କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କ ଘନ ଘନ ଓଡ଼ିଶା ଗସ୍ତ ଜାରି ରହିଛି। ଫୋକସରେ ବିଧାନସଭା ଏବଂ ଲୋକସଭା ଆସନ । ଏହିକ୍ରମରେ ପୁଣି ଥରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର।
ସୂଚନା ଅନୁଯାୟୀ, ଆସନ୍ତା ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ପ୍ରଥମେ ବାଲେଶ୍ୱର ଏବଂ ପରେ କେନ୍ଦ୍ରାପଡ଼ାର ସଂସଦୀୟ କ୍ଷେତ୍ରରେ ହେବାକୁଥିବା ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଙ୍କୁ ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବା ସହ ଜନସଭାକୁ ସମ୍ବୋଧନ କରିବେ ।ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଶାରେ ଶେଷ ପ୍ରଚାର ବୋଲି କୁହାଯାଉଛି। କିନ୍ତୁ କହିରଖୁଛୁ ଚଳିତ ମାସରେ ଏହା ପୂର୍ବରୁ ତିନି ଥର ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ସେହିପରି ସେପଟେ ଆସନ୍ତା ୨୫ ତାରିଖରେ ଓଡିଶା ଗସ୍ତରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହ । ସେ ବାରିପଦା, ଚାନ୍ଦବାଲି, କୋରେଇ, ନିମାପଡ଼ାରେ ହେବାକୁ ଥିବା ସମାବେଶ ଯୋଗ ନେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଙ୍କୁ ଗୁରୁମନ୍ତ୍ର ଦେବା ସହ ଜନସଭାକୁ ସମ୍ବୋଧିତକରିବେ । ତେବେ ଏ ନେଇ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି । ସେପଟେ ଉଭୟ ନେତାଙ୍କ ଗସ୍ତକୁ ନେଇ ବିଜେପି ଶିବିର ବେଶ୍ ଉତ୍ସବମୁଖର ରହିଛି ।ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ