ବଲାଙ୍ଗୀର(sangharsatv)- ଟିଟିଲାଗଡ ଉପଖଣ୍ଡ ଚିକିତ୍ସା କେନ୍ଦ୍ରରେ କାର୍ଯ୍ୟରତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ବଳରାମ ସାହୁଙ୍କ ଆଶାକର୍ମୀ ଓ ପ୍ରସୁତି କୁ ଦୁଃବ୍ୟବହାର ଓ ଅଶାଳୀନ ବ୍ୟବହାର ପ୍ରତିବାଦରେ ନିଖିଳ ଓଡିଶା ଆଶାକର୍ମୀ ସଂଘ ଟିଟିଲାଗଡ ବ୍ଲକ କମିଟି ତରଫରୁ ଆଜି ଠାରୁ ଅର୍ନିଦ୍ଧିଷ୍ଟ କାଳ ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନାରେ ଦିବାରାତ୍ରି ଧାରଣ ଡାକରା ପରିପେକ୍ଷିରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ଫଳରେ ଧାରଣ ସ୍ଥଗିତ ରହିବା ସହ ସଂଘର ରାଜ୍ୟ ସଭାପତି
ବିଜୟ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଭେଟି ଆଲୋଚନା କରିଥିଲେ । ଆଲୋଚନାରେ ଡା. ବଳରାମ ସାହୁଙ୍କ ବିରୋଧରେ ଆସିଥିବା ଅଭିଯୋଗର ଏକ ତିନି ଜଣିଆ ତଦନ୍ତ କମିଟି ଗଠନ ସହ ତିନି ଦିନ ମଧ୍ୟରେ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେଇଥିଲେ । ପରେ ଆଶାକର୍ମୀମାନଙ୍କର ଏକ ସାଧାରଣ ସଭା ଆଦିବାସୀ କଲ୍ୟାଣ ସମିତି ସଭାଗୃହରେ ପ୍ରବିର କମ୍ପ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଶାକର୍ମୀ ସଂଘର ରାଜ୍ୟ ସାଧାରଣ ସଂପାଦିକା ନମିତା ସାହୁ, ଏଆଇଟିୟୁସି ନେତା ଅବକାଶ ସାହୁ, ଜିଲ୍ଲା ନେତା ତିର୍ଥ ପ୍ରଧାନ, ଉମି ଉି ଗୁପ୍ତା, ଆଦିବାସୀ କଲ୍ୟାଣ ସମିତିର ଜିଲ୍ଲା ସଂଗଠନ ଥବିର ପୁଜାରୀ, ବ୍ଲକ ନେତ୍ରୀ ବୃନ୍ଦାବତୀ ସରାଫ, ପ୍ରେମଲତା ନାଗ, ସୌଦାମିନୀ
ମାଝି, କଳ୍ପନା ଛୁରା, ଗୀତାଞ୍ଜଳୀ ଶିକା, ବିଷ୍ଣୂପ୍ରିୟା ରଣା, ଶୋଭାବତୀ ମହାନନ୍ଦ, ଦେବୀ ନାଗ, ସାହେବ ନନ୍ଦ, ପାଣ୍ଡବ ଭୋଇ, ଶଶିମୁଖି ସୁନା, ସୁମିତ୍ରା ବେହେରା ପ୍ରମୁଖ ବକ୍ତବ୍ୟ ଦେଇ ଡା. ବଳରାମ ସାହୁ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଥିଲେ । ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଲନ ନିମନ୍ତେ ଆହ୍ୱାନ ଦେଇଥିଲେ ।