Search
Close this search box.

କେନ୍ଦ୍ରୀୟ ଖେଳ ପଡିଆ ଠାରେ ବିଜେଡ଼ି ପକ୍ଷରୁ ପ୍ରଚାର ସଭା

0
SHARES
250
VIEWS

କେନ୍ଦ୍ରୀୟ ଖେଳ ପଡିଆ ଠାରେ ବିଜେଡ଼ି ପକ୍ଷରୁ ପ୍ରଚାର ସଭା,,ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଙ୍କ ସମର୍ଥନ ରେ 15 ହଜାର ରୁ ଅଧିକ ସମର୍ଥକ,,,ଯୋଡା- (ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକା ଅନ୍ତର୍ଗତ କେନ୍ଦ୍ରୀୟ ଖେଳ ପଡିଆ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିରାଟ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି, ଯୋଡା ନଗର ସଭାପତି ଚତୁର୍ଭୁଜ ପଲେଇ ଏବଂ ନଗର ପାଳ ଜଗଦୀଶ ପ୍ରସାଦ ସାହୁଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ 15 ହଜାର ରୁ ଉର୍ଦ୍ଧ ଜନସମାବେଶ ରେ ଅନୁଷ୍ଠିତ ଏହି ସଭାରେ ଲୋକସଭା ପ୍ରାର୍ଥୀ ଧନୁର୍ଯୟ ସିଦ୍ଧୁ ଓ ବିଧାନସଭା ପ୍ରାର୍ଥୀ ସନାତନ ମହାକୁଡ ଉପସ୍ଥିତ ରହି ଡବଲ୍ ସଙ୍ଖ ରେ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଭୋଟ ଭିକ୍ଷା କରିଥିଲେ, ବିଧାନସଭା ସଭା ପ୍ରାର୍ଥୀ ସନାତନ ମହାକୁଡ ବିଗତ ଦିନରେ କରିଥିବା କେନ୍ଦୁଝର ଜିଲ୍ଲା ପାଇଁ ମେଡିକାଲ କଲେଜ, ଯୋଡା ଫ୍ଲାଇଓଭର୍ ପୋଲ, ରେଳ ପଥ ସଂଯୋଗୀକରଣ ପ୍ରଭୃତି ଦଶ ଗୋଟି ଦାବି ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ପହଞ୍ଚାଇ ଥିଲେ ତନ୍ମଧ୍ୟରୁ କିଛି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉ କିଛି ଏଥର ବିଧାୟକ ହେଲେ ସମ୍ପୂର୍ଣ୍ଣ କରିବା ସହ ଚମ୍ପୁଆ ତଥା ଚମ୍ପୁଆ ବାସୀଙ୍କ ସାମଗ୍ରିକ ବିକାଶ ପାଇଁ ସଦା ସର୍ବଦା କାର୍ଯ୍ୟ କରିଆସୁଛନ୍ତି ଆଗକୁ ମଧ୍ୟ କରିବେ ବୋଲି କହିଥିଲେ, ଲୋକସଭା ପ୍ରାର୍ଥୀ ଧନୁର୍ଯୟ ସିଦ୍ଧୁ ଡବଲ୍ ସଙ୍ଖ ରେ ଭୋଟ ଦେଲେ କିପରି ଚମ୍ପୁଆ ଏବଂ କେନ୍ଦୁଝର ବିକାଶ ହୋଇପାରିବ ସେ ବିଷୟରେ ଉପସ୍ଥିତ ଜନତାଙ୍କୁ ବୁଝାଇବା ସହିତ ଭୋଟ ଭିକ୍ଷା କରୁଥିଲେ, ଏହି କାର୍ଯ୍ୟକ୍ରମରେ ଦିର୍ଘ 5 ଘଣ୍ଟା କାଳ ହଜାର ହଜାର ଲୋକ ସନାତନ ଙ୍କୁ ଦେଖିବା ପାଇଁ ଖରା ଏବଂ ପରେ ବର୍ଷା ରେ ମଧ୍ଯ ଉପସ୍ଥିତ ରହିଥିଲେ, ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବିକାଶ ମହାନ୍ତି, ରବି ନାରାୟଣ ଦାସ, ସୁଶାନ୍ତ କୁମାର ବାରିକ, ନିରଞ୍ଜନ ବହିଦାର୍, ପୌର ପାଳିକା ର ଅନେକ କାଉନ୍ସିଲର, ଉପାଧ୍ୟକ୍ଷା ସନ୍ଧ୍ୟା ପାତ୍ର, ଜିତେନ୍ଦ୍ର ଜୟସ୍ୱାଲ, ରବିନାରାୟଣ ଦାସ, ବିକାଶ ମହାନ୍ତି ଙ୍କ ସମେତ ସହସ୍ରାଧିକ କର୍ମୀ ଉପସ୍ଥିତ ଥିଲେ ।

    Related News

    Follow Us