ଭାଟ କୁମରଡ଼ା ଆଦର୍ଶ ବିଦ୍ୟାଳୟ ନିକଟ ରେ ଡ୍ରାଇଭର ର ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଇଲେକ୍ଟ୍ରି ପୋଲକୁ ଧକ୍କା ଦେଲା ଛାତ୍ର, ଛାତ୍ରୀ ବସିଥିବା ଅଟୋ |ସମା ନିକଟରୁ ଆଦର୍ଶ ବିଦ୍ୟାଳୟ କୁ ଛାତ୍ର, ଛାତ୍ରୀ ମାନଙ୍କୁ ନେଇ ଆସୁଥିବା ଏକ ଅଟୋ ଆଦର୍ଶ ବିଦ୍ୟାଳୟ ଠାରୁ ଦେଢଶହ ମିଟର ଦୂରରେ ଥିବା କ୍ରସର ନିକଟରେ ବେପରୁଆ ଭାବେ ଗାଡ଼ି ଚାଳନା କରି ଡ୍ରାଇଭର ଇଲେକ୍ଟ୍ରି ପୋଲକୁ ଧକ୍କା ଦେଲା ଅଟୋ | ଘଟଣାରୁ ଜଣା ପଡିଛି ଯେ ସେହି ସ୍ଥାନରୁ ପ୍ରତେକ ଦିନ ଦୁଈ ଭାଇ ଙ୍କ ମଧ୍ୟରୁ ବଡ଼ ଭାଇ ସବୁବେଳେ ଟାଟା ମେଜିକ ଧରି ଯାଉଥିବା ବେଳେ ସାନ ଭାଇ ଅଟୋ ରେ 35 ଜଣ ସ୍କୁଲ ପିଲାଙ୍କୁ ଧରି ଯାଉଥିବାର | ତେବେ ମେଟ୍ରିକ ପିଲାଙ୍କ ପରୀକ୍ଷା ଯୋଗୁଁ 28 ଜଣ ପିଲାମାନେ ରହି ଯାଇଥିଲେ | ତେବେ ସାନ ଭାଇ ଏକ ଭୋଜିକୁ ଯିବା ଯୋଗୁଁ ବଡ଼ ଭାଇ କୁ ଅଟୋ ଧରି ଏହି 8ଜଣ ସ୍କୁଲ ପିଲା ମାନଙ୍କୁ ଧରି ସ୍କୁଲ କୁ ଯିବା ପାଇଁ କହିଥିଲେ | ବଡ଼ ଭାଇ ଅଟୋଧରୀ ଯାଉଥିଲା ବେଳେ ସେହି ରାସ୍ତାରେ ଏକ ସ୍କୁଲ ବସକୁ ଓଭର ଟେକିଙ୍ଗ କରିବାକୁ ଯାଇ ଅଟୋକୁ ଏକ ଇଲେକ୍ଟ୍ରି ପୋଲକୁ ଧକ୍କା ଦେଇଥିଲେ | ସେଥିରେ ବସିଥିବା 8 ଜଣ ଙ୍କ ମଧ୍ୟରୁ ମଧରୁ 5ଜଣ ଅସୁସ୍ଥ ହୋଇ ପଡ଼ିଥିଲେ | ଖବର ପାଇ ଆଦର୍ଶ ବିଦ୍ୟାଳୟ ର ଷ୍ଟାଫ ଓ ବାହାର କାମରେ ବ୍ୟସ୍ତ ଥିବା ସ୍କୁଲ ର ଅଧକ୍ଷ ସନ୍ତୋଷ କୁମାର ମହାପତ୍ର ଏହି ଘଟଣା ଶୁଣି 108 ଆମ୍ବୁଲାନ୍ସ କୁ ଖବର ଦେଇ ଥିଲେ ଓ ଅନ୍ୟ ଷ୍ଟାଫ ମାନେ ଆହାତ ପିଲାମାନଙ୍କୁ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ପ୍ରାଥମିକ ଚିକିଛା ପରେ ଏବଂ 108 ଆସିବାର ବିଳମ୍ବ ହୋଇପଡିବାରୁ ଏକ ଷ୍ଟାଫ ଙ୍କ ଗାଡ଼ିରେ ବ୍ରହ୍ମପୁର ନେଇ ଚିକିଛା କରି ସେମାନଙ୍କୁ ସ୍କାନିଙ୍ଗ କରାଯାଇଥିଲା | ତେବେ ଡକ୍ଟର ଙ୍କ କହିବା ମୁତାବକ 4ଜଣ ସୁସ୍ଥ ଥିଲା ବେଳେ ଜଣେ ଝିଅର ମୁଣ୍ଡ ରେ ଗଭିର ଭାବେ ଆହାତ ଲାଗି ଥିବାରୁ ତାଙ୍କୁ ଆସନ୍ତା କାଲି ଏଜ ସ୍ପେଶାଲିଷ୍ଟ ଙ୍କୁ ଦେଖାଯାଇ ଚିକିଚ୍ଛା କରାଯିବ ଏବଂ 4ଜଣଙ୍କୁ ଡ଼ିସ ଚାର୍ଜ କରାଯାଇ ଘରକୁ ପଠାଇ ଡିଆ ଯାଇଛି | ଏଭଳି ଏକ ଦୁର୍ଘଟଣା ଖଲ୍ଲିକୋଟ ଗୁରା ପଲି ଠାରେ ଥିବା ଆଦର୍ଶବିଦ୍ୟାଳୟ ପାଖରେ ଘଟିଥିଲା | କିଛି ପିଲା ମଧ୍ୟ ଆହାତ ହୋଇ ମେଡିକାଲ ରେ ଚିକିଛିତ ହୋଇ ଥିଲେ | ତେବେ ଏହି ଘଟଣା ମଧ୍ୟ ଏଠାରେ ଘଟିଛି | ତେବେ ସ୍କୁଲ ଅଧକ୍ଷ ସନ୍ତୋଷ ମହାପାତ୍ର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଜଣାଇ ଥିଲେ | ଏବଂ ଶିକ୍ଷା ଅଧିକାରୀ ଜିଲ୍ଲା ପାଳଙ୍କୁ ଜଣାଇ ଥିଲେ | ଏବଂ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ରେ ଜିଲ୍ଲା ଶିକ୍ଷା ଅଧିକାରୀ ମେଡିକାଲ କୁ ଯାଇ ଆହାତ ପିଲାମାନଙ୍କୁ ଦେଖି ଥିଲେ | ତେବେ ସେତେବେଳେ ଥିବା ଜିଲ୍ଲା ପାଳ ମଧ୍ୟ ଅଟୋ ରେ ପିଲା ମାନଙ୍କୁ ଆଣିବାକୁ ଖଲ୍ଲିକୋଟ ଆଦର୍ଶ ବିଦ୍ୟଳୟ ଅଧକ୍ଷ ଙ୍କୁ ମନା କରିଥିଲେ | କିନ୍ତୁ ଦୂର ଦୁରାନ୍ତ ରୁ ଆଦର୍ଶବିଦ୍ୟାଳୟ ରେ ପଢି ବାକୁ ଆସୁଥିବା ପିଲାମାନେ ସରକାର ଙ୍କ ତରଫରୁ କୌଣସି ଗାଡିର ବ୍ୟବସ୍ତା ନଥିବାରୁ କିଛି ଅଭିଭାବକ ମାନେ ବାଧ୍ୟ୍ୟ ହୋଇ ଘରୋଉ ବସ ର ବ୍ୟବସ୍ତା କରି ପିଲା ମାନଙ୍କୁ ପଠାଉଥିଲା ବେଳେ, ବିଭିର୍ଣ୍ଣ ସ୍ଥାନରୁ ଆସୁଥିବା କମ ପିଲାମାନେ ବାଧ୍ୟ୍ୟ ହୋଉ ଅଟୋ ସାହାଯ୍ୟ ରେ ପାଠ ପଢିବାକୁ ଆସୁଥାନ୍ତି | ତେବେ ଆଜି ଡ୍ରାଇଭର ଙ୍କ ବେପରୁଆ ମନୋ ଭାବନା ଯୋଗୁଁ ଛୋଟ ପିଲାମାନେ ଆଜି ମା ତାରା ତାରିଣୀଙ୍କ ଅପାର କରୁଣାରୁ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି | ତେଣୁ ସରକାର ଏହା ଉପରେ କିଛି ସରକାରୀ ବସ ର ବ୍ୟବସ୍ତା କରିବାକୁ ସ୍ଥାନୀୟ ଆଇନ ଯିବି, ବୁଦ୍ଧିଜୀବୀ, ବରିଷ୍ଟ ନାଗରିକ ସଙ୍ଘ ସହିତ ରାଜନୀତିଙ୍ଗ ବିଶେଷଜ୍ଞ ମାନେ ମଧ୍ୟ ମତ ଦେଇଛନ୍ତି |