ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କମାଗଡ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମଟି କମାଗଡ ପଞ୍ଚାୟତର ସରପଞ୍ଚ ରୀଙ୍କି ଲେଙ୍କା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ , ମାନ୍ୟବର ବିଧାୟିକା ମଞ୍ଜୁଳା ସ୍ବାଇଁ, ସିଡିପିଓ ଭାଗ୍ୟଲତା ପାତ୍ର , ବିଧାୟିକ ପ୍ରତିନିଧି ନଚିକେତା ସ୍ବାଇଁ, ୨ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଅନିମା ପରିଡ଼ା, ୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ତନ୍ମୟୀ ନାହାକ , କମାଗଡ ସମିତିସଭ୍ୟ ପ୍ରଶାନ୍ତ କୁମାର ନାହାକ, ବେଣାପାଟ ସରପଞ୍ଚ ବବିତା ପ୍ରଧାନ,ସମାଜସେବୀ ଭଗବାନ ସାହୁ , ଚଢିଆପଲ୍ଲୀ ସରପଞ୍ଚ ଜୟସେନ ସ୍ବାଇଁ, ସୂର୍ଯ୍ୟକାନ୍ତ ପରିଡ଼ା , ପ୍ରମୁଖ ଉପସ୍ଥିତ ରହିଥିଲେ I ଏହି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ମାଧ୍ୟମରେ ଗାଁ ଗାଁ ରେ କିଭଳି ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତିକରଣ ମହିଳା ସଂସକ୍ତିକରଣ ଓ ଭିତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ର ରୂପାନ୍ତିକରଣ ହୋଇଛି ସେ ଉପରେ ଲୋକ ମାନଙ୍କୁ ଜନ ସଚେତନତା କରାଯାଇଥିଲା l ତେବେ କମାଗଡ ପଞ୍ଚାୟତର ବିକାଶ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ୮ଟି ପ୍ରକଳ୍ପକୁ ୫୦ ଲକ୍ଷ ଟଙ୍କାର ଅନୁଦାନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୮୫୬ ପରିବାରକୁ ଅନ୍ତର୍ଭୁକ୍ତ କରାଯିବା ସହ ମୁଖ୍ୟ ମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା ମାଧ୍ୟମରେ ୨ଟି ପ୍ରକଳ୍ପ ପାଇଁ ୧୫ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି, ସେହିପରି କାଳିଆ ଯୋଜନାରେ ୫୦୯ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ, ୫୩୩ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଛି l ମିଶନ ଶକ୍ତି ମଧ୍ୟାମରେ ୩୧ ମିଶନ ଶକ୍ତି ଗୋଷ୍ଟିକୁ ବିନା ସୁଧରେ ୨୦ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବା ବେଳେ ୮୫୬ ପରିବାରକୁ ରେସନ୍ କାର୍ଡ ପ୍ରଦାନ କରାଯାଇଛି ତାହା ସହ ମମତା ଯୋଜନା ମାଧ୍ୟମରେ ୨୦୪ ଗର୍ଭବତୀ ମହିଳାଙ୍କୁ ସହାୟତ ପ୍ରଦାନ କରାଯାଇଛି l ପଞ୍ଚାୟତକୁ ଆମ ବ୍ୟାଙ୍କ ଦ୍ବାରା ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଗ୍ରାମ ପଞ୍ଚାୟତକୁ ଲକ୍ଷ୍ମୀ ବସ ସେବା ପ୍ରଦାନ କରାଥିବା ପଞ୍ଚାୟତର ବିକାଶ ମୂଳକ ପୁସ୍ତକରେ ସ୍ଥାନ ଦିଆ ଯାଇଛି l ତେବେ ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ୱୟଂ ସହାୟକ ଦଳ, ଏମ ବି କେ, ସିଆରପି,ବ୍ୟାଙ୍କ ମିତ୍ର, ଅଙ୍ଗନବାଡି ବାଡ଼ି କର୍ମୀ ଙ୍କ ସହ ବହୁ ସ୍ବେଛାସେବୀ ଯୋଗ ଦେଇଛନ୍ତି l