Search
Close this search box.

ଗଞ୍ଜେଇ ଭର୍ତ୍ତି ସିଗାରେଟ୍‌ ବିକୁଥିବା ଅଭିଯୋଗରେ ଗିରଫ

0
SHARES
206
VIEWS

ପୁରୁଣା ଭୁବନେଶ୍ୱର କପିଳେଶ୍ୱର ଅଞ୍ଚଳରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ ଭର୍ତ୍ତି ସିଗାରେଟ୍‌ ବିକୁଥିବା ଅଭିଯୋଗରେ ଗିରଫ ହୋଇଥିବା ମହିଳା ହେଲେ କମଳା ସାହୁ। ତା’ଠାରୁ ୧୨ କେଜିରୁ ଅଧିକ ଗଞ୍ଜେଇ ଏବଂ ବିପୁଳ ପରିମାଣର ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ଜବତ କରାଯାଇଛି। ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ ସୂଚନାନୁସାରେ କମଳାର ସ୍ବାମୀ କନ୍ଧମାଳରୁ ଗଂଜେଇ ଆଣୁଥିଲା। ଘରେ ସ୍ୱାମୀ-ସ୍ତ୍ରୀ ମିଶି ଗଂଜେଇ ସିଗାରେଟ୍ ତିଆରି କରୁଥିଲେ। କମଳା ନିଜେ ସେସବୁକୁ ମାର୍କେଟ୍‌ରେ ବୁଲିବୁଲି ବିକୁଥିଲେ। ସମ୍ପ୍ରତି ଗତ କିଛି ବର୍ଷ ହେଲା ଏହି କାରବାରରେ ମହିଳାମାନେ ବେଶ୍ ସକ୍ରିୟ। ସ୍ବାମୀମାନେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ମହିଳାମାନେ ଗଞ୍ଜେଇ ସିଗାରେଟ୍‌ ବିକୁଥିବା ଦେଖାଯାଉଛି। ଏହା ପୂର୍ବରୁ ୨୦୨୩ ୧୯ ଜୁଲାଇରେ ଆଚାର୍ଯ୍ୟବିହାର ବିଶ୍ୱେଶ୍ୱର ବସ୍ତିରୁ ରଙ୍ଗବତୀ ଦାସକୁ ଧରିଥିଲା ଅବକାରୀ ବିଭାଗ। ରଙ୍ଗବତୀ ପାନ ଦୋକାନରେ ଗଞ୍ଜେଇ ସିଗାରେଟ୍ ବିକୁଥିଲା। ତା’ ନିକଟରୁ ୫ ହଜାର ଟଙ୍କାର ଗଞ୍ଜେଇ ସିଗାରେଟ୍ ସହ ୨୪ କେଜି ଗଞ୍ଜେଇ ଜବତ କରାଯାଇଥିଲା, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ରିପୋର୍ଟ

    Related News

    Follow Us