Search
Close this search box.

ରାଜ୍ୟରେ ଖାଲି ପଡ଼ିଥିବା ପ୍ରାୟ ୧.୩୦ ଲକ୍ଷ ସରକାରୀ ମୂଳପଦବୀକୁ

0
SHARES
5
VIEWS

ରାଜ୍ୟରେ ଖାଲି ପଡ଼ିଥିବା ପ୍ରାୟ ୧.୩୦ ଲକ୍ଷ ସରକାରୀ ମୂଳପଦବୀକୁ ତ୍ୱରିତ୍ ପୂରଣ କରିବା ପାଇଁ ନିର୍ଦ୍ଧାରିତ ପ୍ରକ୍ରିୟାକୁ ସରଳୀକରଣ କରିବାକୁ ନିଷ୍ପତ୍ତି ହୋଇଛି। ସପ୍ତାହକ ମଧ୍ୟରେ କ୍ୟାଡ଼ର ଓ ନିଯୁକ୍ତି ନିୟମାବଳୀର ସଂଶୋଧନର ସମୀକ୍ଷା କରିବା ସହ ସମାନ ଶିକ୍ଷାଗତ ଯୋଗ୍ୟତା ଥିବା ପଦବୀଗୁଡ଼ିକୁ କମ୍ବାଇନଡ୍ ରିକ୍ର‌୍ୟୁଟମେଂଟ ପରୀକ୍ଷାରେ ସାମିଲ ଓ ଅପ୍ରାସଙ୍ଗିକ ନିଯୁକ୍ତି ସର୍ତ୍ତାବଳୀକୁ ଉଚ୍ଛେଦ ଓ ସରଳୀକରଣ କରିବା ନିମନ୍ତେ ମୁଖ୍ୟ ସଚିବ ମନୋଜ ଆହୁଜା ସମସ୍ତ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ସଚିବ ମନୋଜ ଆହୁଜା ଗତ ୩ ତାରିଖରେ ବିଭିନ୍ନ ବିଭାଗର ସଚିବମାନଙ୍କ ସହ ବୈଠକ କରି ରାଜ୍ୟରେ ଖାଲି ପଡ଼ିଥିବା ସରକାରୀ ପଦବୀଗୁଡ଼ିକ ତୁରନ୍ତ ପୂରଣ କରିବା ପାଇଁ ଆବଶ୍ୟକ ପ୍ରକ୍ରିୟାକୁ ସରଳୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ପ୍ରଚଳିତ କ୍ୟାଡ଼ର ଓ ନିଯୁକ୍ତି ନିୟମାବଳୀରେ ସଂଶୋଧନ ପାଇଁ ମଧ୍ୟ ବିଭାଗୀୟ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି । ଏପରିକି ସପ୍ତାହକ ମଧ୍ୟରେ ଏହି ନିଯୁକ୍ତି ନିୟମାବଳୀରେ ଥିବା ବିଭିନ୍ନ ଅପ୍ରାସଙ୍ଗିକ ପ୍ରାବଧାନକୁ ଚିହ୍ନଟ କରି ତାହାକୁ ହଟାଇବା, ବିଭିନ୍ନ ପଦବୀ ପାଇଁ ସମାନ ଶିକ୍ଷାଗତ ଯୋଗ୍ୟତା ଥିଲେ ସେସବୁକୁ କମ୍ବାଇନଡ୍ ରିକ୍ର‌୍ୟୁଟମେଂଟ ପରୀକ୍ଷାରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

    Related News

    Follow Us