ଯୋଡା,୧/୦୪(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଉପାନ୍ତ ଅଞ୍ଚଳ ଯୋଡା ଉପତ୍ୟକାରେ ବହୁ ଆଡ଼ମ୍ବରରେ ଓଡ଼ିଶା ଦିବସ ପାଳନ ହୋଇଯାଇଛି ।ପୂର୍ବାହ୍ନ ୮ଘଟିକା ରେ ଓଡ଼ିଶା ର ଲୋକ କଳା ଓ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ ରେ ଏକ ବିରାଟ ପଟୁଆର ବନେଇକଳା ଠାରେ ଥିବା ମହାପୁରୁଷ ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମ।ଲ୍ୟ ଅର୍ପଣ କରି ଯୋଡା ସହର ପରିକ୍ରମା କରି ମହାତ୍ମା ଗାନ୍ଧୀ ,ଗୋପବନ୍ଧୁ ଦାସ,ଧରଣୀଧର ନାଏକ,ବି ଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମ।ଲ୍ୟ।ପର୍ଣ କରିଥିଲେ ।ଏହି ପଟୁଆର ରେ ମୁଖ୍ୟତଃ ଆଦିବାସୀ ନୃତ୍ୟ,ପୁରୀ ର ସାହି ମେଢ଼ ,ଘୋଡ଼ା ନାଚ,ସିଂହ ବାଜା,ପ୍ରଭୃତି ନୃତ୍ୟ କଳା ପ୍ରଦର୍ଶନ କରାଯାଇଥିଲା ।ସୋମ ବାର ସନ୍ଧ୍ୟା ବେଳେ ଏକ ସାଧାରଣ ସଭା ଯୋଡା ସ୍ଥିତ କେନ୍ଦ୍ରୀୟ ଖେଳ ପଡିଆ ରେ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଡ଼ା ଟାଟା ଷ୍ଟିଲ ମୁଖ୍ୟ ରାଜେଶ , କୁମାର ମୁଖ୍ୟ ଦୀପକ କୁମାର ବେହେରା,ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଗୌର ହରି ଦାସ,ପ୍ରମୁଖ ମଞ୍ଚାସିନ ଥିଲେ ।ଏହି ପରିପ୍ରେକ୍ଷୀରେ ରେ ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ନୃତ୍ୟ ପ୍ରତିଯୋଗିତା ହୋଇଥିଲା ।ଏଥିରେ ବିଚାରକ ଭାବେ ସୁଜାତା ପଟ୍ଟନାୟକ ଓ ଯୋଡା ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ମୃଦୂଳା ମହାନ୍ତି ଉପସ୍ଥିତ ଥିଲେ ।ଯୋଡା ଏକ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ରହୁଥିବା ଓଡ଼ିଆ ଲୋକଙ୍କ ସମେତ ପ୍ରବାସୀ ଅଣଓଡ଼ିଆ ଜନସାଧାରଣ ମଧ୍ୟ ଓଡ଼ିଶା ଦିବସ ଅବସରରେ ଉତ୍ସାହ ର ସହିତ ଅଂଶଗ୍ରହଣ କରିଥିଲେ ଏବଂ ଅ।କୁଣ୍ଠ ସମର୍ଥନ ଦେଇ ଥିଲେ ବୋଲି ଯୋଡା ଉତ୍କଳ ଦିବସ ସମାରୋହ ଟ୍ରଷ୍ଟ ର କର୍ମକର୍ତ୍ତା ସିଦ୍ଧାର୍ଥ କର,ବେଣୁଧର ବେହେରା,ପ୍ରକାଶ ମହାନ୍ତି ପ୍ରମୁଖ କହିଥିଲେ ।