Search
Close this search box.

ପ୍ରଧାନଶିକ୍ଷୟତ୍ରୀଙ୍କ ନିର୍ଯାତନା ସହି ନପାରି ଜୀବନ ଶେଷ କରିବାକୁ ଚାହୁଁଥିଲେ ବିଜ୍ଞାନ ଶିକ୍ଷକ

0
SHARES
18
VIEWS

ଦେହ ଖରାପ ଥିବା ଯୋଗୁଁ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀଙ୍କୁ ଛୁଟି ମାଗିଲେ ମିଳୁ ନଥିଲା। ଏଥିସହିତ ଗତ ମାସରେ ଦରମା କାଟି ଦେଇଥିବା ଯୋଗୁଁ ମାନସିକ ସ୍ଥିତି ହରାଇ ମୋ ସ୍ବାମୀ ଏକ ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ଜଣେ ବିଜ୍ଞାନ ଶିକ୍ଷକଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି। ଶିକ୍ଷକ ଜଣକ ଆଶିଷ କୁମାର ସ୍ୱାଇଁ ଓ ସେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କଚରାପାରା ଅଲେଖ ମହିମା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ। ତାଂକ ପତ୍ନୀଙ୍କ କହିବା ଅନୁଯାୟୀ କିଛି ଦିନ ଧରି ଶ୍ରୀ ସ୍ୱାଇଁ ମାନସିକ ଚାପରେ ରହି ଆସୁଥିଲେ। ତାଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ମାନସିକ ଚାପ ଦେଉଥିବା ବେଳେ ଆଜି ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଶ୍ରୀ ସ୍ୱାଇଁଙ୍କୁ ତୁରନ୍ତ ରାଇଘର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us