ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଦେବଭୂମି ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମଟି ଦେବଭୂମି ପଞ୍ଚାୟତର ସରପଞ୍ଚ ଅଶାନ୍ତି ବେହେରାଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟିକା ପ୍ରତିନିଧି ନଚିକେତା ସ୍ୱାଇଁ, ୨ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଅନିମା ପରିଡ଼ା, ଦେବଭୂମି ପଞ୍ଚାୟତର ସମିତି ସଭ୍ୟ ଲକ୍ଷ୍ମୀ ବେହେରା , ପୂର୍ବତନ ସରପଞ୍ଚ ଗୌରହରି ବେହେରା, ପୂର୍ବତନ ସମିତି ସଭ୍ୟ ସନ୍ତୋଷ କୁମାର ନାୟକ , ଚଢିଆପଲ୍ଲୀ ଜୟସେନ ସ୍ୱାଇଁ, ମଙ୍ଗଳପୁର ସରପଞ୍ଚ ଦେବରାଜ ନାହାକ, ନନ୍ଦକିଶୋର ବିଷୋୟୀ, ସନ୍ତୋଷ ପଲାଇ, ବିଜୟ ଚନ୍ଦ୍ର ଦଳାଇ, ଗୁଣ୍ଠୁପଡା ସମିତି ସଭ୍ୟ ନାରାୟଣ ସ୍ବାଇଁ , ବରିଷ୍ଠ ନେତା ଅଭିମନ୍ୟୁ ନାହାକ, ଦିଲ୍ଲୀପ ପାଣିଗ୍ରାହୀ, ସୂର୍ଯ୍ୟକାନ୍ତ ପରିଡା, ପ୍ରମୁଖ ଉପସ୍ଥିତ ରହିଥିଲେ I ଏହି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ମାଧ୍ୟମରେ ଗାଁ ଗାଁ ରେ କିଭଳି ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତିକରଣ ମହିଳା ସଂସକ୍ତିକରଣ ଓ ଭିତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ର ରୂପାନ୍ତିକରଣ ହୋଇଛି ସେ ଉପରେ ଲୋକ ମାନଙ୍କୁ ଜନ ସଚେତନତା କରାଯାଇଥିଲା l ତେବେ ଦେବଭୂମି ପଞ୍ଚାୟତର ବିକାଶ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ୮ ଟି ପ୍ରକଳ୍ପକୁ ୫୦ ଲକ୍ଷ ଟଙ୍କାର ଅନୁଦାନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୫୦୬ ପରିବାରକୁ ଅନ୍ତର୍ଭୁକ୍ତ କରାଯିବା ସହ ମୁଖ୍ୟ ମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା ମାଧ୍ୟମରେ ୨ଟି ପ୍ରକଳ୍ପ ପାଇଁ ୮ଲକ୍ଷ ୫୦ ହାଜର ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି, ସେହିପରି କାଳିଆ ଯୋଜନାରେ ୮୮୭ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ, ୮୨୯ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଛି l ମିଶନ ଶକ୍ତି ମଧ୍ୟାମରେ ମିଶନ ଶକ୍ତି ଗୋଷ୍ଟିକୁ ବିନା ସୁଧରେ ୨କୋଟି ୧୩ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବା ବେଳେ ୧୫୮୩ ପରିବାରକୁ ରେସନ୍ କାର୍ଡ ପ୍ରଦାନ କରାଯାଇଛି ତାହା ସହ ମମତା ଯୋଜନା ମାଧ୍ୟମରେ ୪୦୩ ଗର୍ଭବତୀ ମହିଳାଙ୍କୁ ସହାୟତ ପ୍ରଦାନ କରାଯାଇଛି l ପଞ୍ଚାୟତକୁ ଆମ ବ୍ୟାଙ୍କ ଦ୍ବାରା ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଗ୍ରାମ ପଞ୍ଚାୟତକୁ ଲକ୍ଷ୍ମୀ ବସ ସେବା ପ୍ରଦାନ କରାଥିବା ପଞ୍ଚାୟତର ବିକାଶ ମୂଳକ ପୁସ୍ତକରେ ସ୍ଥାନ ଦିଆ ଯାଇଛି l ତେବେ ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ୱୟଂ ସହାୟକ ଦଳ, ଏମ ବି କେ, ସିଆରପି,ବ୍ୟାଙ୍କ ମିତ୍ର, ଅଙ୍ଗନବାଡି ବାଡ଼ି କର୍ମୀ ଙ୍କ ସହ ବହୁ ସ୍ବେଛାସେବୀ ଯୋଗ ଦେଇଛନ୍ତି l