ଯୋଡା- (ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳ ରେ ଥିବା ବିଭିନ୍ନ ଗାଡି ମାଲିକ ସଂଘ ଓ ଜିଲ୍ଲା ସଂଘ ର କର୍ମକର୍ତ୍ତା ଓ ଗାଡି ମାଲିକ ମାନଙ୍କ ଙ୍କୁ ନେଇ ଏକ ବୈଠକ ଝୁମ୍ପୁରା ଠାରେ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକରେ ଗାଡି ମାଲିକ ଙ୍କ ସ୍ୱାର୍ଥ କୁ ରଖି ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା, ଖଣି ଅଞ୍ଚଳରେ ମୁଖ୍ୟ ବ୍ୟବସାୟ କୁହାଯାଉଥିବା ଗାଡି ମାଲିକ ଙ୍କ ସ୍ୱାର୍ଥ ସାଧନ ପାଇଁ ବିଭିନ୍ନ ସଂଘ ପକ୍ଷରୁ ସର୍ବଦା ତତ୍ପରତା ଦେଖା ଦେଉଥିବା ବେଳେ ସମସ୍ୟା ଗୁଡିକ ର ସମାଧାନ ପାଇଁ ପ୍ରଶାସନ ପାଖରେ ବିଭିନ୍ନ ଦାବି ଉପସ୍ଥାପନ କରିଥାନ୍ତି, ଏହି ପରିପ୍ରେକ୍ଷୀରେ ଯୋଡା ଟ୍ରକ ସଂଘ ର ସମ୍ପାଦକ ସୁଶାନ୍ତ କୁମାର ବାରିକ ଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା, ଏହି ଆଲୋଚନା ବୈଠକ ରେ ଯୋଡା ଅଞ୍ଚଳରେ ଥିବା ଆର୍ସେଲର୍ ମିତ୍ତଲ କମ୍ପାନୀ ନିଜର ପାର୍କିଂ ବ୍ୟବସ୍ଥା ନକରି ଦୈନିକ ବାହାର ରାଜ୍ଯ ର ଶହ ଶହ ଗାଡିକୁ ରାଜ ରାସ୍ତା ରେ ଛିଡା କରି ଟ୍ରାଫିକ ସମସ୍ୟା ଉପୁଜାଇବା, ଯୋଡ଼ା ଟ୍ରକ୍ ସଂଘ ର ସମ୍ପାଦକ ସୁଶାନ୍ତ ବାରିକ କହିଛନ୍ତି ପାରାଦୀପ ରୁ ଜଉ ପାଇପ୍ ଲାଇନ୍ ଆସୁଛି ତାହା ଗାଡି ମାଲିକଙ୍କ ପାଇଁ ବଡ଼ ସମସ୍ୟା ହେଉଛି ଆପଣ ଦେଖନ୍ତୁ ଏ ରାସ୍ତା କୁ କିଭଳି ଭାବରେ ଖୋଳି ଚାଲିଛି ଗାଡି ଜିବାପାଇ ବି ଏଠାରେ ରାସ୍ତା ନାହିଁଁ ଆହୁରି ବି କହିଛନ୍ତି ଏସ୍ ଆର୍ କମ୍ପାନୀ କୁ ପାଇପ୍ ଲାଇନ୍ ବନ୍ଧ କରିବା ପାଇଁ ଚେତା ବନି ଦିଆଯାଇଛି ନହେଲେ ଏହା ଆଗାମୀ ଦିନରେ ସୁପ୍ରିମକୋର୍ଟ ଜିବେ ବୋଲି କହିଛନ୍ତି ତେଲ ଦର ଜନ୍ତ୍ରପାତି ଦର ବଢ଼ିବା ସହ ଦୈନଦିନ ଜୀବନ ରେ ଦରବୃଦ୍ଧି ହେଉଥିବା ବେଳେ ବିଭିନ୍ନ ସେକ୍ଟର ରୁ ପରିବହନ ଦର ବୃଦ୍ଧି ନ ହେବା, ଧାମରା ବନ୍ଦର ରେ ଖଣିଜ ର ସାମାନ୍ୟ କମ୍ ପରିମାଣ କୁ ନେଇ ଗାଡି ଗୁଡିକୁ ହଇରାଣ କରିବା,ଡି ଟପ ଡେସପାଚ ସିଷ୍ଟମ କୁ ନେଇ ସମସ୍ୟା, ପାରାଦୀପ୍ ଠାରେ ଜିଲ୍ଲା ତଥା ଯୋଡା ବଡବିଲ ଅଞ୍ଚଳର ଗାଡି ଗୁଡିକୁ ଠିକ୍ ସମୟରେ ଖାଲି ନ କରିବା ପ୍ରଭୃତି ବିଷୟରେ ଆଲୋଚନା କରିବା ସହ ପ୍ରସାଶନିକ ସ୍ତରରେ ଏହାର ସମାଧାନ ପାଇଁ ଯୋଗାଯୋଗ କରିବା ପ୍ରଭୃତି ଆଲୋଚ୍ୟ ବିଷୟ ରହିଥିଲା, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା ପାଇପ ଲାଇନ ଦ୍ଵାରା ଖଣିଜ ପରିବହନ , ଏମିତି ହେଲେ ଜିଲ୍ଲା ର ହଜାର ହଜାର ଗାଡି ମାଲିକ କାର୍ଯ୍ୟହରା ହୋଇ ପଡ଼ି ରହିବେ ତେଣୁ ଏହାର ପ୍ରତିକାର ବିଷୟରେ ଆଲୋଚନା ହୋଇଥିଲା,ଏହା ସହିତ ଗାଡ଼ି ମାଲିକ ମାନଙ୍କ ଅନ୍ୟ ସମସ୍ୟା ଗୁଡିକ ମଧ୍ଯ ଆଲୋଚନା କରାଯାଇଥିଲା, ଏହି ଆଲୋଚନା ବୈଠକ ରେ ଜିଲ୍ଲା ଟ୍ରକ ସଂଘ ପକ୍ଷରୁ ଦେବୁ ପଟ୍ଟନାୟକ, ଯୋଡା ଟ୍ରକ ସଂଘ ପକ୍ଷରୁ ସମ୍ପାଦକ ସୁଶାନ୍ତ କୁମାର ବାରିକ, ଭଦ୍ରାସାହି ଟ୍ରକ ସଂଘ ପକ୍ଷରୁ ବାପି ବାରିକ,ବଡବିଲ ଟ୍ରକ ମାଲିକ ସଂଘ ପକ୍ଷରୁ ବିକାଶ ସରୌଗୀ, ଆଂଚଳିକ ଟ୍ରକ ସଂଘ ପକ୍ଷରୁ ରାଜେନ୍ଦ୍ର ବାରିକ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।