Search
Close this search box.

ସରସ୍ଵତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବ

0
SHARES
0
VIEWS

ଧରାକୋଟ,14/12/23
ଧରାକୋଟ ନିକଟସ୍ଥ ମୁଣ୍ଡମରାଇ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ସଭାପତି ରାମକୃଷ୍ଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅଗ୍ନିଶମ ଅଧିକାରୀ ଚିତ୍ତରଂଜନ ସାହୁ,ସମ୍ମାନିତ ଅତିଥି ଭାବରେ ଏ ବି ଇ ଓ ପ୍ରଦୀପ କୁମାର ଶତପଥୀ ଯୋଗଦେଇଥିବା ବେଳେ ସମ୍ପାଦକ ଚିଦାନନ୍ଦ ପାତ୍ର ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନେ ଉତ୍ତମ ନାଗରିକ ହୋଇ ସମାଜ ସେବା ରେ ବ୍ରତୀ ହେବାପାଇଁ ଉପଦେଶ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ମହେଶ୍ୱର ସ୍ୱାଇଁ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ବଳରାମ ଡାକୁଆ ପରିଚାଳନା କରିଥିଲେ। ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବି ଇ ଓ ଲିଙ୍ଗରାଜ ସ୍ବାଇଁ,ସମ୍ମାନିତ ଅତିଥି ଭାବରେ ଏ ବି ଇ ଓ ପ୍ରଦୀପ କୁମାର ଶତପଥୀ ଯୋଗଦେଇ କ୍ରୀଡା ଦ୍ଵାରା ଶିଶୁମାନଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶ ହେବ ବୋଲି ମତ ପ୍ରକାଶ କରିଥିଲେ । ଗଣେଷ ପାତ୍ର ଆଚାର୍ଯ୍ୟ କ୍ରୀଡ଼ା ଉତ୍ସବର ଉଦ୍ଦେଶ୍ୟ ଓ ଉପକାରିତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଆଚାର୍ୟା ସୁଶ୍ରୀ ବୀଣାପାଣି ଜେନା ଏହାର ପରିଚାଳନା କରିଥିଲେ । ସମସ୍ତ ଗୁରୁଜୀ,ଗୁରୁମା,ସେବକ ଓ ସେବିକା ମାନେ ସହଯୋଗ ପ୍ରଦାନ କରିଥିଲେ।

    Related News

    Follow Us