ଅମିତ ଶାହଙ୍କ ପୁଅ ହେଉଛନ୍ତି ଜୟ ଶାହ। ସେ ଆଇସିସି ଅଧ୍ୟକ୍ଷ ହୋଇଗଲେ ବିସିସିଆଇ ସମ୍ପାଦକ କିଏ ହେବେ, ତା’କୁ ନେଇ ମାନସମନ୍ଥନ ଆରମ୍ଭ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଯଦି ଜୟ ଶାହ ଆଇସିସି ଚେୟାରମ୍ୟାନ ହେଉଛନ୍ତି, ତା’ହେଲେ ରୋହନ ଜେଟଲୀ ବିସିସିଆଇର ସମ୍ପାଦକ ହୋଇ ପାରନ୍ତି।
ରୋହନ ହେଉଛନ୍ତି ଦିବଙ୍ଗତ ବିଜେପି ନେତା ଅରୁଣ ଜେଟଲୀଙ୍କ ପୁଅ। ସେ ଏବେ ଦିଲ୍ଲୀ ଓ ଡିଷ୍ଟ୍ରିକ କ୍ରିକେଟ ଆସୋସିଏସନର ସଭାପତି ରହିଛନ୍ତି। ତେଣୁ ତାଙ୍କୁ ବିସିସିଆଇର ଗୁରୁ ଦାୟିତ୍ୱ ଦିଆଯିବ ବୋଲି ଜଣାପଡ଼ିଛି।