Search
Close this search box.

ଯୁବତୀ ସଚେତନତା କାର୍ଯ୍ୟକ୍ରମ

0
SHARES
32
VIEWS

ଯୋଡ଼ା ୧୯/୧୨ (ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଭଦ୍ରାସାହି ଠାରେ ନାର୍ଭେରାମ ପାୱାର ଆଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ଆନୁକୁଲ୍ୟରେ ପୋକ୍ସ ଆକ୍ଟ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଏକ କର୍ମଶାଳା ଭାଦ୍ରାସାହି ସ୍ଥିତ କମୁନିଟୀ ହଲ ରେ ଆୟୋଜନ କରାଯାଇଥିଲା |ପିଲାମାନଙ୍କର ଭାବପ୍ରବଣତା ଉପରେ (ଶିଶୁ ଯୌନ ଶୋଷଣ) ର ପ୍ରଭାବ ବିଷୟରେ ଛାତ୍ରୀ ମାନଙ୍କୁ ସଚେତନ କରିବା ଏ ଅଧିବେଶନର ଉଦ୍ଦେଶ୍ୟ ଥିଲା । କର୍ମଶାଳାକୁ ଦୁଇଟି ଉପାଦାନରେ ବିଭକ୍ତ କରାଯାଇଥିଲା – ଅବଜେକ୍ଟିଭ୍ ଏବଂ ସବଜେକ୍ଟିଭ୍ | ପାୱାରପଏଣ୍ଟ ଉପସ୍ଥାପନା ବ୍ୟବହାର କରି ପୋକ୍ସୋ ଆକ୍ଟର ବିଷୟବସ୍ତୁକୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଥିଲା | କମ୍ପାନୀର ଉପସଭାପତି ସଦାନନ୍ଦ ରଣା ,ଓକିଲ ରୁନି ନାଗ ,ପୋଲିସ ଅଧିକାରୀ ତୁଳସୀ କୋଲିଆରୀ , ଭଦ୍ରାସାହୀ ସରପଞ୍ଚ ପ୍ରଣତି ନାଏକ ,କମ୍ପାନୀର ମାନବ ସମ୍ବଳ ଅଧିକାରୀ ପୀୟୂଷ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିବା ବେଳେ ଟି ସି ଏସ ପି ଏଲ ର ପ୍ରତିଷ୍ଠାତା ତଥା ପ୍ରତିଷ୍ଠିତ ପ୍ରସକ୍ଷିକ ଅରୁଣିମା ପାତ୍ର କର୍ମଶାଳା କୁ ପରିଚାଳନା କରିଥିଲେସଦାନନ୍ଦ ରଣା କହିଛନ୍ତି ଯେ ପିଲାମାନେ ଦେଶ ଏବଂ ସମାଜର ଭବିଷ୍ୟତ। ସାମ୍ପ୍ରତିକ ପରିସ୍ଥିତିରେ, ବିଭିନ୍ନ କାରଣରୁ ସମାଜରେ ଅନେକ ବିଭ୍ରାଟ ଘଟୁଛି, ଯାହା ପିଲାମାନଙ୍କୁ ସିଧାସଳଖ ପ୍ରଭାବିତ କରିଥାଏ | ତେଣୁ ପିଲାମାନଙ୍କୁ ଏହି ବିକୃତିରୁ ରକ୍ଷା କରିବା, ସେମାନଙ୍କର ସ୍ୱାର୍ଥ ରକ୍ଷା କରିବା ଏବଂ ସେମାନଙ୍କୁ ସୁରକ୍ଷା କରିବା ଆମ ସମସ୍ତଙ୍କର ପ୍ରଥମ ନୈତିକ କର୍ତ୍ତବ୍ୟ, ଯେଉଁଥିରେ ସମାଜର ସମସ୍ତ ବର୍ଗ ସହିତ ପୋଲିସ, ପ୍ରଶାସନ ଏବଂ ନ୍ୟାୟପାଳିକାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ରୁନି ନାଗ କହିଛନ୍ତି ଯେ ଯେଉଁ ପିଲାମାନେ କୌଣସି ପ୍ରକାର ଯୌନ ନର୍ଯାତନା ର ଶିକାର ହୁଅନ୍ତି ସେମାନେ ନିର୍ଭୀକ ଭାବରେ ଆଇନ ର ଆଶ୍ରୟ ନେଇପାରିବେ । ପିଲାମାନଙ୍କର ସୁରକ୍ଷା ର କାର୍ଯ୍ୟକାରିତା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସେ ପିଲା ମାନଙ୍କୁ ସୂଚନା ଦେଇଥିଲେ। ତୁଳସୀ କୋଲିଆରି ,ପୋଲିସ ସଦାସର୍ବଦା ଏହି ପରି ଯଦି କୌଣସି ସମସ୍ୟାରେ କେହି ସମ୍ମୁଖୀନ ହେଉଛନ୍ତି ,ପୋଲିସ କୁ ଜଣାନ୍ତୁ ବୋଲି କହିଥିଲେ ।କାର୍ଯ୍ୟକ୍ରମକୁ ପରିଚାଳନା କରିବାକୁ ପ୍ରଶାନ୍ତ ମହାନ୍ତି,ସୌଭାଗ୍ୟ ବେହେରା,ଶଶି ଭୂଷଣ ଓ ବିବେକାନନ୍ଦ ଜେନା ପ୍ରମୁଖ ସହାୟତା କରିଥିଲେ ।

    Related News

    Follow Us