ଯୋଡ଼ା -(ସଂଘର୍ଷ ରମେଶ )ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ ତରଫରୁ ଆଜି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ବନେଇକଳା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି. ଏହି ମହୋତ୍ସବ ରେ ଯୋଡ଼ା ବ୍ଲକ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ର ନବମ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ. ସର୍ବ ପ୍ରଥମେ ଓଷ୍ଟା ଶିକ୍ଷକ ସଙ୍ଘ ରବ୍ଲକ ସଭାପତି ଶ୍ରୀ ମହେନ୍ଦ୍ର କୁମାର ଜେନା ଓ ସମ୍ପାଦକ ହରେକୃଷ୍ଣ ରାଉତ ଓ ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର ଙ୍କ ଦ୍ୱାରା ଦୀପ ପ୍ରଜ୍ଵଳନ କରାଯାଇ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା. ଛାତ୍ର ଛାତ୍ରୀ ମାନଙ୍କର ପ୍ରତିଭା ଅନ୍ୱେଷଣ ନିମନ୍ତେ ଓଷ୍ଟା ତରଫରୁ ମଧ୍ୟ ଏକ ପରୀକ୍ଷା ଗତ ରବିବାର ଦିନ ଏହି ବନେଇକଳା ଉଚ୍ଚ ବିଦ୍ୟାଳୟ ଠାରେ ମଧ୍ୟ ଅନୁଷ୍ଠିତ କରାଯାଇଥିଲା. ପିଲାମାନଙ୍କର ପ୍ରତିଭା ର ଅନ୍ୱେଷଣ ନିମନ୍ତେ ଓଷ୍ଟା ତରଫରୁ ଏହି ଉତ୍ସବ ସହିତ ମେଧା ଅନ୍ୱେଷଣ ଓ ପିଲା ମାନଙ୍କୁ ଉତ୍ସାହିତ କରିବା ପାଇଁ ମାଧ୍ୟମିକ ଶିକ୍ଷକ ସଙ୍ଘ ର ଏ ପ୍ରୟାସ କୁ ଅଭିଭାବକ ଓ ଅଭିଭାବିକା ମାନେ ଭୁୟସୀ ପ୍ରଶଂସା କରିଥିଲେ. ଆଜିର ଏହି ଶିଶୁ ଉତ୍ସବ ରେ ସାଧାରଣ ଜ୍ଞାନ, ଗଳ୍ପ କଥନ, ସଂଗୀତ, ଚିତ୍ରାଙ୍କନ, କୁଇଜ, ପ୍ରବନ୍ଧ ଲିଖନ, ଓ ନୃତ୍ୟ ପ୍ରତିଯୋଗିତାରେ ଯୋଡ଼ା ବ୍ଲକ ରୁ ପନ୍ଦର ଟି ଉଚ୍ଚ ବିଦ୍ୟାଳୟ ରୁ ମୋଟ 150 ଜଣ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ପ୍ରତିଯୋଗିତା ରେ ଭାଗ ନେଇଥିଲେ. ଅଭିଜ୍ଞ ଶିକ୍ଷକ ମାନଙ୍କ ଦ୍ୱାରା ମୂଲ୍ୟାୟନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ସାଟିଫିକେଟ ସହ ପୁରସ୍କାର ବିତରଣ କରାଯାଇଥିଲା. ଏହି ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ପ୍ରାକ୍ତନ ଜିଲ୍ଲା ଯୁଗ୍ମ ସମ୍ପାଦକ କାଶୀନାଥ ମହନ୍ତ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ସମ୍ମାନିତ ଅତିଥି ଅନିଲ କୁମାର ଗିରି, ଶାନ୍ତନୁ କୁମାର ପ୍ରଧାନ, ଅର୍ଦ୍ଧଂଶୁ ଶେଖର ପାଢ଼ୀ, କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ.ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଶ୍ରୀଯୁକ୍ତ ଯଯାତି କେଶରୀ ବେହେରା ସାଙ୍ଗଠନିକ ସମ୍ପାଦକ ରୂପେ ସମସ୍ତ ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିଥିବାରୁ ଓଷ୍ଟା ସଙ୍ଘ ଯୋଡ଼ା ବ୍ଲକ ର ସମ୍ପାଦକ ହରେକୃଷ୍ଣ ରାଉତ ଧନ୍ୟବାଦ ଜଣାଇଥିଲେ.ଯୋଡ଼ା ବ୍ଲକ ରୁ ଆସିଥିବା ସମସ୍ତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ସଞ୍ଜୟ କୁମାର ନାଏକ, ବନେଇକଳା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଯଯାତି କେଶରୀ ବେହେରା, ଶିକ୍ଷକ ଶ୍ରୀଯୁକ୍ତ ରଙ୍ଗାଧର ଜେନା, ରାଇମୋହନ ଖଣ୍ଡେଇ, ଦୀନବନ୍ଧୁ ପତି, ନିରଜ କୁମାର ପାତ୍ର, ଶୁଚିସ୍ମିତା ଦାଶ, ଲକ୍ଷ୍ମୀ ଓରାମ, ଛୋଟରାୟ ମୁଣ୍ଡା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ. ଶେଷରେ ଛାତ୍ର ଛାତ୍ରୀ ମାନଙ୍କର ଚିତାକର୍ଷକ ନୃତ୍ୟ ପରିବେଷଣ କରି ଉପସ୍ଥିତ ସମସ୍ତ ଛାତ୍ର ଛାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଅଭିଭାବିକା ମାନଙ୍କୁ ବହୁତ ଆନନ୍ଦ ପ୍ରଦାନ କରିଥିଲେ. ଏହି ନୃତ୍ୟ ପ୍ରତିଯୋଗିତା ରେ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଜୁରୁଡି ର ଛାତ୍ରୀ ତନୁଶ୍ରୀ କାରୁଆ ପ୍ରଥମ ସ୍ଥାନ ପାଇଥିଲେ. ଶେଷରେ ମାଧ୍ୟାମିକ ଶିକ୍ଷକ ସଙ୍ଘ ରସମ୍ପାଦକ ହରେକୃଷ୍ଣ ରାଉତ ଧନ୍ୟବାଦ ଅର୍ପଣ କରି ଉତ୍ସବ ର ପରିସମାପ୍ତି ଘୋଷଣା କରିଥିଲେ