Search
Close this search box.

ଆସିକା ବ୍ଲକ ବୈଷୟିକ ମଣ୍ଡଳୀ ସମୀକ୍ଷା ବୈଠକ

0
SHARES
9
VIEWS

ଆସିକା ୦୬/୦୭-ଆସିକା ବ୍ଲକ ବୈଷୟିକ ମଣ୍ଡଳୀ ର ସମୀକ୍ଷା ବୈଠକ ଆସିକା ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ବାବନପୁର କାର୍ଯ୍ୟାଳୟ ଠାରେ ଆସିକା ବ୍ଲକ କୃଷି ଅଧିକାରୀ ବାସୁଦେବ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ପ୍ରତେକ ମାସର ପ୍ରଥମ ଓ ତୃତୀୟ ଶନିବାର ଅନୁଷ୍ଠିତ ହୋଇଥାଏ ଏହି ପରିପେକ୍ଷୀରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l
ଏହି ବୈଠକ ରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ପଶୁସମ୍ପଦ, ମୃତ୍ତିକା ସଂରକ୍ଷଣ ବିଭାଗୀୟ ଅଧିକାରୀ ଓ ଅନ୍ୟାନ୍ୟ ଅନୁସଙ୍ଗିକ ବିଭାଗ ମିଳିତ ଆନୁକୂଲ୍ୟରେ ରାଜ୍ୟ ସରକାର ଙ୍କ କୃଷି ଓ କୃଷକ ମାନଙ୍କ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଯଥା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାନ ଯୋଜନା, ସମନ୍ୱିତ କୃଷି ପରିଚାଳନା ପଦ୍ଧତି ଇତ୍ୟାଦି ବିଷୟରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା ଏବଂ ଯୋଜନା ର ସଫଳ ରୂପାୟନ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା l ଏହି ବୈଠକ ରେ ଆସିକା ବ୍ଲକ ମସ୍ୟ ଅଧିକାରୀ ଦୁର୍ଗାମାଧବ ପ୍ରଧାନ, ପଶୁସମ୍ପଦ ଅଧିକାରୀ ଆଶୁତୋଷ ଚୌଧୁରୀ, ଉଦ୍ୟାନ କୃଷି ଅଧିକାରୀ ଗୀତାଞ୍ଜଳି ସାହୁ, ମୃତ୍ତିକା ସଂରକ୍ଷଣ ବିଭାଗୀୟଅଧିକାରୀ ଦେବଦତ୍ତ ଶତପଥୀ,
କୃଷି ଯନ୍ତ୍ରୀ ଶିଶିର କାନ୍ତ ସାହୁପ୍ରମୁଖ ଉପସ୍ଥିତଥିଲେ l

    Related News

    Follow Us