ଯୋଡା,୨୭/୦୮(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡା ସହର ରେ ମଙ୍ଗଳବାର ପୋଲିସ ଓ ଡ୍ରଗ୍ସ ବିଭାଗ ଚଢାଉ କରି ବିପୁଳ ପରିମାଣରେ ଚୋରା କାରବାର ହେଉଥିବା ଔଷଧ ଜବତ କରିବା ସହିତ ଏଥିରେ ସଂପୃକ୍ତ ଦୁଇ ଜଣ ଅଭିଯୁକ୍ତ କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ଜଗନ୍ନାଥପୁର ଥାନା ରାଇ ମା ବା ଦ ଅଞ୍ଚଳ ର ସ।ନ।ୱାଜ୍ ଆଲମ୍ ଓ ଅରିଫ୍ ଆଖତ।ର ।ଅଭିଯୁକ୍ତ ଙ୍କ ଠାରୁ ଗୋଟିଏ ବାଇକ୍ ନଂ ଓ ଡି ୦୯ ୱାଇ ୬୪୬୭ କୁ ଜବତ କରିବ। ସହିତ ୧୯୪୪ଟି ସ୍ପାଜମୋ ପ୍ରକ୍ସିଭମ ନାମକ ଔଷଧ କୁ ପୋଲିସ ଜବତ କରିଛି ।ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୯୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।
ପୋଲିସ ର ସୂଚନା ଅନୁଯାୟୀ, ଏହି ଚଢାଉ ରେ ଯୋଡା ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଉମେଶ ସାହୁ,ବଡ଼ବିଲ ଏସଡିପିଓ ପ୍ରୀୟ ରଞ୍ଜନ ଛୋଟରାୟ, ଯୋଡା ଆଇ ଆଇ ସି ଲୋକେଶ ସାହୁ ଙ୍କ ସମେତ ଏକ ସ୍ଵତନ୍ତ୍ର ସ୍କ୍ୱାର୍ଡ ଓ କେନ୍ଦୁଝର ଡ୍ରଗ୍ ଇନ୍ସପେକ୍ଟର ପଦବୀ ର ଅତିରିକ୍ତ ଦାୟିତ୍ୱରେ ଥିବା ରୁଦ୍ରନାରାୟଣ ସାହୁ
ଏହି ଚଢାଉ କରିଥିଲେ । ମଙ୍ଗଳ ବାର୍ ସନ୍ଧ୍ୟା ବେଳେ ବଡ଼ବିଲ ଏସ ଡି ପି ଓ ଓ ଯୋଡା ଆଇ ଆଇ ସି ଖବର ଦାତା ସମ୍ମିଳନୀ ରେ ସୂଚନା ଦେଇ କହିଥିଲେ ଯେ,ପୋଲିସ ର ଚଢ଼ାଉ ସମୟ ରେ ଏହି ଦୁଇ ଅଭିଯୁକ୍ତ ମାନଙ୍କ ଠାରୁ ବିପୁଳ ପରିମାଣର ଔଷଧ ଜବତ କରାଯାଇ ଏହାର ଯାଞ୍ଚ କରାଯାଇ ଥିଲା ।ଏହି ଯାଞ୍ଚ ସମୟରେ ଉକ୍ତ ଔଷଧ ର କୌଣସି କ୍ରୟ ଜନିତ କାଗଜପତ୍ର ନ ଥିଲା।ଏହି ଔଷଧ ଗୁଡ଼ିକୁ ଡାକ୍ତର ଙ୍କ ବିନା ପରାମର୍ଶ ରେ ବିକ୍ରି କରା ଯାଉଥିବା ପୋଲିସ ତଦନ୍ତ ରୁ ଜାଣିବାକୁ ପାଇ ଏହାକୁ ଜବତ କରିଥିଲା