Search
Close this search box.

ବିପଦ ସଙ୍କୁଳ ରେ ଅଙ୍ଗନ ୱାଡି କେନ୍ଦ୍ର

0
SHARES
14
VIEWS

ଯୋଡା,୨୧/୦୬(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଯୋଡା ସହର ଯେଉଁଠାରୁ ରାଜ୍ୟ ସରକାର ଙ୍କୁ ମିଳେ ପ୍ରାୟ୨୫ହଜାର କୋଟି ଏବଂ ଜିଲ୍ଲା ଖଣିଜ ପାଣ୍ଠି କୁ ଯାଏ ୧୫ଶହ କୋଟି ,ହେଲେ ଖଣି ପ୍ରଭାବିତ ଅଞ୍ଚଳ ହେବା ସତ୍ତ୍ୱେ ମଧ୍ୟ ଯୋଡା ଭବିଷ୍ୟତ ଗଢ଼ିବା ପାଇଁ ପ୍ରସ୍ତୁତ ହେଉଥିବା ଶୈଶବ ଆଜି ବିପଦ ରେ ।ଯୋଡା ସହର ମଧ୍ୟ ଭାଗରେ ଥିବା ୱାର୍ଡ ନଂ ୪ ଝୁମ୍ପୁଡ଼ି ହାତିଂ,ଯେଉଁଠାରେ ରହିଛି ଏକ ଅଙ୍ଗନୱାଡ଼ି କେନ୍ଦ୍ର ।ବସ୍ତିଁର ଅନେକ ଶିଶୁ ଏଠାରେ ଅଧ୍ୟୟନ ଓ ତାଲିମ ନିଅନ୍ତି ।ହେଲେ ବଡ ବଡ ଫଳକ ଲଗାଯାଇଥିବା ଏହି ଅଙ୍ଗନୱାଡ଼ି ର ଛାତ ଗଳି ପଡ଼ି ଲୁହା ରଡ଼ ସ୍ପଷ୍ଟ ଦେଖ।ଗଲାଣି ।ଘଟଣାସ୍ଥଳ କୁ ଯାଇ ଅଙ୍ଗନୱାଡ଼ି କର୍ମି ଇନ୍ଦୁମତି ପ୍ରଧାନ ଓ ସହାୟିକା ମମିତ। ଦାସ ଙ୍କୁ ପଚାରିବାରୁ ଜଣାପଡ଼ିଥିଲା ଯେ,ଝୁମ୍ପୁଡି ହଟିଂ ରେ ଥିବା ଅଙ୍ଗନୱାଡ଼ି ଟି ଦୀର୍ଘ ଦେଢ଼ ବର୍ଷ ରୁ ଉର୍ଦ୍ଧ୍ବ ହେଲାଣି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ।ବିପଦ ସଙ୍କୁଳ ଏହି ଅଙ୍ଗନୱାଡ଼ି କୁ ବସ୍ତି ଅଞ୍ଚଳ ରୁ ଆସୁଥିବା ଶିଶୁ ମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇ ବାରଣ୍ଡାରେ ଖାଦ୍ୟ ଦିଆଯାଉଛି । ଛାତ ଉପରୁ ପ୍ଲାଷ୍ଟର ଖସି ପଡୁ ଥିବାରୁ କେବଳ ଖାଇବା ସମୟରେ ଏଠାରେ ଛୁଆ ମାନଙ୍କୁ ଖାଦ୍ୟ ଦିଆ ଯାଇଛି ,ହେଲେ ପାଠ ପଢା ଏବଂ ଅନ୍ୟାନ୍ୟ ତାଲିମ ଗଛ ମୂଳେ କରାଯାଉଛି ।ଅଙ୍ଗନୱାଡ଼ି ଗୃହ ଟି ଏତେ ମାତ୍ରାରେ ଭାଙ୍ଗି ଯାଇଛି ଯେ,ଏହାକୁ ବିପଦ ସଙ୍କୁଳ ଗୃହ ଭାବେ ଯୋଡା ସିଡିପିଓ ଘୋଷଣା କରିଛନ୍ତି ।ତଥାପି କୌଣସି ଅଲଗା ପନ୍ଥା ନ ଥିବାରୁ ଏହି ଗୃହ ଟି କୁ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟବହାର କରାଯାଉଛି ,ଯଦିଓ ଅଙ୍ଗନୱାଡ଼ି କର୍ମୀ ଇନ୍ଦୁମତି ପ୍ରଧାନ କହିଥିଲେ ଯେ, ସି ଡି ପି ଓ କହିଛନ୍ତି ଯେ,ବସ୍ତି ଆଖପାଖ ଅଞ୍ଚଳରେ ଏକ ଭଡ଼ାରେ ଘର ଅନ୍ୱେଷଣ କରି ଅଙ୍ଗନୱାଡ଼ି ଟି କୁ ଯଥାରୀତି ଚଳାଇବା ପାଇଁ ,ହେଲେ ଆଖପାଖ ଅଞ୍ଚଳରେ ଘର ମିଳୁ ନ ଥିବା କର୍ମୀ ପ୍ରଧାନ କହିଛନ୍ତି । ଏ ନେଇ ଯୋଡା ପୌର ପ।ଳିକ। ଅଧ୍ୟକ୍ଷ ଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି ହେଲେ ସାହାଯ୍ୟ ର ପ୍ରତିଶୃତି ମିଳିଛି,କିନ୍ତୁ କାର୍ଯ୍ୟକାରୀ ହୋଇ ନାହିଁ ।ଅଙ୍ଗନୱାଡ଼ି କେନ୍ଦ୍ର ର ପାଚିକା ତଥା ସହାୟିକା ମମିତ। ଦାସ କହିଛନ୍ତି ଯେ, ରୋଷ ଶାଳାରେ ଛାତ ରୁ ସିମେଣ୍ଟ ପଲସ୍ତରା ଖସୁ ଥିବାରୁ ରୋଷେଇ ବାହାରେ କରା ଯାଉଛି । ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଯୋଡା ପୌର ଅଧ୍ୟକ୍ଷ ଡାକ୍ତର ଜଗଦୀଶ ପ୍ରସାଦ ସାହୁ କହିଛନ୍ତି ଯେ,ଏହା ତାଙ୍କ ଜ୍ଞାତ ସ।ରରେ ଅଛି,ଖୁବ୍ ଶୀଘ୍ର ସି ଡି ପି ଓ ମାନସୀ ବେହେରା ଙ୍କ ସହିତ କଥା ହୋଇ ଅବିଳମ୍ବେ ନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରାଯିବ ।ତେଣେ ଅଞ୍ଚଳ ବାସୀ ମତ ଦେଇଛନ୍ତି ଯେ,ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହି ଗୃହ ର ନିର୍ମାଣ କରାଯାଉ ନାହିଁ । ଯାହା ଫଳରେ ଛାତରୁ ସିମେଣ୍ଟ ଅତଡ଼ା ଖସି ବିପଦ ପୂର୍ଣ୍ଣ ରହିଛି । ଏଣୁ ଏହି ବିପଦ ସଙ୍କୁଳ ଅଙ୍ଗନୱାଡ଼ି କୁ ଶିଶୁ ମାନଙ୍କୁ ଛାଡ଼ିବା ପାଇଁ ନିରାପଦ ମଣୁ ନାହାନ୍ତି । ଏ ସମ୍ପର୍କରେ ଯୋଡା ସି ଡି ପି ଓ ମାନସୀ ବେହେରା କହିଛନ୍ତି ଯେ,ଯୋଡା ପୌର ପ।ଳୀକ। ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆ ଯାଇଛି, ପୌର ଅଧ୍ୟକ୍ଷ ଙ୍କ ସହ ଏ ନେଇ ଆଲୋଚନା ହୋଇଛି ।ସାଧାରଣ ନିର୍ବାଚନ ଥିବାରୁ ସାମୟିକ ବିଳମ୍ବ ହୋଇଛି,ହେଲେ ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ।

    Related News

    Follow Us