ଯୋଡା,୩୦/୧(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଯୋଡା ସହର ର ବନେଇକଳା ଏନ୍ ଏ ସି ଛକ ବ୍ଲକ ରୋଡ ପାର୍ଶ୍ବରେ ଥିବା ଏ ଟିମ୍ କୁ ଦୁବୃର୍ତ୍ତ ମାନେ ଗ୍ୟାସ କଟର ରେ କାଟି ଟଙ୍କା ଚୋରି ନେଇଥିବା ଜଣାପଡିଛି ।ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ,ସୋମ ବାର ରାତି ପ୍ରାୟ ୨.୩୦ ରୁ ୩ ଟା ମଧ୍ୟରେ ଏହି ଚୋରି ସଂଗଠିତ ହୋଇ ଥିବା ପ୍ରାରମ୍ଭିକ ତଦନ୍ତ ରୁ ପୋଲିସ ଜାଣିବାକୁ ପାଇଛି ।ତିନି ରୁ ଚାରି ଜଣ ଦୁବୃର୍ତ୍ତ କଳା ରଙ୍ଗର ବୁର୍ଖ। ପିନ୍ଧି ଏକ କାର ରେ ଆସି ଥିଲେ । ଏ ଟି ଏମ୍ ରେ ଥିବା ସି ସି ଟିଭି କ୍ୟାମେରା ର ଲେନ୍ସ ରେ ପ୍ରଥମେ କଳା ରଙ୍ଗ ମାରି ଥିଲେ
ଗ୍ୟାସ କଟର ସାହାଯ୍ୟରେ ଅତି ନିପୁଣତା ର ସହିତ ଏଟି ଏମ୍ କୁ କାଟି ଲକ୍ଷାଧିକ ଟଙ୍କା ଚୋରି କରି ନେଇଛନ୍ତି । ତେବେ ପୋଲିସ ପ୍ରାରମ୍ଭିକ ତଦନ୍ତ ରୁ ଅନେକ ତଥ୍ୟ ପାଇଥିବା ଆଇ ଆଇ ସି ଲୋକେଶ ସାହୁ ସୂଚନା ଦେଇଛନ୍ତି ।ଘଟଣାସ୍ଥଳକୁ ସାଇନ୍ଟିଫିକ ଟିମ୍ ଆସି ତଦନ୍ତ କରି ଅନେକ ତଥ୍ୟ ପାଇଛି ।ପ୍ରାୟ ଚାରି ଲକ୍ଷ ରୁ ଅଧିକ ଟଙ୍କା ଚୋରି ହୋଇଥିବା ସୂତ୍ରରୁ ଜଣାପଡି ଥିବା ବେଳେ ବ୍ୟାଙ୍କ୍ ଅଫ ଇଣ୍ଡିଆ ର କତୃପକ୍ଷ ଏ ନେଇ କୌଣସି ସ୍ପଷ୍ଟ କରି ନାହିଁ ।ତେବେ ସୂତ୍ରରୁ ଜଣାପଡିଛି ଯେ, ଏ ଟି ଏମ୍ ଚଳାଇବା ପାଇଁ ଏକ ଭେଣ୍ଡର କୁ କଟ୍ରାକ୍ଟ ରେ ବ୍ୟାଙ୍କ୍ ଦେଇ ଥାଏ ।ଏଣୁ ଭେଣ୍ଡର ଏହ। କହି ପାରିବେ ବୋଲି ତଦନ୍ତ ବେଳେ ଏ ଟି ଏମ୍ କାଉଣ୍ଟର କୁ ଆସିଥିବା ବ୍ୟାଙ୍କ୍ କର୍ମଚାରୀ ନିଜ ନାମ କୁ ଗୋପନରେ ରଖି ଏହି ସୂଚନା ଦେଇଛନ୍ତି । ଏ ନେଇ ଯୋଡା ଥାନାରେ ଏକ କେସ ନଂ ୭୪/୨୦୨୪ ରୁଜୁ ହୋଇଥିବା ସୂଚନା ମିଳିଛି ।ସେହିପରି ଯୋଡା ଥାନା ବିଲେଇ ପଦା ଫାଣ୍ଡି ଅଞ୍ଚଳର କଣ୍ଡର। ଟୋଲ ଗେଟ ନିକଟରୁ ଏକ ବୋଲେରୋ ଗାଡ଼ି କୁ ଦୁବୃର୍ତ୍ତ ମାନେ ଲୁଟି ନେଇଥିବା ଜଣାପଡିଛି ।ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ସୋମ ବାର ବିଳମ୍ବିତ ରାତିରେ ଟୋଲ ଗେଟ ନିକଟରେ ବୋଲେରୋ ଡ୍ରାଇଭର ଠିଆ କରି ପରିସ୍ରା କରୁଥିବା ବେଳେ ଦୁଇ ରୁ ତିନି ଜଣ ଦୃର୍ବୁତ୍ତ ଅଚାନକ ଆସି ଡ୍ରାଇଭର କୁ ବୋଲେରୋ ସହିତ ନେଇ ଯାଇ ଝାଡ଼ଖଣ୍ଡ ରାଜ୍ୟ ଝିଙ୍କପାନି ଠାରେ ଡ୍ରାଇଭର କୁ ଛାଡ଼ି ବୋଲେରୋ ଗାଡ଼ି କୁ ନେଇ ଯାଇଥିଲେ । ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି ।ଯୋଡା ମୋହସ୍ୟବ ପଡ଼ିଆରୁ ଜଗନ୍ନାଥ ପାଣିଗ୍ରାହୀ ଙ୍କ ବାଇକ୍ ନଂ ଓ ଡି ୦୯କେ ୩୪୪୮ ମଧ୍ୟ ଚୋରି ହୋଇ ଯାଇଥିବା ଜଣାପଡିଛି ।ହଠାତ୍ ଗୋଟିଏ ରାତିରେ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବାରୁ ପୋଲିସ ପାଇଁ ଏକ ଚିନ୍ତା ର କାରଣ ହୋଇଛି ।