ବାଲେଶ୍ୱର ଜିଲ୍ଲା ର ଶିଳ୍ପ କ୍ଷେତ୍ର ରେ ଅଗ୍ରଣୀ ସ୍ଥାନ ନେଇଥିବା ବି ଏଣ୍ଡ ଏ ଲିମିଟେଡ଼ ପକ୍ଷରୁ ପ୍ରିମିୟମ କ୍ୱାଲିଟି “ଗଟୁଙ୍ଗା ଆସାମ ଚା “ର ରିଟେଲ ମାର୍କେଟ ବର୍ଗ ର ଶୁଭାରମ୍ଭ କରାଯାଇଛି l ବି ଏଣ୍ଡ ଏ ଲିମିଟେଡ଼ ର ପରିଚାଳନା ନିର୍ଦେଶକ ସୋମନାଥ ଚାଟlର୍ଜି ଯୋଗ ଦେଇ ନୋସି ବିଜନେସ ପାର୍କ ଠାରେ ଅନୁଷ୍ଠିତ ଉତ୍ସବ ରେ “ଗଟୁଙ୍ଗା ଆସାମ ଚା ର ଶୁଭାରମ୍ଭ କରିଥିଲେ l ଉକ୍ତ ଉତ୍ସବ ରେ ଚା ର କ୍ୱାଲିଟି ବିଷୟରେ ରେ ଏବଂ ଚା ର ମର୍କେଟିଙ୍ଗ ବିଷୟ ରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ l ଏହା ଆସାମ ର ଗୋଲାଘାଟ ଜିଲ୍ଲା ର ଗଟୁଙ୍ଗl ସ୍ଥିତ ବାଗାନ ରୁ ଉତ୍ପାଦିତ ଚା ସମଗ୍ର ଦେଶ ର ସର୍ବୋକୃଷ୍ଟ ପରିଗଣିତ ହୋଇଥିବା ବେଳେ ବି ଏଣ୍ଡ ଏ ଲିମିଟେଡ଼ ପକ୍ଷ ରୁ ଗଟୁଙ୍ଗା ର ମହିମା ଟି ଇଷ୍ଟେଣ୍ଡ ଅଧିଗ୍ରହଣ ପରେ “ଗଟୁଙ୍ଗା ” ବ୍ରାଣ୍ଡ ନାମରେ ପ୍ରିମିୟମ କ୍ୱାଲିଟି ଚା ପ୍ରସ୍ତୁତ କରାଯାଇଛି l ସହ ପରିଚାଳନା ନିର୍ଦେଶକ ଧ୍ରୁବଜ୍ୟୋତି ଦେୟୂରlହ ଓ ବାଲେଶ୍ୱର ସ୍ଥିତ ପେକେଜିଙ୍ଗ ୟୁନିଟ ର ସଭାପତି ଅମଲ କୁମାର ମହାନ୍ତି l ଏହି ଉତ୍ସବ ରେ ଯୋଗଦେଇ ଚା ର ପ୍ରମୁଖ ବୈଶିଷ୍ଟତା ସମ୍ପର୍କରେ ଆଲୋକ ପାତ କରିଥିଲେ l ଏହି କମ୍ପାନୀ ପକ୍ଷ ରୁ (50)ପଚାଶ କୋଟି ଟଙ୍କା ବେୟ ରେ ଅତ୍ୟାଧୁନିକ ପ୍ଲାଣ୍ଟ ପ୍ରସ୍ତୁତ କରାଯାଇଛି l 2023 ବର୍ଷ ରେ କମ୍ପାନୀ ପକ୍ଷରୁ ପ୍ରାୟ 5.5ନିୟୁତ କିଲୋଗ୍ରାମ ପ୍ରିମିୟମ ବ୍ଲାକ ଚା ଉତ୍ପାଦନ କରାଯାଇଥିବା ବେଳେ ଏହା ସହଜରେ କିଭଳି ଗ୍ରାହକ ଙ୍କ ପାଖକୁ ପହଂଚି ଯାଇପାରିବ ତା ପାଈଁ ବ୍ୟାପକ ଉଦ୍ୟମ କରାଯାଇଛି l ବି ଏଣ୍ଡ ଏ ଲିମିଟେଡ଼ ର ପେକିଙ୍ଗ ୟୁନିଟ ରେମୁଣା ବ୍ଲକ ବାଲଗୋପାଳ ପୁର ଠାରେ ପରିଚାଳନା ହେଉଥିବାରୁ କମ୍ପାନୀ ର ନୂତନ ଉତ୍ପାଦକୁ ବାଲେଶ୍ୱର ଠାରେ ଶୁଭାରମ୍ଭ ପାଈଁ ନିଷ୍ପତି ନିଆଯାଇଥିଲା ବୋଲି ପେକିଙ୍ଗ ୟୁନିଟ ର ସଭାପତି ସୂଚନା ଦେଥିଲେ l ଶେଷରେ କମ୍ପାନୀ ର ଉପଦେଷ୍ଟା ମିତା ମହାନ୍ତି ନିଜର ଅଭିଭାଷଣ ରେ ଚା ବିଷୟରେ ରେ ଆଲୋକପାତ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ରେମୁଣା ରୁ ଉପେନ୍ଦ୍ର ଦଳେଇ ଙ୍କ ରିପୋର୍ଟ ସଂଘର୍ଷ tv