ଆସିକା, ୨୨ /୧-ଆସିକା ବ୍ଲକର ଦୁଇଟି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନର ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଆସିକା ବିଧାୟିକା l ମୋଟ ୭ କୋଟି ୮୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାଜ୍ୟ ସରକାର ଅଧୀନ ଗ୍ରାମ୍ୟଉନ୍ନୟନ ବିଭାଗ ଅନ୍ତର୍ଗତ ଆସିକା ବ୍ଲକ ର କମାଗଡ଼ ପଞ୍ଚାୟତ ଅଧୀନ ଅସୁରାଇ ପଲ୍ଲୀ ଠାରୁ ବଳରାମ ପଲ୍ଲୀ ଭାୟା ହନୁମନ୍ତିଆ ପଲ୍ଲୀ ପର୍ଯ୍ୟନ୍ତ ଦୀର୍ଘ ୫ କିମି ଓ ବାଲିସିରା ପଞ୍ଚାୟତ ଅଧୀନ ବାଲିସିରା ଠାରୁ ଖଣ୍ଡରାବଳି ପର୍ଯ୍ୟନ୍ତ ଦୀର୍ଘ ୬ କିମି ରାସ୍ତା ର ଭିତ୍ତି ପ୍ରସ୍ତର ସ୍ଥାପନ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଙ୍କ କରକମଳରେ ହୋଇଯାଇଛି l ଏହି ଅବସରରେ ଗଞ୍ଜାମ ଜୋନ୍ ବିଜେଡି ସଭାପତି ନଚିକେତା ସ୍ବାଇଁ,ଜିଲ୍ଲା ପରିଷଦ ବି ମନୋଜ ଦୋରା, ବ୍ଲକ ସଭାପତି ରାଜେଶ ପଟ୍ଟନାୟକ,ଅନିଲ ନାହାକ, ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହି ସମେତ ବହୁ ବିଜେଡି ନେତା ଗ୍ରାମବାସୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।