ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ପଣପଣା ପଂଚାୟତ ଗୁଣୁଦା ନିକଟବର୍ତ୍ତୀ ଭାରତ ପେଟ୍ରୋଲିୟମ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରକ ନୟନଯୋରୀ କୁ ଓଲଟିପଡିଥିଲା। ସୂଚନା ମୁତାବକ ଆଜି ଭୋର ସମୟ ରେ ଅନୁଗୁଳ ରୁ ଏକ କୋଇଲା ଗୁଣ୍ଡ ବୁଝେଇ ବାର ଚକିଆ ଟ୍ରକ (ଡବ୍ଲ୍ୟୁବି-୩୩ସି-୬୫୭୦) ବିଶିଷ୍ଟ ଗାଡି ଦୁର୍ଗାପୁର ଯାଉଥିବା ବେଳେ ଭାର ସାମ୍ୟ ହରାଇ ନୟନଜୋରି କୁ ଓଲଟିପଡିଥିଲା। ଗାଡି ଚାଳକ ପ୍ରିୟନାଥ ଗୁଇନ ଓ ଖଲାସୀ ସୁରକ୍ଷିତ ଥିବା ଜଣା ପଡିଛି। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ଏସ ଆଇ ଦୀପକ କୁମାର ବେହେରା ଘଟଣା ସ୍ଥଳ ରେ ପହଂଚି ଚାଳକ ଙ୍କୁ ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଛି। ବାହାନଗା ରୁ କାର୍ତ୍ତିକ ପୁଥାଳ ଙ୍କ ରିପୋର୍ଟ ସଂଘର୍ଷ ଟିଭି