Search
Close this search box.

ଉପାନ୍ତ ଅଞ୍ଚଳ ଗୁଡ଼ାରୀର ବିକାଶ ନିମନ୍ତେ ସର୍ବ ଦଳୀୟ ବୈଠକ

0
SHARES
162
VIEWS

ଆଜି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଅଞ୍ଚଳର ବିକାଶ ନିମନ୍ତେ  ୟୁଥ୍ ଫର୍ ଚେଞ୍ଜ ଗୁଡ଼ାରୀ ତତ୍ବାବଧାନରେ ଗୁଡ଼ାରୀ ଅଞ୍ଚଳର ମୌଳିକ ସୁବିଧା ନିମନ୍ତେ ୧୪ ଗୋଟି ଦାବିରେ ସ୍ଥାନୀୟ ନନ୍ଦୀ କିଶୋର ମହାଲକ୍ଷ୍ମୀ ଜନକଲ୍ୟାଣ ଭବନ ଠାରେ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।  ସମ୍ମିଳିତ ଦାବି ମଧ୍ୟରେ (୧) ଗୁଡ଼ାରୀ ଠାରୁ ଭୁବନେଶ୍ଵରର, ବିଶାଖାପାଟଣା ଓ ଜୟପୁର ସରକାରୀ ବସ୍ ଚଳାଚଳ, (୨) ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ପରିମାଣର ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ସହ ରକ୍ତ ଭଣ୍ଡାର ସୁବ୍ୟବସ୍ଥା, (୩) +୨ ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି, ବାଣିଜ୍ୟ ଶିକ୍ଷା ଦାନ ଆରମ୍ଭ ସହିତ ହଷ୍ଟେଲ କାର୍ଯ୍ୟକ୍ଷମ, (୪) +୩ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ସହିତ ନିଜସ୍ଵ ସ୍ଥାୟୀ କ୍ୟାମ୍ପସ ଓ ବି.ଏସସି ଆରମ୍ଭ, (୫) ପଦ୍ମପୁର – ଗୁଡ଼ାରୀ -ରାଇବିଜି ପୁର୍ତ୍ତ ବିଭାଗ ରାସ୍ତାକୁ ଭାୟା ହାକୁସପାଙ୍ଗା (ବୁଡୁବାଲି) ଶ୍ରଲିଗୁଡା ଦେଇ କୋଟଗଡ଼ (ଫୁଲବାଣୀ) ପର୍ଯ୍ୟନ୍ତ ସମ୍ପ୍ରସାରଣ, (୬) ଗୁଡ଼ାରୀ ଠାରୁ ବିଷମକଟକ ଭାୟା ଢେପାଗୁଡା,କର୍ଲାଘାଟି,ରାସକୋଲା,ଡୁକୁମ ଦେଇ ପୂର୍ତ୍ତବିଭାଗ ରାସ୍ତା ସମ୍ପ୍ରସାରଣ, (୭) ଗୁଣୁପୁର -ଥେରୁବାଲି ରେଳପଥକୁ ଭୟା ଭାୟା ପଦ୍ମପୁର -ଗୁଡାରୀ ଦେଇ ବିଷମକଟକ (ଚାଟିକଣା) ରେ ସଂଯୋଗୀକରଣ, (୮) ଗୁଡ଼ାରୀ ଠାରେ ଏକ ସରକାରୀ ଆଇ.ଟି.ଆଇ. କଲେଜ ସ୍ଥାପନା, (୯) ବଡ଼ ନାଳ ଜଳସେଚନ ପ୍ରକଳ୍ପକୁ ଗୁଡ଼ାରୀ ବ୍ଳକ ପର୍ଯ୍ୟନ୍ତ ସମ୍ପ୍ରସାରଣ, (୧୦) ଗୁଡ଼ାରୀ ଠାରେ ଏକ କୋର୍ଟ ନିର୍ମାଣ ବ୍ୟବସ୍ଥା, (୧୧) ଗୁଡ଼ାରୀ ଠାରେ ସବ୍ ରେଜିଷ୍ଟର ସ୍ଥାପନ, (୧୨) ଗୁଡ଼ାରୀ ଠାରେ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ, (୧୩) ଖାରିକୁଟି ନାଳ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା,(୧୪) ପାଣି ଡଙ୍ଗର ଡ଼୍ୟାମ ନିର୍ମାଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବା ନିମନ୍ତେ ଏକ ୧୧ ଜଣିଆ ଟିମ୍ ଗଠନ କରାଯାଇଥିଲା । ୧୧ ଜଣିଆ ଟିମ୍ ମଧ୍ୟରେ ସ୍ଥାନୀୟ ପ୍ରମୁଖ ବଦାନ୍ୟ ବ୍ୟକ୍ତି ମାନେ ହେଲେ (୧) ପୌର ଅଧ୍ୟକ୍ଷା ସୁଶ୍ରୀ ସରିମିତା ଶବର, (୨) ପୌର ଉପାଧ୍ୟକ୍ଷ ଶ୍ରୀ ବି.ୟୋଗେଶ୍ବର ରାଓ ୩) ସନ୍ତୋଷ ମହାନ୍ତି,(୪) ପି. ବାବୁ ରାଓ, (୫) ବୃନ୍ଦାବନ ବିଡିକା, (୬) ଶ୍ରୀକାନ୍ତ ସତପଥି,(୭) ପ୍ରସାଦ ଲିମା, (୮) ଇଶ୍ଵର ପାଣିଗ୍ରାହୀ, (୯) ରବିନ୍ଦ୍ର ପ୍ରସାଦ ଦାସ,(୧୦) ଗୌରୀ ଶଙ୍କର ମିଶ୍ର,(୧୧) ଗଣପତି ପ୍ରସାଦ ପାଠୀ । ଉକ୍ତ ବୈଠକରେ ପୌର ଅଧ୍ୟକ୍ଷା ସୁଶ୍ରୀ ସରିମିତା ଶବର, ପୌର ଉପାଧ୍ୟକ୍ଷ ଶ୍ରୀ ବି.ୟୋଗେଶ୍ବର ରାଓ, ସାଂସଦ ପ୍ରତିନିଧି ଶାସନପୁରୀ ଜଗଦୀଶ, ବିଧାୟକ ପ୍ରତିନିଧି ପି. ବାବୁ ରାଓ, ୟୁଥ୍ ଫର୍ ଚେଞ୍ଜ ଗୁଡ଼ାରୀର ସମସ୍ତ ସଦସ୍ୟ, ସାମ୍ବାଦିକ, ବୁଦ୍ଧିଜୀବି, ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ ।  ଉପରୋକ୍ତ ଦାବି ଗୁଡିକ ଗୁଡ଼ାରୀ ବାସୀଙ୍କ ମୌଳିକ ଅଧିକାର, ସରକାରଙ୍କ ଠାରେ ବାରମ୍ବାର ଦାବି କରିଥିଲେ ହେଁ ଉପାନ୍ତ ଅଞ୍ଚଳ ଗୁଡ଼ାରୀ ପାଇଁ ସରକାରଙ୍କ ଅଣଦେଖା ଓ ବୈମାତୃକ ମନୋଭାବ । କେବେ କାର୍ଯ୍ୟକ୍ଷମ ହେବ ତାହା ସରକାର ହିଁ ମତ ରଖିବେ 

    Related News

    Follow Us