ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡ଼ା ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକ ଏସ ସଞ୍ଜୟ କୁମାର ରେଡିଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଛାତ୍ରୀ “ଆତ୍ମ ସୁରକ୍ଷା ତାଲିମ ଶିବିର” ଉଦଯାପିତ ହୋଇ ଯାଇଛି I ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଡ଼ାକୁଆଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭାଟକୁମରଡ଼ା ବ୍ୟାଙ୍କ ଶାଖା ପ୍ରବନ୍ଧକ ଶ୍ରୀଯୁକ୍ତ ଚି଼ଙ୍କୁ ଦାସ ଯୋଗଦେଇ ବର୍ତ୍ତମାନ ପରିସ୍ଥିତିରେ ମହିଳାମାନଙ୍କ ଆତ୍ମ ସୁରକ୍ଷାର ଉପାଦେୟତା ଏବଂ ସରକାରଙ୍କ ପ୍ରୋତ୍ସାହନ ସମ୍ପର୍କୀତ ଅଭିଭାଷଣ ପ୍ରଦାନ କରିଥିଲେ । ଆଠ ଦିନଧରି ତାଲିମ ପାଇଥିବା ଛାତ୍ରୀମାନଙ୍କୁ ନିଜକୁ ସୁରକ୍ଷା ଦେବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ବକ୍ତବ୍ୟ ମାଧ୍ୟମାରେ ମିଳିତ ଉଦ୍ୟମରେ ଉପସ୍ଥିତ ବୁଦ୍ଧି ପ୍ରୟୋଗକରି ନାରୀମାନେ କିପରି ସେମାନଙ୍କ ପ୍ରତି ହେଉଥିବା ଆକ୍ରମଣକୁ ପ୍ରତିହତ କରିପାରିବେ ବୋଲି ମତ ରଖିଥିଲେ l ଅଧ୍ୟକ୍ଷ ବିଜୟ କୁମାର ଡ଼ାକୁଆ ଛାତ୍ରୀମାନଙ୍କୁ ସଦ୍ୟ ଶିକ୍ଷାଲାଭ ଥିବା ପ୍ରଶିକ୍ଷଣ କଳା କୌଶଳ ଅଭ୍ୟାସ ଜାରି ରଖିବାକୁ ଏବଂ ଅନ୍ୟାନ୍ୟ ସାଇ ପଡୋଶୀ ଝିଅ ମାନଙ୍କୁ ସୁରକ୍ଷା କଳା କୌଶଳ ଶିଖେଇବାକୁ ଉପଦେଶ ଦେଇଥିଲେ I ସଂଯୋଜିକ ଏସ୍ ସଞ୍ଜୟ କୁମାର ରେଡି ସ୍ଵାଗତ ଅଭିଭାଷଣ ସହ ପ୍ରଶିକ୍ଷଣ ଶିବିରର ବିବରଣୀ ଉପସ୍ଥାପନ କରିଥିଲେ l ପ୍ରଶିକ୍ଷକ ଭାବେ ମାଷ୍ଟର ଟ୍ରେନର ପୂଜାରାଣୀ ପ୍ରଧାନ ଏବଂ ବିଦ୍ୟାନୀ ସାହୁ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିବା ବେଳେ ତାଲିମ ପାଇଥିବା ଛାତ୍ରୀମାନେ ଶିବିରର ଅନୁଭୂତି ବର୍ଣ୍ଣନା ସହ ନିଜକୁ କିପରି ସୁରକ୍ଷା ଦେଇପାରିବେ ତାର ବିଭିନ୍ନ “ଆତ୍ମ-ସୁରକ୍ଷା କୌଶଳ” ପ୍ରଦର୍ଶନ କରିଥିଲେ । ଟ୍ରେନର ଏବଂ ଛାତ୍ରୀମାନଙ୍କ ଏହି କଳା କୌଶଳକୁ ଥାନା ଅଧିକାରୀ ପ୍ରସଂଶା କରିଥିଲେ । ଏହି ଅବସରରେ ଛାତ୍ରୀମାନଙ୍କ ଦ୍ଵାରା ଆତ୍ମ-ସୁରକ୍ଷା କୌଶଳକୁ ନେଇ ଏକ ସୁନ୍ଦର ନାଟକ ପରିବେଷଣ କରାଯାଇଥିଲା I ଅତିଥିମାନେ ତାଲିମପ୍ରାପ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପ୍ରଶିକ୍ଷକଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରିଥିଲେ l ସଂଯୋଜକ ଏସ୍ ସଞ୍ଜୟ କୁମାର ରେଡି, ଇଂରାଜି ଅଧ୍ୟାପିକ ନରେନ୍ଦ୍ର କୁମାର ପାତ୍ର ସଭାପରିଚାଳନା କରିଥିଲେ l ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ହୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସଭା ଆରମ୍ଭରେ ଦୁଇଜଣ ଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ l ପରିଶେଷରେ ମମତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I