ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତ ଈଶ୍ୱରପୁର ସେବା ସମଵାୟ ସମିତି ରେ ଦୁର୍ନୀତି, ଭ୍ରଷ୍ଟାଚାର, ଅସାଧୁ କର୍ମଚାରୀ ଙ୍କ ଦ୍ଵାରା ଅର୍ଥ ଆତ୍ମସାତ ଦଦନ୍ତ ଦାବିରେ ଯେଉଁ ଆମରଣ ଅନଶନ ଆଜି ଦ୍ୱତୀୟ ଦିନରେ ପହଞ୍ଚି ଅଛି, ଆମରଣ ଅନଶନ ପ୍ରତ୍ୟାହୁତ କରିବା ପାଇଁ ଅନଶନ ସ୍ଥଳରେ ସବ କଲେକଟର ଶ୍ରୀ ଯୁକ୍ତ ମନ୍ଦୋଧର ମହାଳିକ, ARCS, DRCS, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅକ୍ଷୟ କୁମାର ଅର୍ଚାଯ୍ୟ, ଉପସ୍ଥିତ ରହି ଅନଶନ କାରୀଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ ଅନଶନ ସ୍ଥଳରୁ ଉଠିନଥିଲେ, ସେମାନଙ୍କ ର ଏକମାତ୍ର ଦାବି ଯେ ପର୍ଯ୍ୟନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଛି ଆମ୍ଭେମାନେ ମରିଗଲେ ମଧ୍ୟ ଅନଶନ ସ୍ଥଳ ଛାଡ଼ିବୁ ନାହିଁ, ଏବଂ ଆସିଥିବା ଉପରିସ୍ଥ କର୍ମଚାରୀ ମାନେ ଖୁବ ଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହି ଅନଶନ ସ୍ଥଳରୁ ଫେ ରିଯାଇଥିଲେ, ସମାଚାର ଲେଖା ହେବା ବେଳକୁ ଆମରଣ ଅନଶନ କାରୀଙ୍କ ମଧ୍ୟ ରୁ ତିନି ଜଣ ଅତ୍ୟନ୍ତ ଅସୁସ୍ଥ ହଇପଡ଼ିଥିଲେ,ଆମରଣ ଅନଶନ ରେ ବସିଥିବା ବୟୋଜ୍ୟେଷ୍ଟ ବ୍ୟକ୍ତି ମାନେ ହେଲେ , ଗୌରାଙ୍ଗ ଚନ୍ଦ୍ର ପରିଡା, ପର୍ଶୁରାମ ପଳେଇ, ସଚିନ୍ଦ୍ର ସାହୁ, ଅର୍ଣ୍ଣପୂର୍ଣ୍ଣା ବେହେରା, ଲେମ୍ବୁଧର ବର୍ସଲ, ରବୀନ୍ଦ୍ର ଦାସ, ରାଜେନ୍ଦ୍ର କୁମାର ନାୟକ, ଦିବାକର ବିଶ୍ୱାଳ,ଔପଦା ରୁ ପରେଶ କୁମାର ସେଠି ଙ୍କ ରିପାର୍ଟ ସଂଘର୍ଷ tv