Search
Close this search box.

ଯୋଡ଼ାରେ ମାତୃ ପିତୃ ପୂଜନ ଦିବସ ପାଳନ

0
SHARES
41
VIEWS

ଯୋଡା,୧୪/୨(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡା ସହର ରେ ଥିବା ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ଯୋଡା ଶାଖା ପକ୍ଷରୁ ଯୋଡା ର ବିଭିନ୍ନ ବିଦ୍ୟାଳୟ , ହଟିଙ୍ଗ ରେ ମାତୃ ପିତୃ ପୂଜନ ଦିବସ ପାଳନ କରାଯାଇଛି । ଏହି ଅବସରରେ ଯୋଡା ର ହିଲ ଟପ୍ ପ୍ରାଇମେରୀ ସ୍କୁଲ,ଯୋଡା ବସ୍ତି ସ୍କୁଲ,ତଲକ୍ ହଟିଙ୍ଗ,ହୀରାକୁଦ କଲୋନୀ ପ୍ରାଇମେରୀ ସ୍କୁଲ୍,ବନେଇ କଳା ପ୍ରାଇମେରୀ ସ୍କୁଲ,ଯୋଡା ଇଷ୍ଟ ଏମ୍ ଇ ଓ ୟୁ ପି ସ୍କୁଲ କୁନ୍ଦୁରୁ ନାଲ। ପ୍ରାଇମେରୀ ସ୍କୁଲ, ହୁଡ଼ି ସାହି କଲୋନୀ, ପ୍ରଭୃତି ସ୍କୁଲ ରେ ମାତୃ ପିତୃ ପୂଜନ ପାଳନ କରାଯାଇଛି ।ଏହାକୁ ସମିତି ସମ୍ପାଦକ ରଶ୍ମି ରଞ୍ଜନ ସାହୁ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ । ଜୁରୁଡି ସରସ୍ଵତୀ ଶିଶୁ ମନ୍ଦିର ରେ ମାତ୍ରୁ ପିତୃ ପୂଜନ ଦିବସ ରେ ଛାତ୍ରୀ ଛାତ୍ର ମାନେ ସର୍ବ ପ୍ରଥମେ ସେମାନଙ୍କ ମାତାପିତା ଙ୍କ ପାଦ ଧୌତ କରି ସ୍ୱଚ୍ଛ ଓ ଉଚ୍ଚ ଆସନ ରେ ବସାଇ ଲଲାଟରେ କୁମକୁମ୍ ତିଳକ କରିଥିଲେ ।ମସ୍ତକରେ ପୁଷ୍ପ ଓ ଅକ୍ଷତ ରଖି ଫୁଲ ମାଳ ପିନ୍ଧାଇ ଥିଲେ ।ତାପରେ ମାତା ପିତା ଙ୍କୁ ସାତ ଥର ପରିକ୍ରମା ପୂର୍ବକ ଧୂପ ନୈବେଦ୍ୟ ଦେଇ ପୂଜା ଅର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ।ଏହି ସମୟରେ ଛାତ୍ରୀ ଛାତ୍ର ତଥା ସେମାନଙ୍କ ମାତା ପିତାଙ୍କ ମଧ୍ୟରେ ଭାବ।ବେଗ , ନୟନରେ ଅଶ୍ରୁ ର ଧାରା ବହି ଯାଉଥିବା ଦେଖିବାକୁ ମିଳିଥିଲା ।ପାଶ୍ଚାତ୍ୟ ସଭ୍ୟତା କୁ ଅନୁକରଣ କରି ଯୁବ ପୀଢ଼ି ବିକ।ରି ଆକର୍ଷଣ, ଅଶ୍ଳୀଳତା ଓ ବ୍ୟସନରେ ଛନ୍ଦି ହୋଇ ବିକୃତ ମାନସିକ ଚାପ ଗ୍ରସ୍ତ ହେଉଛନ୍ତି ଏବଂ ରୋଗ, ଅଶାନ୍ତ ଓ ଚିନ୍ତାରେ ଆକ୍ରାନ୍ତ ହୋଇ ନିଜର ସର୍ବନାଶ କରୁଛନ୍ତି ।ଦେଶରେ ନିଜର ସନ୍ତାନ ମାନେ ଥାଇ ମଧ୍ୟ ମାତା ପିତା ମାନେ ବୃଦ୍ଧ।ଶ୍ରମରେ ପଡ଼ି ରହୁଛନ୍ତି ।ଆଗାମୀ ପିଢ଼ି କୁ ଏହିସବୁ ରୁ ଉଦ୍ଧାର କରିବା ପାଇଁ ଫେବୃଆରୀ ୧୪ତାରିଖ ଭାଲେଣ୍ଟ।ଇନ ଡେ ପରିବର୍ତ୍ତେ ମାତୃ ପିତୃ ପୂଜନ ଦିବସ ସମଗ୍ର ଦେଶରେ ପାଳନ କରିବା ପାଇଁ ସନ୍ଥ ଶ୍ରୀ ଆଶାରାମ ବାପୁ ଙ୍କ ପ୍ରେରଣାରେ ଆରମ୍ଭ କରାଯାଇଥିଲା ।ଯାହାକୁ ଦୀର୍ଘ ବର୍ଷ ହେବ ଆଜି ଦେଶ ବିଦେଶରେ ପାଳନ କରାଯାଉଥିବା ସମିତି ସଭାପତି ପ୍ରକାଶ କୁମାର ମହାପାତ୍ର କହିଛନ୍ତି ।

    Related News

    Follow Us