ପାଣ୍ଡିଆନ୍ଙ୍କୁ ଖୋଜୁଛନ୍ତି ବିଜେଡି ନେତା !ଭୁବନେଶ୍ୱର: ଭି.କେ ପାଣ୍ଡିଆନ୍ଙ୍କୁ ଖୋଜୁଛନ୍ତି ବିଜେଡି ନେତା ଓ କର୍ମୀ।ମିଳିଲେ କପିଳାଶ ନେଇ ପିନ୍ଧାଇବେ କୌପିନ୍। ଆଉ ହାତରେ କମଣ୍ଡୁଳଧରା ଗୁମ୍ଫାରେ ପୂରାଇ ଦେବେ। ସେହି ଗୁମ୍ଫାରେ ନବୀନ ନବୀନ ନାମ ଜମିବାକୁକହିବେ। ପରାଜୟ ପରେ ବିଜେଡି ନେତାମାନେ ଆଜି ଗଣମାଧ୍ୟମରେ ଏମିତିକହୁଛନ୍ତି। ଯାହାକୁ ନେଇ ସାଧାରଣରେ କୌତୁହଳ ସୃଷ୍ଟି ହୋଇଛି। ବିଜେଡିନେତା ମାନସ ବସ୍ତିଆ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ସୁନାଭଳି ଚକ୍କ୍ ମାରୁଥିବା ଚେହେରାରେ କଳଙ୍କର ଦାଗ ବୋଳି ଦେଇଛନ୍ତି ଭି.କେପାଣ୍ଡିଆନ୍। ସିଏ ନିଜର ବଡିମା ବଢ଼ାଇବା ପାଇଁ ପୋଷ୍ଟରରେ ନିଜର ଫଟୋଛପାଇ ଦେଲେ । ନିଜେ ଷ୍ଟାର ପ୍ରଚାରକ ହୋଇଗଲେ। ନିଜେ ସାରା ଓଡ଼ିଶାରେବୁଲିଲେ। ମଞ୍ଚରେ କାହାକୁ ଛିଡ଼ା କରିବାକୁ ଦେଲେନାହିଁ। ବିଜେଡିର ନେତାମାନେବିଧାୟକ ଓ ସାଂସଦ ପଦ ପାଇଁ ମୁହଁ ଖୋଲି ପାରିଲେ ନାହିଁ । ଆଉ ଯିଏ ସତକଥା କହୁଥିଲେ, ତାଙ୍କୁ ବାହାରକରିଦେଉଥଲେ ବୋଲି ଶ୍ରୀ ବସ୍ତିଆ କହିଛନ୍ତି।ଭି.କେ ପାଣ୍ଡିଆନ୍ କେଉଁଠିସେନେଇ ସେ କହିଛନ୍ତି, ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବା କିଛି କର୍ମୀ ଆଜି ତାଙ୍କ(ପାଣ୍ଡିଆନ୍) ଘର| ଖୋଜୁଥିଲୁ। ହେଲେ ପାଇଲୁ ନାହିଁ। ତେବେ ପ୍ରଚାର ବେଳେ ସେ କହୁଥିଲେପରାଜୟ ପରେ ସନ୍ନ୍ୟାସ ନେବେ ତେଣୁ ସିଏ କନ୍ୟାକୁମାରୀ ବା ହିମାଳୟରେସନ୍ୟାସ ନେଇଥିବେ। ଯଦି ଆମେ ବିଜେଡି ନେତା ବା କର୍ମୀ ତାଙ୍କୁ ପାଇଲୁ,ତାହାହେଲେ ତାଙ୍କୁ କପିଳାଶ ନେଇଯିବୁ। ତାଙ୍କୁ ସେଠାରେ କୌପିନ୍ ପିନ୍ଧାଇବୁଧରିବା ପାଇଁ କମଣ୍ଡଳୁ ଦେବୁ। ତାଙ୍କୁ ସନ୍ନ୍ୟାସୀ କରାଇ ଦେବୁ। ନବୀନ ନବୀନନାମ ଜପିବା ପାଇଁ ଗୁମ୍ଫାରେ ରହିବାର ବ୍ୟବସ୍ଥା କରିବୁ ବୋଲି ଶ୍ରୀ ବସ୍ତିଆକହିଛନ୍ତି।କ୍ରିତଦାସ ପ୍ରସଙ୍ଗରେ ସେ କହିଛନ୍ତି, ଯିଏ କ୍ରିତଦାସ କହୁଥିଲେ ଓ ଆଉ ଯିଏ ମୁଖ୍ୟମନ୍ତ୍ରୀ ଭି.କେ ପାଣ୍ଡିଆନ୍ କହୁଥିଲେ, ସେମାନେ ନେତା ହୋଇପାରିଲେ ନାହିଁ । ସେମାନେ ହାରି ଆଜି ଘରେ ରହିଗଲେ। ସେମାନେସେବା ନାଁରେ ଯେଉଁ ହରିଲୁଟ୍ କରୁଥିଲେ, ତାହାର ଆଜି ପର୍ଦାଫାସ ହୋଇଯାଇଛି। ନବୀନ ପଟ୍ଟନାୟକଙ୍କ ଚନ୍ଦ୍ରମାରେ ସେମାନେ କଳଙ୍କ ଲଗାଇଛନ୍ତିବୋଲି ବସ୍ତିଆ କହିଛନ୍ତି। ପାଣ୍ଡିଆନ୍ଙ୍କଗସ୍ତକୁ ନେଇ ସେ କହିଛନ୍ତି, ପାଣ୍ଡିଆନ୍ଙ୍କପାଇଁ ଲୋକଙ୍କ ଭିଡ଼ ହେଉନଥିଲା। ବିଧାୟକମାନେ ଲୋକ ଠୁଳ କରୁଥିଲେ।ବିଜେଡି ପାଣ୍ଡିଆନ୍ଙ୍କୁ ନେଇ ତିଆରି ହୋଇନଥିଲା। ବିଜୁ ପଟ୍ଟନାୟକଙ୍କୁ ଭଲପାଉଥିବା, ଓଡ଼ିଶାର ଆଶା ଓ ଆଙ୍କାକ୍ଷାକୁ ନେଇ କାମ କରିବା, ଓଡ଼ିଶାର ସ୍ବାଭିମାନ ଓ ଅସ୍ମିତାକୁ ଦିଲ୍ଲୀ ଦରବାରକୁ ନେବା ପାଇଁ ତିଆରି ହୋଇଥିଲା ବିଜେଡି। ଏହାଛଡ଼ା ବିଜୁ ପଟ୍ଟନାୟକଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ବିଜେଡି ତିଆରି ହୋଇଥିବା ଶ୍ରୀ ବସ୍ତିଆ କହିଛନ୍ତି।