କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼ା ଟାଟା ଷ୍ଟିଲ ତରଫରୁ ଏକ ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ ଯୋଡା ପକ୍ଷରୁ ଏକ ସ୍ଵେଚ୍ଛାକୃତ ସଚେତନତା ଅଭିଯାନ ଗୁରୁବାର ଆରମ୍ଭ କରାଯାଇଛି ।
“ଟାଟା ଭଲ୍ଯୁଣ୍ଟରିଜମ” ଅନ୍ତର୍ଭୁକ୍ତ
ଏହି କାର୍ଯ୍ୟକ୍ରମ ଅବସରରେ, ଟାଟା ଷ୍ଟିଲ ଅଫିସର, କର୍ମଚାରୀ ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ ର ସମୁଦାୟ ୮୦ ଜଣ କର୍ମଚାରୀ ଏହି ସ୍ଵଚ୍ଛତା ଅଭିଯାନ ରେ ସାମିଲ ହୋଇ ସ୍ଥାନୀୟ ଲକ୍ଷ୍ମୀ ପଡିଆ ରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସବୁ ସଫI କରିଥିଲେ I
ସୂଚନାଯୋଗ୍ୟ ଯେ, ଏହି ପଡିଆ ରେ ଲକ୍ଷ୍ମୀପୂଜା ଅବସରରେ ନିକଟରେ ଅନୁଷ୍ଠିିତ ହୋଇଥିବା ମୀନାବଜାର ଯୋଗୁଁ ବହୁ ବର୍ଜ୍ୟବସ୍ତୁ ଦେଖିବାକୁ ମିଳିଥିଲା ଯେଉଁଥିପାଇଁ ଏକ ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିଲା Iପରିବେଶ ପ୍ରତି ଏହି ସଚେତନତା ଅଭିଯାନ ରେ ଯୋଡା ପୈରପାଳିକା ର ଚେୟାରମେନ ଡକ୍ଟର ଜଗଦୀଶ ପ୍ରସାଦ ସାହୁ ଓ ଭାଇସ ଚେୟାରମ୍ଯାନ ସନ୍ଧ୍ୟାରାଣୀ ପାତ୍ର ଯୋଗ ଦେଇ ଅଭିଯାନର ଅବଶ୍ୟକତା ବିଷୟରେ ଗୁରୁତ୍ଵାରୋପ କରିଥିଲେ। ଅନ୍ୟମାନଙ୍କ ସହ ଇଉନିୟନ୍ ର ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହୃତ ପ୍ଲାଷ୍ଟିକ ଦ୍ରବ୍ୟ ମୁଖ୍ୟତଃ ପ୍ୟାକେଜ ଗୁଡିକୁ ବ୍ୟବହାର ହେବାପରେ ତାକୁ ଏଣେତେଣେ ନ ଫିଙ୍ଗି ତା’ର ପୁନଃ ପ୍ରକ୍ରିୟାକରଣ ହେବା, ପ୍ଲାଷ୍ଟିକ ପଲିଥିନ କୁ ଯଥା ସମ୍ଭବ ରୋକିବା ଉପରେ ଏହି ଅଭିଯାନରେ ଅଲୋଚନା କରାଯାଇଥିଲା।
ଭବିଷ୍ୟତରେ ଏପରି ସ୍ଵଚ୍ଛତା କାର୍ଯ୍ୟକ୍ରମ ଆହୁରି କରାଯିବ ବୋଲି ସମସ୍ତେ ଦୃଢୋକ୍ତି ପ୍ରକାଶ କରିଥିଲେ I