Search
Close this search box.

ଅଖିଳବିଶ୍ବ ଗାୟତ୍ରୀ ପରିବାର ତରଫରୁ ବାଲିପାଟଣା ବ୍ଲକର କୁଳନ୍ତିରା ଗ୍ରାମରେ ବୃକ୍ଷରୋପଣ

0
SHARES
4
VIEWS

ବାଲିପାଟଣା:- ଗାୟତ୍ରୀପରିବାରର ଆଦର୍ସ ତଥା ସମାଜସେବୀ ହୂଦାନନ୍ଦ ସାହୁଙ୍କ ଦ୍ବାରା ଆଜି ଅଖିଳବିଶ୍ବ ଗାୟତ୍ରୀ ପରିବାର ତରଫରୁ ବାଲିପାଟଣା ବ୍ଲକର କୁଳନ୍ତିରା ଗ୍ରାମରେ ବୃକ୍ଷରୋପଣ ସହିତ ଅଖଣ୍ଡ ଜ୍ଯୋତି ପତ୍ରିକା ବଣ୍ଟନ କରାଯାଇଥିଲା | ଭାରତୀୟ ସଂସ୍କୁତି ପରମ୍ପରା ଅନୁଯାୟୀ ବୃକ୍ଷଗୁଡିକୁ ପୂଜନକରାଇବାପରେପରେ ଧୂପ ଦୀପ ନୈବେଦ୍ଯ,ତିଲକ ଏବଂ ଅପର୍ଣ କରି ବନ୍ଦାପନାପରେ ଗାୟତ୍ରୀ ମନ୍ତ୍ର ସହିତ ଗ୍ରାମର ଲୋକମାନଙ୍କ ଦ୍ବାରା ବୃକ୍ଷରୋପଣ କରାଯାଇଥିଲା |ଏହି କାର୍ଯ୍ଯକ୍ରମରେ ଗାୟତ୍ରୀପରିଜନ ଟୁନିଲତା ସାମନ୍ତରାୟ,ଯୋଗତଥା ପ୍ରାକୂତିକ ଚିକିତ୍ସକ ଡକ୍ଟର ଦୀପକ ରଞ୍ଜନ ବେହେରା,ଅମିତା ମୋହାନ୍ତି,ସରସ୍ବତୀ ପ୍ରଧାନ ଏବଂ ଗଛକୁ ଯତ୍ନ ରଖୁଥିବା ସମାଜସେବୀ ରାଜକିଶୋର ସ୍ବାଇଁ ଉପସ୍ତିତ ରହିଥିଲେ | ଆଦର୍ସ ତଥା ସମାଜସେବୀ ହୂଦାନନ୍ଦ ସାହୁ ଖୁବ ସୁନ୍ଦରଭାବେ ବୃକ୍ଷରୋପଣ ଉପରେ କହିଥିଲେ ଯେ ଗଛ ଭଳି ପରୋପକାରୀ ଗୁଣ ବୋଧେ ଏ ସଂସାରରେ ଆଉ କାହା ନିକଟରେ ଦେଖିବାକୁ ମିଳେନି। ସମଗ୍ର ଜୀବଜଗତ ପାଇଁ ଉତ୍ସର୍ଗୀକୃତ ତା’ର ଜୀବନ। ଗଛଟିଏର ତ୍ୟାଗ ଓ ଅବଦାନର ପଟାନ୍ତର ନାହିଁ। ଖରା, ବର୍ଷା, ଶୀତ, କାକର ସହି ଅନ୍ୟକୁ ସୁଖ ଦେଉଥିବା ଗଛର ଜୀବନ କେଡ଼େ ମହାନ୍‌ ସତେ। ହାତ ଘେନି ଗଛଟିଏ ଲଗାଇଲେ କେବେବି ନିରାଶ ହେବାକୁ ପଡ଼େନି। ଗଛଟିଏ ରୋପଣ କରି ତା’ ମୂଳରେ ପାଣିଦେବା କି ଘାସ ବାଛିଦେବା ଭଳି ସାମାନ୍ୟ କର୍ତ୍ତବ୍ୟ ସମ୍ପାଦନ କରିପାରିଲେ ଏହା ଦିନେ ବଡ଼ ହୋଇ ଅଶେଷ ଉପକାରରେ ଆସିଥାଏ। ମଣିଷଠାରୁ ପଶୁପକ୍ଷୀ ଓ କୀଟପତଙ୍ଗ ଯାଏ କାହା କାମରେ ନ ଆସେ ଗଛ। ଫୁଲ, ଫଳ, କାଠ, ଛାଇ ଓ ଅମ୍ଳଜାନ ଆଦି ଯୋଗାଇ ଆମ ପରିବେଶକୁ ବଞ୍ଚିବାପାଇଁ ସହାୟତା କରିବା ସହ ଆମ ଜୀବନଶୈଳୀକୁ ସହଜ ଓ ସୁଗମ କରିଥାଏ ଗଛ। ଶାସ୍ତ୍ରରେ କୁହାଯାଇଛି; ”ସେବିତବ୍ୟେ ମହାବୃକ୍ଷଃ ଫଳଛାୟା ସମନ୍ବିତଃ, ଯଦି ଦୈବାତ୍‌ ଫଳ ନାସ୍ତି ଛାୟା କେନ ନିବାର୍ଯ୍ୟତେ।“ ଅର୍ଥାତ୍‌ ଫଳ ଓ ଛାୟା ଯୁକ୍ତ ଗୋଟିଏ ବିଶାଳ ବୃକ୍ଷର ସେବା କରିବା ଉଚିତ୍‌। ଯଦିବା କୌଣସି କାରଣରୁ ଉକ୍ତ ଗଛଟି ଫଳ ପ୍ରଦାନ କରିବାକୁ ଅସମର୍ଥ ହୁଏ ତେବେ ଅନ୍ତତଃ ଛାୟା ଟିକେ ତ ପ୍ରଦାନ କରିପାରିବ ବୋଲି ଆହୁରୀ ଅନେକ କିଛି ଉପଯୁକ୍ତ ଜାଣିବା ବିଷୟରେ କହିଥିଲେ | ଏହି ଭଳି କାର୍ଯ୍ଯକୁ ଗ୍ରାମର ଲୋକମାନେ ପ୍ରଶଂସା କରିଥିଲେ

    Related News

    Follow Us