Search
Close this search box.

କଂଗ୍ରେସ ଛାଡି ବି ଜେ ଡି ରେ ମିଶିଲେ ଭାରତ ଯୋଡ ଯାତ୍ରା ସଂଯୋଜକ ଅମିର

0
SHARES
17
VIEWS

ଧରାକୋଟ,16/5/24
ସାନଖେମୁଣ୍ଡି ବିଧାନ ସଭା ଆସନ ରେ ବି ଜେ ଡି ର ସ୍ଥିତି ଦିନକୁ ଦିନ ବଢୁଥିବା ଯୋଗୁଁ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ସାନଖେମୁଣ୍ଡି ବିଧାୟକ ଙ୍କ ଅନୁଗାମୀ ତଥା ଭାରତ ଜୋଡ ଯାତ୍ରା ର ଗଞ୍ଜାମ ଜିଲ୍ଲା ସଂଯୋଜକ ତଥା ଗଞ୍ଜାମ ଜିଲ୍ଲା ଓ ବି ସି ସେଲ ଅଧ୍ୟକ୍ଷ ଯୁବନେତା ଅମୀର କୁମାର ଭୂୟାଁ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବି ଜେ ଡି ଦଳରେ ସାମିଲ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ 5t ଅଧ୍ୟକ୍ଷ ଭି କେ ପଣ୍ଡିଆଁନ ଓ ବି ଜେ ଡି ନେତା ଦେବେନ୍ଦ୍ର ମହାପାତ୍ର ଙ୍କ ଉପସ୍ଥିତିରେ ସେ ନବୀନ ନିବାସ ରେ ଶଙ୍ଖ ଧରିଥିବା ବେଳେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଙ୍କୁ ଧରାକୋଟ ପେଲେଶ ରେ ସୌଜନ୍ୟତା ଦୃଷ୍ଟିରୁ ସାକ୍ଷାତ କରି ବି ଜେ ଡି ଦଳର ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳି ଙ୍କ ବିଜୟ ପାଇଁ ନିଷ୍ଠାପର ଭାବରେ କାର୍ଯ୍ୟ କରିବାପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ନିଜର ପ୍ରତିକ୍ରିୟାରେ ସେ ଗତ 20 ବର୍ଷ ଧରି କଂଗ୍ରେସ ଦଳ ସହ ସଂପୃକ୍ତ ରହି ସଂଗଠନ ଅଭିବୃଦ୍ଧି ପାଇଁ କାର୍ଯ୍ୟ କରିଆସୁଥିବା ବେଳେ ତାଙ୍କୁ ଆସିକା ଲୋକସଭା ପାଇଁ ପ୍ରାର୍ଥୀ କରିବାର ପ୍ରତିଶ୍ରୁତି ଦେଇ ଦଳ ଉପେକ୍ଷା କରି ଆମଦାନୀ ନେତାଙ୍କୁ ଟିକେଟ ପ୍ରଦାନ କରିବା ସହ ତାଙ୍କୁ ଦଳ ଅଣଦେଖା କରିବା ଯୋଗୁଁ ସେ କଂଗ୍ରେସ ଦଳ ତ୍ୟାଗ କରି ବି ଜେ ଡି ରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି। ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ତାଙ୍କୁ ବିଜୁ ଜନତା ଦଳ କୁ ସ୍ବାଗତ କରିବା ସହ ଆଗାମୀ ଦିନରେ ତାଙ୍କ ଯୋଗଦାନ ଦଳର ବଳ ବୃଦ୍ଧିରେ ଯଥେଷ୍ଟ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି। ଏହି ଅବସରରେ ଧରାକୋଟ ପେଲେଶ ରେ ସରପଞ୍ଚ ଯୋଗେନ୍ଦ୍ର ସ୍ୱାଇଁ ପ୍ରତିନିଧି ଲିଟୁ ଭୂୟାଁ,ଯୁବନେତା ଅଶ୍ଵିନୀ ସ୍ୱାଇଁ,ଜିତେନ୍ଦ୍ର ସ୍ୱାଇଁ , ସଞ୍ଜୀବ ରେଡ୍ଡୀ ଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଏହା ଦ୍ବାରା ସାନଖେମୁଣ୍ଡି ଆସନରେ ବି ଜେ ଡି ର ଶକ୍ତି ବୃଦ୍ଧି ଘଟିଛି ।

    Related News

    Follow Us