ଆସିକା ୧୭/୦୪- ଗଞ୍ଜାମ ଜିଲ୍ଲା ଆସିକା ଠାରେ ଅବସ୍ଥିତ ପବିତ୍ର ୠଷିକୁଲ୍ୟା ଓ ବଡ଼ ନଦୀର ସଙ୍ଗମ ସ୍ଥଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆସିକା ପୋଲିସ,ଆସିକା ରାମକୃଷ୍ଣ ସ୍କାଉଟ ଟ୍ରୁପ ଓ ସାରଦା ଗାଇଡ଼ କମ୍ପାନୀ,ଆସିକା ଏନ୍. ଏ. ସି, ଆସିକା ତହସିଲ,ଆସିକା ବାର ଆସୋସିଏସନ, ଆସିକା ଜୋର୍ଣ୍ଣାଲିଷ୍ଟ ଆସୋସିଏସନ, ପତଞ୍ଜଳି ଯୋଗ ଶିବିର ଦ୍ୱାରା ଏକ ନିଆରା ପ୍ରୟାସ କରାଯାଇଛି lଗତ ବାରୁଣୀ ବୁଡ଼ରେ ଲକ୍ଷାଧିକ ଶ୍ରଦ୍ଧାଳୁ ନିଜ ପିତୃ ପୁରୁଷ ମାନଙ୍କ ମୁକ୍ତି କାମନା କରି ଏହି ସଙ୍ଗମସ୍ଥଳରେ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରିଥିଲେ I ତେବେ ପରମ୍ପରା ଅନୁସାରେ ଏହି ସଙ୍ଗମ ସ୍ଥଳରେ ବିଭିନ୍ନ ପୂଜା ସାମଗ୍ରୀ, ଫଟୋ, ଓ ମୂର୍ତ୍ତୀ ବିସର୍ଜନ କରିଥାନ୍ତି l ଯାହା ଦ୍ୱାରା ବାରୁଣୀ ବୁଡ଼ ପରେ ସଙ୍ଗମ ସ୍ଥଳ ଅନେକ ମାତ୍ରାରେ ପ୍ରଦୂଷଣ ହୋଇ ଥାଏ l ତେବେ ଆଜି ରାମ ନବମୀ ଅବସରରେ ଏହି ସଙ୍ଗମ ସ୍ଥଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆସିକା ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର ସ୍କାଉଟ ଓ ଗାଇଡ଼ ମାନଙ୍କ ଦ୍ୱାରା ପବିତ୍ର ୠଷିକୁଲ୍ୟା ଓ ବଡ଼ ନଦୀର ସଙ୍ଗମ ସ୍ଥଳରେ ଥିବା ଆବର୍ଜନା ଗୁଡ଼ିକୁ ସଫା କରାଯାଇଥିଲା l ଏହି ସଫେଇ କାର୍ଯ୍ୟକ୍ରମରେ ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ ମହାପାତ୍ର, ଥାନାଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ,ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ବାରିକ, କାର୍ଯ୍ୟନିର୍ବାହୀ ଅଧିକରୀ ଲୋକନାଥ ଵେଜ଼,ମେଡିକାଲ ଅଫିସର ଦିପକ କୁମାର ସାମନ୍ତରାୟ, ଆଇନଜୀବୀ ସନ୍ତୋଷ କୁମାର ପାଣିଗ୍ରାହୀ, ବିଦେଶୀ ନାହାକ,ଅନିଲ କୁମାର ପାଣିଗ୍ରାହୀ,ପ୍ରଭାତ କୁମାର ପାଢ଼ୀ, ରାଘବ କୁମାର ନାୟକ,କମଳେନ୍ଦୁ ହୋତା, ଲୀନାକୁମାରୀ ସ୍ୱାଇଁ, ପ୍ରଶାନ୍ତ କୁମାର ମୁନି, ଦିଲ୍ଲୀପ କୁମାର ପାଣିଗ୍ରାହୀ,ଦୁର୍ଗାମାଧବ ପଣ୍ଡା, ଦିଲ୍ଲୀପ କୁମାର ଶତପଥି,ଖିରୋଦ ଚନ୍ଦ୍ର ବେହେରା, ନିର୍ମଳ ପାତ୍ର,ମନୋଜ କୁମାର ସାହୁ, ଅମ୍ବିକା ବେଣିଆ, ସୁଭାଶିଷ ସ୍ୱାଇଁ, ଜ୍ଞାନ ରଞ୍ଜନ ସେଠି,ଅଶୋକ କୁମାର ପଟ୍ଟନାୟକ, ଙ୍କ ସମେତ ଶତାଧିକ ସ୍ବେଛାସେବୀ ଉପସ୍ଥିତ ରହି ଏହି ସଫେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l