ଯୋଡା,୧୬/୨(ସଂଘର୍ଷ ରମେଶ) କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କ ସଂଯୁକ୍ତ ମୋର୍ଚ୍ଚା,ସ୍ବାଧୀନ କର୍ମଚାରୀ ଫେଡେରେସନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ବାରା ଦେଶ ବ୍ୟାପି ଫେବୃଆରି ୧୬ତାରିଖରେଧର୍ମଘଟ ଡାକରା ଦେଇଥିବା ବେଳେ ନିଖିଳ ଓଡ଼ିଶା କର୍ମୀ ସଙ୍ଘ ପକ୍ଷରୁ କେନ୍ଦ୍ର ସରକାର କୁ ସମାଲୋଚନା କରି ଯୋଡ଼ା ବ୍ଲକରେ ଧର୍ମଘଟ କରିବା ସହିତ ସି ଡି ପି ଙ୍କୁ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଥିଲେ ।ସଙ୍ଘର ସଭାପତି ଏମ୍ କେ ଗୀତା ଦେବୀଙ୍କ ନେତୃତ୍ବରେ ୫୫ରୁ ଅଧିକ ଅଙ୍ଗନୱାଡି କର୍ମୀ ଓ ସହାୟିକା ଧାରଣାରେ ବସିଥିବା ବେଳେ ଏକ ୮ଦଫା ଦାବୀ ସମ୍ମିଳିତ ଦାବୀ ପତ୍ର ସିଡିପିଓ ଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କୁ ପ୍ରଦାନ କରିଛନ୍ତି ।ସି ଡି ପି ଓ ଙ୍କ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଙ୍କୁ ତାଙ୍କ ବିଭିନ୍ନ ଦାବି ଗୁଡିକ ମଧ୍ୟରେ ସମସ୍ତ କର୍ମୀ ଓ ସହାୟିକା ମାନଙ୍କୁ ୱାର୍କର ମାନ୍ୟତା ପ୍ରଦାନ,ମାସିକ ସର୍ବନିମ୍ନ ମଜୁରୀ ୨୬୦୦୦ କୁ ବୃଦ୍ଧି,ସମସ୍ତଙ୍କୁ ଭବିଷ୍ୟନିଧି ପାଣ୍ଠି,କର୍ମଚାରୀ ରାଜ୍ୟ ବୀମା, ଗ୍ରଚ୍ୟୁଇଟି ଓ ପେନସନ ବ୍ୟବସ୍ଥା ,ସ୍ବାର୍ଥ ବିରୋଧୀ ୪ଶ୍ରମ କୋଡ ପ୍ରତ୍ୟାହାର କରାଯାଉ,ଶିଶୁ ଓ ଶିକ୍ଷା ସଂକୋଚନକାରୀ ଜାତୀୟ ଶିକ୍ଷାନିତି ପ୍ରତ୍ୟାହାର,ଦରଦାମ ବୃଦ୍ଧି ନିୟନ୍ତ,ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ,କୃଷି ଉତ୍ପାଦନର ସହାୟକ ମୂଲ୍ୟ ପ୍ରଦାନ ଓ ପୁରୁଣା ପେନସନ ସ୍କିମ ଲାଗୁ କରିବା ପ୍ରଭୃତି ଦାବୀ କରାଯାଇଛି ।