Search
Close this search box.

ଚମ୍ପୁଆ ରେଞ୍ଜରେ ପୁଣି ଏକ ହାତୀ ମୃତ୍ୟୁ

0
SHARES
58
VIEWS

ଯୋଡା,୬/୦୪(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ
ବାଲିବନ୍ଧ ସେକ୍ସନ, ଚମକପୁର ସଂରକ୍ଷିତ ଜଙ୍ଗଲରେ ଶନିବାର ଏକ ହାତୀର ଗଳିତ ମୃତଦେହ ଠାବ ହୋଇଛି । ସଂରକ୍ଷିତ ଜଙ୍ଗଲର ଲୁଣଗୋଠାଣୀ ଓ ତିନିଧାରିଆ ଜଙ୍ଗଲ ମଝିରେ ହାତୀର ମୃତଦେହ ପଡ଼ିଥିବା ଖବର ପାଇ ବନ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି ।କେନ୍ଦୁଝର ଡି ଏଫ୍ଓ ଏଚ୍ ଡି ଧନରାଜ , ଏ ସି ଏଫ୍ ଅଶୋକ କୁମାର ଦାସ, ଚମ୍ପୁଆ ରେଞ୍ଜ ଅଧିକାରୀ ଅକ୍ଷୟ ଛତ୍ରିଆ, ବନ୍ୟ ପ୍ରାଣୀ ଚିକିତ୍ସକଙ୍କ ସହ ଜଏଣ୍ଟ ଟାସ୍କ ଫୋର୍ସ, ଅନ୍ୟ ବନ କର୍ମଚାରୀ ଓ ଚମ୍ପୁଆ ପୋଲିସ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରାୟ କୋଡିଏ ଦିନ ହେବ ହାତୀଟିର କୌଣସି କାରଣରୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ମୃତ ହାତୀଟି ମଧ୍ୟମ ବୟସର ମାଈ ହାତୀ ବୋଲି ବନ ବିଭାଗ ସନ୍ଦେହ କରୁଛି । ତେବେ ହାତୀର ଦାନ୍ତ କାଟି କେହି ନେଇ ଯାଇଥିବା ସନ୍ଦେହ କରାଯାଉଥିବା ବେଳେ ସେ ଦିଗକୁ ନେଇ ମଧ୍ୟ ତଦନ୍ତ କରାଯାଉଛି । । ହାତୀ ମୃତ୍ୟୁ କାରଣ ଅସ୍ପଷ୍ଟ ଥିବା ବେଳେ, ସ୍ଥାନୀୟ ଜନଜାତିର ଲୋକେ ଅନେକ ସମୟରେ ଶିକାର ପାଇଁ ବ୍ୟବହାର କରୁଥିବା ବୋମା ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରୁଛି ବନ ବିଭାଗ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ କେମିକାଲ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କେନ୍ଦୁଝର ଡି ଏଫ୍ ଓ କହିଛନ୍ତି । ତେଣେ ଅଞ୍ଚଳ ବାସୀ କହିଛନ୍ତି ଯେ,ନିକଟରେ ଥିବା ଏକ ବନ୍ଦ୍ ଲୁହାପଥର ଖଣିରେ ଖଣି ଖନନ ଜନିତ ବଡ ଗର୍ତ୍ତ ରହିଛି ।ଏହି ଗର୍ତ୍ତରେ ହାତୀଟି ପଡ଼ି ଯାଇ ମୃତ୍ୟୁ ଘଟିଥିବା କହିଛନ୍ତି ।ଅନ୍ୟ ପକ୍ଷରେ ଏହି ହାତୀ ମୃତ୍ୟୁ ପରେ ବନାଞ୍ଚଳରେ ବିଭିନ୍ନ ଆଳ ଦେଖାଇ ବନ ବିଭାଗ ବେପରୁଆ ଭାବେ ସଂରକ୍ଷିତ ଜଙ୍ଗଲ ରାସ୍ତାରେ ଖଣିଜ ପରିବହନ ପାଇଁ ଅନୁମୋଦନ ଦେଉ ଛନ୍ତି ।ଏଥିପାଇଁ ଫ୍ଲୋର। ଏବଂ ଫୋନ। (ଉଦ୍ଭିଦ ଓ ବନ୍ୟଜନ୍ତୁ)ପ୍ରଭାବିତ ହେବ ବୋଲି ପରିବେଶବିତ୍ ମାନେ ମତ ପ୍ରକାଶ କରିଛନ୍ତି ।

    Related News

    Follow Us