ରାଜ୍ୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଛି ୪୨୩ଟି ବିଚାରାଧୀନ ମାମଲା। ୨୦୨୩, ଡିସେମ୍ବର ୩୧ ସୁଦ୍ଧା ୩୦ଟି ଜିଲ୍ଲାରେ #ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଥିବା ମାମଲା ସଂପର୍କରେ ହାଇକୋର୍ଟ ୱେବସାଇଟରେ ସୂଚନା ଜାରି କରାଯାଇଛି। ସାଂସଦ/ବିଧାୟକଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୬ଟି ମାମଲା ବିଚାରାଧୀନ ରହିଛି। ଏହି କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ଥିବା ସମ୍ବଲପୁର ଜିଲ୍ଲାରେ ୫୩ଟି ଓ ତୃତୀୟ ସ୍ଥାନରେ ରହିଥିବା ଗଞ୍ଜାମ ଜିଲ୍ଲାରେ ୫୧ଟି ମାମଲା ସାଂସଦ/ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଛି। ଅନୁଗୁଳରେ ୨୭ଟି, ବାଲେଶ୍ବରରେ ୨୮ଟି, ବରଗଡ଼ରେ ଗୋଟିଏ, ବଲାଙ୍ଗୀରରେ ୨୬ଟି, କଟକରେ ୩୬ଟି, କଳାହାଣ୍ଡିରେ ଗୋଟିଏ, କୋରାପୁଟରେ ୪୮ଟି, ମୟୂରଭଞ୍ଜରେ ୨୪ଟି, ସୋନପୁରରେ ଗୋଟିଏ, ସୁନ୍ଦରଗଡ଼ରେ ୪୧ଟି ମାମଲା ସାଂସଦ/ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଛି। ଅନ୍ୟପକ୍ଷରେ ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ଫୁଲବାଣୀ, ପୁରୀ, ରାୟଗଡ଼ା ଜିଲ୍ଲାରେ ଥିବା ଅଦାଲତରେ ସାଂସଦ/ବିଧାୟକଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ବିଚାରାଧୀନ ନାହିଁ ବୋଲି ଉପଲବ୍ଧ ତଥ୍ୟରୁ ସ୍ପଷ୍ଟ ହୋଇଛି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ