Search
Close this search box.

ଟାଟା ଷ୍ଟିଲ୍ ଯୋଡ଼ା ପକ୍ଷରୁ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

0
SHARES
96
VIEWS

ଯୋଡ଼ା, ୨୭/୦୭ (ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼ା ଠାରେ ଟାଟା ଟ୍ରଷ୍ଟ ସହଯୋଗରେ, ଟାଟା ଷ୍ଟିଲ୍ ଯୋଡ଼ାର ଓଏମକ୍ୟୁ (ଖଣିଜ, ଖଣି ଓ ଖନନ) ଡିଭିଜନ ପକ୍ଷରୁ ଶୁକ୍ରବାର ଦିନ ଆଖପାଖ ଲୋକ ଓ ମହିଳା କର୍ମଚାରୀମାନଙ୍କ ମଧ୍ୟରେ ସ୍ତନ କର୍କଟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ (ଉଭୟ ଅଧିକାରୀ ଏବଂ ଅଣ-ଅଧିକାରୀ) ଅଂଶଗ୍ରହଣ କରିଥିଲେ ଯେଉଁଥିରେ ଠିକା କର୍ମଚାରୀ ଏବଂ ଏହାର ଆଖପାଖ ଅଞ୍ଚଳର ମହିଳାମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାମସେଦପୁରସ୍ଥିତ ଟାଟା ଷ୍ଟିଲର ମେଡିକାଲ ସର୍ଭିସେସ ର ମହାପ୍ରବନ୍ଧକ ( ପଦବୀ ଗ୍ରହଣ କରିବାକୁ ଯାଉଥିବା) ଡାକ୍ତର ବିନିତା ସିଂହ, ଜାମସେଦପୁରସ୍ଥିତ ଟାଟା ମେନ୍ ହସ୍ପିଟାଲର ମେଡିକାଲ ଅଙ୍କୋଲୋଜି କନସଲଟାଣ୍ଟ ତଥା ଭାରପ୍ରାପ୍ତ ଡାକ୍ତର ଅମିତାଭ କୁମାର ଉପାଧ୍ୟାୟ ଯୋଗ ଦେଇଥିଲେ । କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଉପାଧ୍ୟାୟ ସ୍ତନ କର୍କଟ ମୁକାବିଲାରେ ସଚେତନତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭିକ ଚିହ୍ନଟ ଚିକିତ୍ସା ଫଳାଫଳରେ ଯଥେଷ୍ଟ ଉନ୍ନତି ଆଣିଥାଏ ବୋଲି ସେ କହିଥିଲେ ଏବଂ ମହିଳାମାନଙ୍କୁ ନିୟମିତ ସ୍କ୍ରିନିଂ ଏବଂ ସ୍ୱାସ୍ଥ୍ୟ ପରୀକ୍ଷାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଥିଲେ ।ନୂଆମୁଣ୍ଡିଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଏମକ୍ୟୁର ମହାପ୍ରବନ୍ଧକ ଅତୁଲ କୁମାର ଭଟ୍ଟନାଗର, ଓଏମକ୍ୟୁର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଧୀରେନ୍ଦ୍ର କୁମାରଙ୍କ ସମେତ ସ୍ଥାନୀୟ ବ୍ଲକ ସଦସ୍ୟ ଓ ଆଖପାଖ ଲୋକମାନେ ଉପସ୍ଥିତ ଥିଲେ।ଏହି ଅଧିବେଶନର ଉଦ୍ଦେଶ୍ୟ ଅଂଶଗ୍ରହଣକାରୀମାନଙ୍କୁ ସ୍ତନ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ, ଲକ୍ଷଣ ଏବଂ ଉପଲବ୍ଧ ଚିକିତ୍ସା ବିଷୟରେ ସଚେତନତା କରିବା ।ଏହି ପଦକ୍ଷେପ ଟାଟା ଷ୍ଟିଲର କର୍ମଚାରୀ ଏବଂ ଆଖପାଖ ଲୋକଙ୍କ ମଧ୍ୟରେ ଉତ୍ତମ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧତାକୁ ଦର୍ଶାଉଛି ।

    Related News

    Follow Us