କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଶିର୍ଲା ଜଙ୍ଗଲ ରେ ଏସଓଜି ଯବାନ – ମାଓବାଦୀ ମୁହାଁ ମୁହିଁ ଜଣେ ଗୁରୁତର ଜଣେ ଆହତ ,ଭୁବନେଶ୍ବର ଏମ୍ସ ସ୍ତନତାରିତ /ଏଭି ଓ /ରାମ ବଳରାମ ଦାସ
କିଛି ଦିନ ନୀରବତା ପରେ ପୁଲିସ- ମାଓବାଦୀ ମୁହାଁ ମୁହିଁ ହୋଇଛନ୍ତି । କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଥାନା ଶିର୍ଲା କେହେଲିଗୁଡା ନିକଟସ୍ଥ କରୁଗାଡେଙ୍ଗ ଜଙ୍ଗଲ ରେ ଆଜି ସକାଳୁ ସକାଳୁ ଏସଓଜି ଯବାନଙ୍କ ପକ୍ଷରୁ କୁମ୍ବି ଅପରେଶନ ଆରମ୍ଭ ହୋଇଥିବା ବେଳେ ଲେଣ୍ଡ ମାଇନ ବିସ୍ଫୋରଣ ରେ ଅମିୟ ରଞ୍ଜନ ଦାସ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କ ଆଖି ରେ ଆଘାତ ଲାଗିଛି ଓ ଅନ୍ୟ ଜଣେ ପ୍ରଶାନ୍ତ କୁମାର ଜେନା ତାଙ୍କର ହାତ ଛତି ରେ ସାମାନ୍ୟ ଆଘାତ ଲହଗିଛି ଦୁଇ ଜଣକୁ ବାଲିଗୁଡା ଉପଖଣ୍ଡ ମେଡିକାଲ ରେ ଚିକିସ୍ଛା ପରେ ଭୁବନେଶ୍ବର ଏମଏସ କୁ ସ୍ତନତାରିତ କରାଯାଇଛି । ମେଡିକାଲ ରେ ବାଲିଗୁଡା ଏସ ଡି ପି ଓ ,ଥାନା ଅଧିକାରୀ ରହି ଘଟନା ସମ୍ପର୍କ ରେ ବୁଝିବା ସହ ଅଧିକ ଚିକିସ୍ଛା କରାଇଥିଲେ ।କିଛି ଦିନ ହେଲା ମାଓବାଦୀ ମାନେ ଶିର୍ଲା ଜଙ୍ଗଲ ରେ ମାଓ କ୍ୟାମ୍ପ କରି ରହିଆସୁଥିଲେ । ଗତ ଦୁଇ ବର୍ଷ ପୂର୍ବେ ସରିଲା ଜଙ୍ଗଲରେ ପୋଲିସ ଜଙ୍ଗଲ କୁମ୍ବିଂ କରୁଥିବା ବେଳେ।ମାଓବାଦୀ ଓ ଯବନ ଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ମହିଳା ମାଓବାଦୀଙ୍କ ସହ ଚାରିଜଣ ପୁରୁଷ ମାଓବାଦୀଙ୍କ ମୃତୁ ଘଟି ଥିଲା । ସାତ ଜଣ ମାଓବାଦୀଙ୍କ ଗୁଳିମାଡ଼ରେ ଯବାନ ଗୁରୁତର ଭାବେ ଆଘାତ ପ୍ରାପ୍ତ ହୋଇଥିଲେ । ସେଥି ମଧରୁ ଦୁଇଜଣଙ୍କ ଅବସ୍ଥା ଗୁରୁତ୍ୱ ପୂର୍ଣ୍ଣ ଥିବାଯୋଗୁ ହେଲିକ୍ୟାପଟର ଯୋଗେ ଅଧିକ ଚିକିତ୍ସା ସକାଶେ ଭୁବନେଶ୍ୱର ନିଆଯାଇଥିଲା । ପୂନ୍ ବାର ସେଠାରେ ମାଓ କ୍ୟାମ୍ପ ଚାଲିଥିବା କନ୍ଧମାଳ ଏସ୍ପି ସୂଚନା ପାଇ କୁମ୍ବି ଅପରେଶନ ଆଜି ସକାଳୁ ଆରମ୍ଭ କରିଥିଲେ ଏବେ ମଧ୍ୟ କୁମ୍ବି
ଜାରି ରହିଛି ଅଧିକ ଯବାନ ଉକ୍ତ ଅଞ୍ଚଳକୁ ଯାଇଥିବା ଜଣାପଡିଛି । ଏକ ସପ୍ତାହ ପୂର୍ବେ ବୌଦ୍ଧ କନ୍ଧମାଳ ସୀମାନ୍ତ ରେ ମାଓବାଦୀ ଯବାନ ମୁହାଁ ମୁହିଁ ହୋଇଥିଲେ । ଏହା ପରେ ପୁଲିସ ଡିଜି କନ୍ଧମାଳ ଆସି ମାଓ ସମୀକ୍ଷା କରିବା ସହ ମାଓ ବାଦୀଙ୍କୁ ମୁଖ୍ୟ ସ୍ରୋତକୁ ଆସିବା ପାଇଁ ଅପିଲ କରିଥିଲେ । ମାଓ ମୁକାବିଲା ପାଇଁ ଜିଲ୍ଲାରେ ମୃତୟନ ସିଆରପିଏଫ ,ବିଏସଏଫ କେନ୍ଦ୍ରୀୟ ବଳ ସହ ମଧ୍ୟ ଆଲୋଚନା କରିଥିଲେ
କନ୍ଧମାଳ ରୁ କିଶୋର ସାହୁ ଙ୍କ ରିପୋର୍ଟ ସଂଘର୍ଷ ଟିଭି