“
ପାଣ୍ଡିଆନ ମହୋଦୟଙ୍କୁ ନେତା କରିବା ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶାରେ ବ୍ୟୟ ଅଟକଳ ଥିଲା ଶହେ କୋଟି ଟଙ୍କା। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରେ ଏହି ଟଙ୍କା ଜନ ସଚେତନତା ପାଇଁ ନୁହେଁ ବରଂ ପଞ୍ଚାୟତିରାଜ ବିଭାଗର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଓ ପାଣ୍ଡିଆନଙ୍କୁ ଏକଛତ୍ରବାଦୀ ନେତା କରିବା ପାଇଁ ଖର୍ଚ୍ଚ କରାଯାଇଥିଲା। କାହା ସ୍ୱାର୍ଥ ଓ କାହା ନିର୍ଦ୍ଦେଶରେ ପ୍ରଚାର ଓ ପ୍ରସାର ପାଇଁ ପଞ୍ଚାୟତିରାଜ ବିଭାଗ ଶହେ କୋଟି ର ଏକ ବୃହତ ରାଶି ଖର୍ଚ୍ଚ କରିଥିଲେ ନିର୍ବାଚନର କେତେ ମାସ ପୂର୍ବରୁ ଓଡ଼ିଶା ଭଳି ଗୋଟିଏ ରାଜ୍ୟରେ ଏହି ଅର୍ଥ ବ୍ୟୟ କରି କଣ ଲାଭ ପାଇଲେ ଓଡ଼ିଶାବାସୀ। ନୂତନ ସରକାର ଗଠନ ପରେ ଏହି ଅର୍ଥ ରେ ଖର୍ଚ୍ଚ ହୋଇଥିବା ର ସଠିକ୍ ସମୀକ୍ଷା କରିବା ଉଚିତ୍। ଏହି ଅର୍ଥ ର ବ୍ୟୟ କିପରି ହୋଇଛି ଓ କାହାକୁ ପୈଠ ହୋଇଛି ତାହାର ପୂର୍ଣ୍ଣାଙ୍ଗ ଅଡିଟ୍ ଓ ସମୀକ୍ଷା କରାଯିବା ଆବଶ୍ୟକ।