ଧରାକୋଟ 7/12/23
ଗଞ୍ଜାମ ଜିଲ୍ଲା ଧରାକୋଟବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ମିଳିତ ଉଦ୍ୟମ ରେ ମୁଣ୍ଡମରାଇ ସ୍ଥିତ ଅନନ୍ତ ନାରାୟଣ ନୋଡାଲ ହାଇସ୍କୁଲ ରେ ବିଜୁ କନ୍ୟାରତ୍ନ ଓ ଲିଙ୍ଗ ଗତ ହିଂସା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନନ୍ତ ନାରାୟଣ ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ନାୟକଙ୍କ ଅଧକ୍ଷତା ରେ ଧରାକୋଟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସୁନୀଲ ପ୍ରଭା ରଥ,ଶିଶୁ ମଙ୍ଗଳ ସମିତିର ପୂର୍ବତନ ସଦସ୍ୟ ତଥା ଜିଲ୍ଲା ତାଲିମ ଦାତା ହରି ହର ପାଢୀ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ର ସୁଜିତ କୁମାର ସାହୁ, ଏକ୍ସନ ଏଇଡ ଏନ ଜି ଓ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ଧରାକୋଟ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଉମା ଚରଣ ପାଣିଗ୍ରାହୀ,ପ୍ରମୁଖ ଯୋଗ ଦେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ
କନ୍ୟା ଶିଶୁ ବଞ୍ଚିରହିବା ଏବଂ ସେମାନଙ୍କର ବିକାଶ ନିମନ୍ତେ ସକ୍ଷମକାରୀ ପରିବେଶ ସୃଷ୍ଟି କରିବା ସହ କନ୍ୟା ସନ୍ତାନଙ୍କର ସମ୍ମାନ ବଜାୟ ରହିବା ଉପରେ ବ୍ୟକ୍ତା ମାନେ ଗୁରୁତ୍ୱ ଦେଇଥିଲେ l ବିଦ୍ୟାଳୟ ର ଛାତ୍ରୀ, ଛାତ୍ର ମାନଙ୍କ ମଧ୍ୟରେ ସମାଜରେ ଦେଖାଦେଉଥିବା ଲିଙ୍ଗ ଗତ ତାରତମ୍ୟ ଜନିତ ଲିଙ୍ଗ ନିରୂପଣ ରୋକିବା, କନ୍ୟା ସନ୍ତାନର ସ୍ୱାସ୍ଥ୍ୟ, ପୃଷ୍ଟି, ନିରାପତ୍ତା ଏବଂ ବଞ୍ଚିରହିବା ସୁନିଶ୍ଚିତ କରିବା, କନ୍ୟା ସନ୍ତାନ ମାନଙ୍କ ବିଦ୍ୟାଳୟ ରେ ଉପସ୍ଥାନ ବଢାଇବା ଉପରେ ପରାମର୍ଶ ଦିଆଯାଇଥିଲା l କନ୍ୟା ସନ୍ତାନ ଙ୍କୁ ସମାଜ ରେ ଅଧିକ ରୁ ଅଧିକ ସୁଯୋଗ ଦେବା, ସେମାନଙ୍କ ଅଧିକାର କୁ ସୁ ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅଂଚଳ ପରିଦର୍ଶିକା ଭାଗ୍ୟଲତା ମଣ୍ଡଳ, ପଦ୍ମାବତୀ ମଲ୍ଲିକ, ଲକ୍ଷ୍ମୀ ଦଳାଇ, ରାଜ ଲକ୍ଷ୍ମୀ ପ୍ରଧାନ, ସୁଶୀଳା ମଲ୍ଲିକ, ପି ସୁଜାତା ପ୍ରମୁଖ ସଂଯୋଜନା କରିଥିଲେ l ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ପରୀକ୍ଷା, ଲିଙ୍ଗଗତ ହିଂସା ଉପରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଶେଷରେ ଏକ ଶୋଭାଯାତ୍ରା କରାଯାଇଥିଲା l