ଧରାକୋଟ–୧୦.୧୨.୨୩ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ , ଓଡ଼ିଶା ଶିକ୍ଷା ପ୍ରାଧୀରଣ କତ୍ତୃପକ୍ଷ (ଓସେପା), ଶିକ୍ଷକ ଶିକ୍ଷା ନିଦ୍ଧେର୍ଶଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ତଥା ପ୍ରଶିକ୍ଷଣ ପରିଷଦ ଭୁବନେଶ୍ୱର, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା, ଗଂଜାମ ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ଧରାକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ବାଇଁ ଙ୍କ ତତ୍ବାବଧାନ,ଏବିଇଓ ପ୍ରଦୀପ କୁମାର ହୋତା ,ଉମା ଚରଣ ପାଣିଗ୍ରାହୀ, ଏବଂ ଏବିଇଓ ପ୍ରଦୀପ କୁମାର ଶତପଥୀ, ଶିବିର ଗୁଡିକରେ ଉପସ୍ଥିତ ରହି ଦୁଇଟି ପର୍ଯ୍ୟାୟରେ ହୋଇଥିବା ଶିବିର ଗୁଡିକରେ ଯୋଗଦେଇ ବିଦ୍ୟାଳୟ ଗୁଡ଼ିକରେ ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ଶିକ୍ଷକଙ୍କ ଠାରୁ ଆରମ୍ଭ କରି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ଯତ୍ନ ବାନ ହେବାକୁ ଆବଶ୍ୟକୀୟ ମାର୍ଗ ପ୍ରଦର୍ଶନ କରାଇଥିଲେ। ଏଥିରେ ଧରାକୋଟ ବ୍ଲକର ସମସ୍ତ ଏଲିମେଣ୍ଟାରୀ ବିଦ୍ୟାଳୟର ୪୦୭ ଜଣ ଶିକ୍ଷୟତ୍ରୀ ଏବଂ ଶିକ୍ଷକଙ୍କୁ ନେଇ ଦୁଇଟି ପର୍ଯ୍ୟାୟରେ ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣ ତାଲିମ୍ ଅନୁଷ୍ଠିତ ହୋଇଯାଇଛି।ବରଡାବିଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ,କଳାସୁତା ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ବିଣାଛଟେଇ ଉଚ୍ଚ ବିଦ୍ୟାଳୟ,ଘୋଡା ଦେଇ ଉଚ୍ଚ ବିଦ୍ୟାଳୟ ଏବଂ ହରିପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ଠାରେ ଦୁଇଟି ପର୍ଯ୍ୟାୟରେ ଆଠଟି ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ତା ୨୮ ରୁ ୩୦ ନଭେମ୍ବର ଏବଂ ଦ୍ବିତୀୟ ପର୍ଯ୍ୟାୟ ତା ୦୬ରୁ ୦୮ ଡିସେମ୍ବର ୨୦୨୩ ପରିଚାଳିତ ହୋଇଛି। ବରଡାବିଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତାଲିମ୍ ଶିବିର ପରିଚାଳନା ସନ୍ତୋଷ କୁମାର ପାତ୍ରଙ୍କ ସଂଯୋଜନା ରେ ସମ୍ବଳ ଶିକ୍ଷକ ଧୋବା ପ୍ରଧାନ, ରାଜେନ୍ଦ୍ର କୁମାର ମହାନ୍ତି, ସୂର୍ଯ୍ୟ ନାରାୟଣ ନାହାକ, ଜ୍ଞାନ ରଞ୍ଜନ ନାୟକ, କଳାସୁତା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିଚାଳକ ପଞ୍ଚାନନ ବେହେରା ଙ୍କ ସଂଯୋଜନାରେ ଲିଙ୍କୁ ରାଜ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା, ଶ୍ରୀକାନ୍ତ ନାୟକ, ରଞ୍ଜନ କୁମାର ନାୟକ, ବିଣାଛଟେଇ ଉଚ୍ଚ ବିଦ୍ୟାଳୟରେ ବାବୁଲା କୁମାର ପ୍ରଧାନ ଙ୍କ ସଂଯୋଜନାରେ ରାମହରି ସାହୁ, ନବୀନ ସେଠି, ଶିବାନନ୍ଦ ବେହେରା, ଗୌରୀ ଶଙ୍କର ଶତପଥୀ, ଘୋଡା ଦେଇ ଉଚ୍ଚ ବିଦ୍ୟାଳୟରେ ମମତା କୁମାରୀ ଦେବୀ ଙ୍କ ସଂଯୋଜନାରେ ଏବଂ ହରିପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ସଂଯୁକ୍ତା ପଟ୍ଟନାୟକ ଙ୍କ ସଂଯୋଜନାରେ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସୁଶାନ୍ତ କୁମାର ସାହୁ,କାଳୁ ଚରଣ ନାୟକ ଓ ଅରୁଣ କୁମାର ସେଠୀ ତାଲିମ୍ ପ୍ରଦାନ କରିଥିଲେ। ଧରାକୋଟ ବ୍ଲକ ସିଆରସିସି ଭାସ୍କର ବାଡତ୍ୟା ଉପରୋକ୍ତ ଦୁଇଟି ପର୍ଯ୍ୟାୟର ଆଠଟି ଶିବିର ପରିଦର୍ଶନ କରି ସମସ୍ତ ଦାୟିତ୍ବ ପ୍ରଦର୍ଶନ କରି ସମସ୍ତ ଦାୟିତ୍ବ ପ୍ରଦର୍ଶନ କରିବା ସହିତ ଶିବିରାର୍ଥୀଙ୍କୁ ସଠିକ୍ ମାର୍ଗ ଅନୁସରଣର ପାଇଁ ପ୍ରୋତ୍ସାହିତ କରିଥିଲେ।