ଆସିକା ୨୮/୦୩-ଆସିକା ବ୍ଲକ ପାଣ୍ଡିଆପଥର ପଞ୍ଚାୟତ ଅଧୀନ ସୁନାପଲ୍ଲୀ ଗ୍ରାମର ସନ୍ତୋଷ ବେହେରା ଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବେହେରା ଗତକାଲି ରାତି ୧୦ ଘଣ୍ଟ ସମୟରେ ଆସିକା ଉପଖଣ୍ଡ ଚିକିତ୍ସା ଲୟ ଠାରେ ପ୍ରସବ ପାଇଁ ଭର୍ତି ହୋଇଥିଲେ l ରାତି ତମାମ ଅସହ୍ୟ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ l ଏହି ଘଟଣା ରାତିରେ କାର୍ଯ୍ୟରତ ନର୍ସଓ ଡାକ୍ତର ଙ୍କୁବହୁ ବାର କାକୁତି ମିନତୀ ହୋଇ ଥିଲେ l ଶେଷରେ ମହିଳା ଜଣଙ୍କ ହଠାତ ଆଜି ସକାଳ ୬ ଟାରେ ମୃତ୍ଯୁ ବରଣ କରିଥିଲେ l ଏହି ଘଟଣା ଆସିକା ଉପଖଣ୍ଡ ଚିକିତ୍ସାଲୟ ଠାରେ ପ୍ରଘଟ ହେବାପରେ କାର୍ଯ୍ୟରତ ଡାକ୍ତର ମୃତ ସନ୍ଧ୍ୟାରାଣୀ ବେହେରା ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନତରଣ କରିଥିଲେ l ଏହି ରେଫର କାଗଜ ଟି ନେଇ ମୃତ ସନ୍ଧ୍ୟାରାଣୀଙ୍କ ପିତା ଓ ଭାଇ ତାଙ୍କ ନିକଟକୁ ଯାଇ ଦେଖିଲା ବେଳେ ସନ୍ଧ୍ୟାରାଣୀ ମୃତ୍ଯୁ ବରଣ କରିଥିଲେ l ଏହି ଘଟଣା ନେଇ ମୃତକଙ୍କ ପରିବାର ଲୋକ କାର୍ଯ୍ୟରତ ଡାକ୍ତର ଙ୍କୁ କେଉଁ କାରଣ ରୁ ମୃତ୍ଯୁ ବରଣ କରିଲା ବୋଲି ପଚାରି ବାରୁ ଚିକିତ୍ସା ଲୟ ମଧ୍ୟରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗିରହିଥିଲା l ଶେଷରେ କାର୍ଯ୍ୟରତ ଡାକ୍ତର ସକାଳ ୭ ଟାରେ ସନ୍ଧ୍ୟା ଙ୍କ ମୃତ୍ଯୁ ଘୋଷଣା କରିଥିଲେ l ପ୍ରକାଶ ଥାଉକି ଗର୍ଭବତୀ ମହିଳା ଓ ଶିଶୁ ମୃତ୍ଯୁ ହାର ରୋକିବା ପାଇଁ ସରକାର ବହୁ ଯୋଜନା ଓ ନିୟମ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଗର୍ଭବତୀ ମହିଳା ଙ୍କ ସୁରକ୍ଷା ପାଇଁ ଜନନୀ ସୁରକ୍ଷା ଯୋଜନାରେ ନିୟମିତ ପରୀକ୍ଷା, ଚିକିତ୍ସା, ଔଷଧ, ପୃଷ୍ଟିକର ଖାଦ୍ୟ, ଆଶା ଅଙ୍ଗନବାଡି ପ୍ରଦାନ କରୁଛନ୍ତି l ଏହି ଭଳି ପରିପେକ୍ଷି ରେ ଗର୍ଭବତୀ ସନ୍ଧ୍ୟାରାଣୀ ଙ୍କ ସମସ୍ତ ପରୀକ୍ଷା ରିପୋର୍ଟ ଠିକ ଥିବା ଏବଂ ସନ୍ଧ୍ୟାରାଣୀଙ୍କ ପୂର୍ବରୁ ଦୁଇଟି ସନ୍ତାନ ଥିବା ବେଳେ ଏହା ତୃତୀୟ ସନ୍ତାନ ଜନ୍ମ ହୋଇଥାନ୍ତା କେଉଁ ପରିସ୍ଥିତି ରେ ସନ୍ଧ୍ୟା ମୃତ୍ଯୁ ବରଣ କଲେ ତାହା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ପରିବାର ଓ ବିଭିନ୍ନ ସଂଗଠନ ପକ୍ଷରୁ ଦାବୀ ହେଉଛି l ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ବଡ ମେଡିକାଲ ପରେ ଆସିକା ଉପଖଣ୍ଡ ଚିକିତ୍ସାଲୟ ଠାରେ ଦିନକୁ ୧୭ରୁ ୧୮ ପ୍ରସବ ହେଉଛି l ଏହା ସତ୍ୱେ ଆସିକା ଉପଖଣ୍ଡ ଚିକିତ୍ସାଲୟ ଠାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ର ଡାକ୍ତର ନଥିବା ଯୋଗୁଁ ଏହି ଭଳି ମୃତ୍ଯୁ ପ୍ରତେକ ମାସରେ ଘଟୁଛି l ଏହାକୁ ଜାଣି ଶୁଣି ଡାକ୍ତର ଖାନା କତୃପକ୍ଷ ଚପେଇ ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି l