Search
Close this search box.

ବୌଦ୍ଧ ମହାନଦୀ ଆଳତୀ ଘାଟରେ ଭାଗବତ ଦେବୀ ପୁରାଣ

0
SHARES
2
VIEWS

ବୌଦ୍ଧ: ବିଶ୍ୱ ଆଧ୍ୟାତ୍ମିକ ପ୍ରଚାର କେନ୍ଦ୍ର ପକ୍ଷରୁ ମହାନଦୀ ଆଳତୀ ଘାଟଠାରେ ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି l ପ୍ରଥମ ଥର ପାଇଁ ଦେବୀ ଭାଗବତ ନବଦିନାତ୍ମକ ମହାପୁରାଣ 29 ତାରିଖରୁ ଆରମ୍ଭ ହୋଇଛି l ପୂଜକଭାବେ ପଣ୍ଡିତ ବିଭିଷଣ ଚାନ୍ଦ ଦୈନିକ ପୂଜା, ଚଣ୍ଡୀପାଠ, ପାରାୟଣ ଓ ଯଜ୍ଞ ଦାୟିତ୍ୱ ତୁଲାଉ ଥିବା ବେଳେ ପଣ୍ଡିତ ରଞ୍ଜିତ ହୋତା, ଶିବ ପାଣିଗ୍ରାହୀ, ତ୍ରିଜୀବ ପାଣିଗ୍ରାହୀ, ମିନୁପ୍ରସାଦ ମିଶ୍ର ଓ ଆଶୁତୋଷ ପଣ୍ଡା ବିଭିନ୍ନ ନୀତିକାନ୍ତିରେ ସହଯୋଗ କରୁଛନ୍ତି l କର୍ତ୍ତାଭାବେ ଦେବାଶିଷ ପୁରୋହିତ, ସଂଯୁକ୍ତାରାଣୀ ପଣ୍ଡା, ସୂର୍ଯ୍ୟେନ୍ଦ୍ର ଶତପଥି, ସୌଦାମିନୀ ଶତପଥି ଦାୟିତ୍ୱ ନିର୍ବାହ କରିଛନ୍ତି l ଏହି କାର୍ଯ୍ୟକ୍ରମରେ କଥା ବାଚକ ସ୍ୱାମୀ କୃଷ୍ଣପ୍ରେମାନନ୍ଦ ସରସ୍ବତୀ ଦେବୀଙ୍କ ବିଭିନ୍ନ ଅବତାର ସମ୍ପର୍କରେ ଶାସ୍ତ୍ରୀୟ ମତ ଆଲୋଚନା କରୁଛନ୍ତି l ଆସନ୍ତା 6ତାରିଖ ପୂର୍ଣ୍ଣାହୁତି ଦିବସରେ  ଶ୍ରୀଜଗନ୍ନାଥ ଧାମ ପୁରୀର ମା ସୁଭଦ୍ରାଙ୍କ ମୁଖ୍ୟ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସମ୍ପାଦକ ନାରାୟଣ ମହାପାତ୍ର ପବିତ୍ର ପୀଠ ମହାନଦୀ ଆଳତୀ ଘାଟ ପରିଦର୍ଶନରେ ଆସିବେ l ମାସବ୍ୟାପୀ କାର୍ଯ୍ୟକ୍ରମରେ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ବତୀ, ସ୍ୱାମୀ ଅରୂପାନନ୍ଦ ସରସ୍ବତୀ ଓ ବହୁ ସାଧୁସନ୍ଥ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ପ୍ରଚାର କେନ୍ଦ୍ର ପକ୍ଷରୁ ବିଭିନ୍ନ ଦିବସରେ ରାମକଥା, ଭାଗବତ, ଶ୍ରୀଜଗନ୍ନାଥ ଲୀଳା ରହସ୍ୟ, ଏକଶହ ଆଠ ହନୁମାନ ଚାଳିଶା, ସୁନ୍ଦରକାଣ୍ଡ ପାରାୟଣ, ଅଖଣ୍ଡ ପାରାୟଣ ଅନୁଷ୍ଠିତ ହେବ l ଏହି ଅବସରରେ ପ୍ରତ୍ୟେକ ଦିନ ମା ମହାନଦୀ ଆଳତୀ ଅନୁଷ୍ଠିତ ହେଉଅଛି l

    Related News

    Follow Us