Search
Close this search box.

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ

0
SHARES
2
VIEWS

ଯୋଡା,୧୩/୦୪(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବିଲେଇପଦ। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଚତୁର୍ବିଂଶ ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି ।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ ସ୍ପଞ୍ଜ ଆଇରନ ଲିମିଟେଡ ର ଯୋଡା ମୁଖ୍ୟ ବିଭୁ ଦତ୍ତ ମହାନ୍ତି,ସମ୍ମାନୀତ ଅତିଥି ଭାବେ ଟାଟା ଷ୍ଟିଲ ସ୍ପଞ୍ଜ ଆଇରନ ଲିମିଟେଡ ର ସିଏସ ଆର ମୁଖ୍ୟ ଆର. ସୋମନାଥ ,ବିଲେଇପଦା ବିଦ୍ୟା ଶକ୍ତିନ୍ୟାସ ର ସମ୍ପାଦିକା ନୂତନ ପଣ୍ଡିତ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ ର ଶୁଭାରମ୍ଭ କରିଥିଲେ ।ଅତିଥି ମାନେ ଛାତ୍ରୀ ଛାତ୍ର ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଆହୁରି ଆଗକୁ ବଢିବା ସହିତ ଭବିଷ୍ୟତରେ ଜଣେ ଭଲ ମଣିଷ ହେବା କୁ ପ୍ରୟାସ କରିବ। ପାଇଁ ଭାଷଣ ପ୍ରସଙ୍ଗରେ ପ୍ରେରଣା ଦେଇଥିଲେ ।ବିଦ୍ୟାଳୟ ପରିଚାଳନା ସମିତି ସଭାପତି ନିତ୍ୟାନନ୍ଦ ଗିରି ଙ୍କ ସଭାପତିତ୍ବରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।ଏହି ବାର୍ଷିକ ଉତ୍ସବରେ ଛାତ୍ରୀ ଛାତ୍ର ଙ୍କୁ ନେଇ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ।ଏଥିରେ କୃତି ପ୍ରତିଯୋଗୀ ଙ୍କୁ ଅଥିତି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।ବିଦ୍ୟାଳୟ ର ସମ୍ପାଦକ ଗୋପୀନାଥ ଗୋପ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ। ଲୀନ। ମଲ୍ଲ ବାର୍ଷିକ ବିବରଣୀ ପାଠ କରି ଥିବା ବେଳେ ଟାଟା ଷ୍ଟିଲ ଯୋଡା ର ସି ଏସ ଆର ବରିଷ୍ଠ ଅଧିକାରୀ ତଥା ବିଦ୍ୟାଳୟ ପରିଚାଳନା ସମିତି ର କୋଷାଧ୍ୟକ୍ଷ ନିର୍ମଳ କୁମାର ମହ। ନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁମା,ଗୁରୁଜୀ,ସେବିକ। ଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଟି ସୁରୁଖୁରୁରେ ସମ୍ପାଦିତ ହୋଇଥିଲା ।

    Related News

    Follow Us