Search
Close this search box.

ଅପେକ୍ଷା ର ଫଳ ମିଠା ଚମ୍ପୁଆ ରୁ ସନାତନଙ୍କୁ ମିଳିଲା ବିଜେଡି ଟିକେଟ

0
SHARES
58
VIEWS

ଯୋଡା, ୨୦ା୪ (ସଂଘର୍ଷ ରମେଶ): ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ସନାତନଙ୍କୁ ବିଜେଡି ଚମ୍ପୁଆ ନିର୍ବାଚନ ମଣ୍ଡଳି ପାଇଁ ପ୍ରାର୍ଥୀ କରିଥିବା ଘୋଷଣା କରିଛି । ଏ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସନାତନଙ୍କ ପ୍ରାର୍ଥୀ ପତ୍ର ନେଇ ଘୋଷଣା କରିବା ପରେ ସନାନତଙ୍କ ଶିବିରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । କେନ୍ଦୁଝର ରାଜନୀତିରେ ସନାତନ ଏକ ଚର୍ଚ୍ଚିତ ଚେହେରା ହୋଇ ରହିଆସିଥିବା ବେଳେ ସନାତନ ମହାକୁଡ କଂଗ୍ରେସ ଦଳ ଛାଟି ୨୦୧୪ ମସିହାରେ ଚମ୍ପୁଆ ଆସନରୁ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଡି ଚମ୍ପୁଆର ବିଧାୟକ ହୋଇଥିଲେ । ୨୦୧୬ ମସିହାରେ ସେ ଜନସମୃଦ୍ଧି ପାର୍ଟି ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ । ମାତ୍ର ପରିସ୍ଥିତି ଏପରିହେଲା ଯେ, ସେ ବିଜେଡି ଚାପରେ ନିଜେ ଦଳରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ଏବଂ ଦଳ ଭାଙ୍ଗିଯାଇଥିଲା । ପରେ ବିଜେଡି ଦଳରେ ସାମିଲ ନହେଲେ ମଧ୍ୟ ସହଯୋଗୀ ଭାବେ ସମସ୍ତ ଦାୟିତ୍ୱ ତୁଲାଇଆସୁଥିଲେ । ଗତ ୨୦୧୯ ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ ନକରି ତାଙ୍କ ସମର୍ଥôତ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା । ଚମ୍ପୁଆ ନିର୍ବାଚନ ମଣ୍ଡଳୀ ପାଇଁ ତାଙ୍କର ଏକାନ୍ତ ଆନୁଗତ୍ୟ ମିନାକ୍ଷୀ ମହାନ୍ତଙ୍କୁ ଚମ୍ପୁଆ ବିଧାନସଭା କ୍ଷେତ୍ର ଓ ଚନ୍ଦ୍ରାଣୀ ମୁର୍ମୁଙ୍କୁ ଲୋକସଭା ଆସନରୁ ଟିକେଟ ଦେଇ ସନାତନ ବିଜୟର ବାନା ଉଡାଇଥିଲେ । ତେବେ ପରବର୍ତ୍ତି ସମୟରେ ମିନାକ୍ଷୀଙ୍କ ସହିତ ତାଙ୍କର ମତଭେଦ ଘଟିଥିଲା । ତେଣୁ ସେ ନିଜେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସେ ସେଥିରେ ଅଟଳ ରହିଥିଲେ । ତେବେ ଦୀର୍ଘ ଦିନରୁ ବିଜେଡିର ସହଯୋଗୀ ଭାବେ ରହିଆସିଥିବାରୁ ବିଜେଡି ତାଙ୍କୁ ଟିକେଟ ଦେବାର ପ୍ରତିଶ୍ରୁତି ଦେଇ ଆଜି ପର୍ଯ୍ୟନ୍ତ ଝୁଲାଇରଖିଥିଲା । ଫଳରେ ବିଜେପି ତାଙ୍କୁ ପ୍ରାର୍ଥୀ କରିବା ନେଇ ଚାରିଆଡେ ଚର୍ଚ୍ଚା ହେଉଥିଲା । ଉଭୟ ବିଜେଡି ଓ ବିଜେପି ଛକାପଞ୍ଝା ଭିତରେ ଚମ୍ପୁଆ ଆସନଟିର ଉଭୟ ପ୍ରାର୍ଥୀ ଘୋଷଣା କରାଯାଇନଥିଲା । କେତେକ ଖଣି ବ୍ୟବସାୟୀ ସନାତନଙ୍କୁ ବିଜେଡି କିମ୍ବା ବିଜେପି ଟିକେଟ ନଦେବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଥିବା ବେଳେ ମିନାକ୍ଷୀଙ୍କୁ ପୁନଃର୍ବାର ବିଜେଡି ଟିକେଟ ଦେବା ପାଇଁ ଦାବି କରିଆସୁଥିଲେ । ଫଳରେ ଦଳ ପକ୍ଷରୁ ଏହାକୁ ଅତ୍ୟନ୍ତ ଗୋପନୀୟ ରଖାଯିବା ସହ ସ୍ଥଗିତ ରଖାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ସମଗ୍ର ଜିଲାରେ ଚମ୍ପୁଆର ରାଜନୈତିକ ପାଣିପାଗ ଉପରେ ସମସ୍ତଙ୍କ ନଜର ରହିଥିଲା । ସନାତନଙ୍କୁ କୌଣସି ଦଳ ଟିକେଟ ଦେଇନଥିଲେ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ତାଙ୍କର ସମର୍ଥକମାନେ ଦୃଢୋକ୍ତି ପ୍ରକାଶ କରୁଥିଲେ । ତେବେ ଚମ୍ପୁଆ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ପୂର୍ବତନ ସାଂସଦ ଯଶବନ୍ତ ନାରାୟଣ ସିଂ ଲାଗୁରୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ଡ. ମୁରଲୀ ମନୋହର ଶର୍ମାଙ୍କୁ ପ୍ରାର୍ଥୀ କରାଯିବା ନେଇ ଘୋଷଣା କରାଯାଇପାରେ । ତେବେ ମୁରଲୀ ୨୦୦୯ ଏବଂ ୨୦୧୯ରେ ୨ ଥର ବିଜେପି ଦଳ ପକ୍ଷରୁ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଛନ୍ତି । ତେବେ ୨୦୧୯ ନିର୍ବାଚନରେ ମୁରଲୀ ୬୫ ହଜାରରୁ ଉର୍ଦ୍ଧ୍ୱ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ, ଯାହା ବିଜେପିର ମନବଳକୁ ବଢାଇଦେଇଥିଲା । ତେବେ ବିଜେପି ମଧ୍ୟ ଏପର୍ଯ୍ୟନ୍ତ କାହାରିକୁ ପ୍ରାର୍ଥୀ ଘୋଷଣା କରିନାହିଁ ।

    Related News

    Follow Us