Search
Close this search box.

ମିଶନ ଶକ୍ତି ଭବନ ଗୁଡ଼ାରୀରେ ପୋଷଣ ମାସ ମହାଆଡମ୍ବରରେ ପାଳନ

0
SHARES
60
VIEWS

।ରାୟଗଡ଼ା/ଗୁଡ଼ାରୀ,( ୨୬/୦୯) ରାୟଗଡ଼ା ଜିଲ୍ଲା ସମନ୍ବୀତ ଶିଶୁ ବିକାଶ ଯୋଜନା ଗୁଡ଼ାରୀ ତରଫରୁ ସ୍ଥାନୀୟ ମିଶନ ଶକ୍ତି ଭବନ ଠାରେ ସିଡିପିଓ ଶ୍ରୀମତି ଅନିତା ପାଣିଗ୍ରାହୀଙ୍କ ତତ୍ବାବଧାନରେ ପୋଷଣ ମାସ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଶିଶୁ ବିକାଶ ଯୋଜନା ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସିଡିପିଓ ଶ୍ରୀମତି ଅନିତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷା ଶ୍ରୀମତି ଲକ୍ଷ୍ମୀ ଶବର, ସମ୍ମାନିତ ଅତିଥି ବିଏଲଏଫ ସଭାପତି ଶ୍ରୀମତି ସଞ୍ଜୁକ୍ତା ବିରଦଳାଇ,ଏବିଇଓ ଶ୍ରୀ ମିଶ୍ର, ବିଡ଼ିଓ ପ୍ରତିନିଧି ତଥା ଓଡ଼ିଶା ଜୀବିକା ମିଶନ ବିପିଏମ ଶ୍ରୀ ମାନସ ରଂଜନ ବାରିକ, ଏନ୍ ଆର୍ ଏଚଏମ ଶ୍ରୀ ତୋଟା ତିରୁପତି ବିପସି ମିଶନ ଶକ୍ତି ଶ୍ରୀ କ୍ରାନ୍ତି କୁମାର ପାଢ଼ୀ, ପ୍ରମୁଖ ମଞ୍ଚାସୀନ ଥିବା ବେଳେ ବ୍ଳକର ୧୩୩ ଅଙ୍ଗନବାଡ଼ି କର୍ମୀ,ହେଲପର, କିଶୋରୀ ବାଳିକା ଓ କିଶୋରୀ, ଶିଶୁ ବିକାଶ ବିଭାଗର କର୍ମଚାରୀ,ମିଶନ ଶକ୍ତି କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଫିତା କାଟି ମାଣ୍ଡିଆ ଓ ବିଭିନ୍ନ ସାମଗ୍ରୀରେ ପ୍ରସ୍ତୁତି ଖାଦ୍ୟ ଓ ମାଣ୍ଡିଆରେ ତିଆରି କେକ୍ କାଟି ପୋଷଣ ମାସ ପାଳନ କରିଥିଲେ । ଏହି ଅବସରରେ ଅତିଥି ମାନେ ନିଜ ଅଭିଭାଷଣରେ ପୋଷଣ ସମ୍ପର୍କିତ ମତାମତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରଦର୍ଶନୀ, କିଶୋରୀ ବାଳିକା, ଅଙ୍ଗନବାଡ଼ି କର୍ମୀ, ଗର୍ଭବତୀ ପ୍ରସ୍ତୁତି ମହିଳାମାନଙ୍କୁ ନେଇ ସାଧାରଣ ଜ୍ଞାନ ପ୍ରତିଯୋଗିତା ଓ ଛୋଟ ଛୋଟ ପିଲା ମାନଙ୍କ ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ଅଂଶଗ୍ରହଣ ଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଅଙ୍ଗନବାଡ଼ି କର୍ମୀ, କିଶୋରୀ ବାଳିକା, ଗର୍ଭବତୀ ପ୍ରସୂତି ମହିଳାମାନଙ୍କୁ ଗ୍ଳାସ ଓ ଛୋଟ ଛୋଟ ପିଲା ମାନଙ୍କୁ ଖାତା କଲମ ଅତିଥି ମାନଙ୍କ ଗହଣରେ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ସମସ୍ତ ପ୍ରସ୍ତୁତି ଅଙ୍ଗନବାଡି କର୍ମୀ ମାନଙ୍କ ଦ୍ୱାରା କରାଯାଇଥିବା ବେଳେ ବିପିସି ମିଶନ ଶକ୍ତି ଶ୍ରୀ କ୍ରାନ୍ତି କୁମାର ପାଢ଼ୀ ପରିଚାଳନା କରିଥିଲେ ।ରିପୋର୍ଟ :ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ସ୍ତରୀୟ ପ୍ରତିନିଧି ସଂଘର୍ଷ ଟିଭି

    Related News

    Follow Us