Search
Close this search box.

ଆସିକା ବିଧାନସଭା ଯୁବ କଂଗ୍ରେସ ଉପସଭାପତି ଅନିଲ କୁମାର ପରିଡା ପ୍ରାଥମିକ ପଦବୀରୁ ଇସ୍ତଫା

0
SHARES
1
VIEWS

ଆସିକା ୧୮/୪/- ନିର୍ବାଚନ ପାଇଁ ଏବେ ରାଜନୈତିକ ଉଷ୍ମତା ବଢିବାରେ ଲାଗଛି । ଏତିକି ବେଳେ ଆସିକା ନିର୍ବାଚନ ମଣ୍ଡଳୀରେ ମୁରବିହୀନ ହୋଇଥିବା କଂଗ୍ରେସର ସ୍ୱର ଶଦ୍ଧ ଶୁଭୁନାହିଁ । କହିବାକୁ ଗଲେ ଏଠାରେ ଏବେ କଂଗ୍ରେସ ଶୁପ୍ତ ପ୍ରାୟ ରହିଛି । ଯଦିଓ ନିର୍ବାଚନ ପୂର୍ବରୁ ସାଂଗଠନିକ ସ୍ଥିତି ପାଇଁ ଦଳୀୟ ନେତୃତ୍ୱ ଚୟନ କରାଯାଇଛି, ତଥାପି ସେମାନଙ୍କ ଉପସ୍ଥିତି ଏବେ ଜଣାପଡୁନାହି । ଏତିକି ବେଳେ ଆସିକା ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ଦଳ ବିଧାୟିକା ପ୍ରାର୍ଥୀ ପାଇଁ ଆସିକାର ଜଣାଶୁଣା କଂଗ୍ରେସ ନେତା ସ୍ୱର୍ଗତ ଉମାଚରଣ ବିଷୋୟୀଙ୍କ ପୁତ୍ରବଧୁ ସୁରଭି ବିଷୋୟୀଙ୍କୁ ଟିକେଟ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ସୁରଭି ବିଷୋୟୀ ବିଜେଡି ଦଳର ପୂର୍ବତନ ସମ୍ପାଦିକା ଦାୟିତ୍ୱରେ ରହିଥିଲେ । ବିଜେଡି ଟିକେଟ ପାଇଁ ଲବି ରହି ଦଳୀୟ ସଂଗଠନରେ ନିୟୋଜିତ ଥିଲେ । ହେଲେ ଟିକେଟ ନ ମିଳିବାରୁ କଂଗ୍ରେସ ଦଳରେ ସାମିଲ ହୋଇ ଆସିକା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳରୁ ବିଧାୟିକା ଟିକେଟ ପାଇଥିଲେ । ଏହାକୁ ନେଇ କଂଗ୍ରେସର ପୁରୁଣା କର୍ମୀ ମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଆଜି ଆସିକା ବିଧାନସଭା ଯୁବ କଂଗ୍ରେସ ଉପସଭାପତି ତଥା କାଳଷଣ୍ଡପୁର ପୂର୍ବତନ ସମିତିସଭ୍ୟ ଅନିଲ କୁମାର ପରିଡା ପ୍ରାଥମିକ ପଦବୀରୁ ଇସ୍ତଫା ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।

    Related News

    Follow Us